Categories: ଜାତୀୟ

ଦୁର୍ନୀତି ମୁକ୍ତ ସମାଜ ଅପରିହାର୍ଯ୍ୟ, ପ୍ରୟାସ ମାଧ୍ୟମରେ ସ୍ବପ୍ନ ହେବ ପୂରଣ…

ନୂଆଦିଲ୍ଲୀ, ୩୦।୧ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ମାସିକ ରେଡିଓ କାର୍ଯ୍ୟକ୍ରମ ମନ କି ବାତ୍‌ରେ ଯୋଗଦେଇ କହିଛନ୍ତି ଯେ, ଦେଶର ବିକାଶ ପାଇଁ ଦୁର୍ନୀତି ମୁକ୍ତ ସମାଜ ଅପରିହାର୍ଯ୍ୟ । ଦୁର୍ନୀତି ଉଈ ଭଳି ସମାଜକୁ ନଷ୍ଟ କରିଥାଏ। ତେବେ ଏହାକୁ ହଟାଇବା ଆବଶ୍ୟକ।

ଦେଶ ଦ୍ରୁତ ଗତିରେ ଆଗକୁ ବଢୁଛି। ସମସ୍ତ ଦେଶବାସୀଙ୍କୁ ଆଜିର ଯୁବ ପିଢ଼ିଙ୍କ ସହିତ ମିଶି କାର୍ଯ୍ୟ କରିବାକୁ ପଡିବ। ଏକ୍ଷେତ୍ରରେ କର୍ତ୍ତବ୍ୟକୁ ପ୍ରାଥମିକତା ଦେବା ଜରୁରୀ। କର୍ତ୍ତବ୍ୟ ସର୍ବୋପରି ହେଲେ କୌଣସି ଦୁର୍ନୀତି ହୋଇପାରିବ ନାହିଁ।

ପ୍ରଧାନମନ୍ତ୍ରୀ କହିଛନ୍ତି, ସ୍ବାଧିନତାର ଅମୃତ ମହୋତ୍ସବରେ ଦେଶ ନିଜର ଜାତୀୟ ପ୍ରତୀକଗୁଡ଼ିକୁ ପୁନଃପ୍ରତିଷ୍ଠା କରୁଛି। ଏହି ମର୍ମରେ ଇଣ୍ଡିଆ ଗେଟ୍‌ ନିକଟରେ ଥିବା ଅମର ଯବାନ ଜ୍ୟୋତି ଏବଂ ରାଷ୍ଟ୍ରୀୟ ଯୁଦ୍ଧ ସ୍ମାରକୀକୁ ଏକତ୍ରିତ କରାଯାଇଛି।

ଏକ କୋଟିରୁ ଅଧିକ ପିଲା ପୋଷ୍ଟ କାର୍ଡ ମାଧ୍ୟମରେ ନିଜ ନିଜର ମତାମତ ପଠାଇଛନ୍ତି। ଏହା ଅତ୍ୟନ୍ତ ଅବିସ୍ମରଣୀୟ । ଭାରତର ବନ୍ଧୁ ଦେଶ କ୍ରୋଏସିଆରୁ ମଧ୍ୟ ୭୫ଟି ପୋଷ୍ଟକାର୍ଡ ମିଳିଛି।

ପ୍ରଧାନମନ୍ତ୍ରୀ କହିଛନ୍ତି, ପ୍ରକୃତିର ପ୍ରେମ ଏବଂ ପ୍ରତ୍ୟେକ ଜୀବନ ପ୍ରତି ଦୟା ଆମର ସଂସ୍କୃତି ଏବଂ ଆମର ଅନ୍ତର୍ନିହିତ ସ୍ବଭାବ। ଆମର ଏହି ମୂଲ୍ୟବୋଧ ଆମକୁ ସାରା ପୃଥିବୀରେ ସ୍ବତନ୍ତ୍ର କରିପାରିଛି।

Share