ଏହି ଢ଼ାଳର ଦାମ୍‌ ଜାଣିଲେ ଉଡିଯିବ ହୋସ୍‌

ଲକ୍ଷ୍ନୌ,୪।୧୧: ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ଥିବା ପ୍ରେମ, ତ୍ୟାଗ ଓ ସମର୍ପଣର ପ୍ରତୀକ ହେଉଛି କରଓ୍ବାଚୌଥ ପୂଜା। ଦେଶରେ ବୁଧବାର କରଓ୍ବାଚୌଥ ପର୍ବ ପାଳନ କରାଯାଉଛି। ଏହି ଦିନ ବିବାହିତା ମହିଳାମାନେ ସ୍ବାମୀଙ୍କ ଦୀର୍ଘାୟୁ କାମନା କରି ନିର୍ଜଳା ବ୍ରତ ରଖିଥାନ୍ତି ଏବଂ ରାତିରେ ଜହ୍ନକୁ ଦେଖି ନିଜର ବ୍ରତ ଭାଙ୍ଗିଥାନ୍ତି। ସବୁ ପର୍ବ ଭଳି ଏହି ପର୍ବରେ ବି କରୋନାର ପ୍ରଭାବ ପଡ଼ିଥିବା ଦେଖିବାକୁ ମିଳିଛି। ଚଳିତ ଥର କେହି ଏକାଠି କରଓ୍ବାଚୌଥ ପାଳନ ନ କରୁ ନ ଥିବା ବେଳେ ସମସ୍ତେ ନିଜ ନିଜ ଘରେ ପୂଜା କରୁଛନ୍ତି। ଅନ୍ୟପଟେ ଏହି ପର୍ବ ପାଇଁ ମଙ୍ଗଳବାର ଉତ୍ତରପ୍ରଦେଶ ଲକ୍ଷ୍ନୌରେ ଥିବା ବିଭିନ୍ନ ବଜାର ଗୁଡ଼ିକରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ଜଣେ ଦମ୍ପତ୍ତି କରଓ୍ବାଚୌଥ ପୂଜା ପାଇଁ କିଣିଥିବା ଢ଼ାଳ(କରଓ୍ବା)ର ଦାମ୍‌ ଜାଣିଲେ ହୋସ୍‌ ଉଡ଼ିଯିବ। ଜାଣିଛନ୍ତି, ଉକ୍ତ ଦମ୍ପତ୍ତି ଜଣକ ସରାଫା ବଜାରରୁ ୧୬ଲକ୍ଷ ଟଙ୍କା ଦାମ୍‌ର ଏକ ସୁନା ଢ଼ାଳବା କରଓ୍ବା କିଣିଛନ୍ତି।

ଏହାର ଓଜନ ୩୦୦ରୁ ଊର୍ଦ୍ଧ୍ୱ ଗ୍ରାମ୍‌ର ରହିଥିବା ବେଳେ ଏଥିପାଇଁ ଉକ୍ତ ଦମ୍ପତ୍ତି ୧୦ ଦିନ ପୂର୍ବରୁ ଅର୍ଡର ଦେଇ ତିଆରି କରାଇଥିଲେ। ଚଳିତ ଥର ଏହା ସବୁଠାରୁ ଅଧିକ ଦାମ୍‌ର ଢ଼ାଳ (କରଓ୍ବା) ହୋଇଥିବା ବେଳେ ଯାହା ପୂର୍ବବର୍ଷପେକ୍ଷା ୩ଗୁଣା ଅଧିକ ଦାମ୍‌ର ବୋଲି କୁହାଯାଉଛି। ସେହିପରି ଅନ୍ୟଜଣେ ଦମ୍ପତ୍ତି ୨କିଲୋ ଓଜନର ରୁପାର ଢ଼ାଳ ବା କରଓ୍ବାକୁ ୨ଲକ୍ଷ ଟଙ୍କା ଦେଇ କିଣିଛନ୍ତି ବୋଲି ଦୋକାନ ମାଲିକ କହିଛନ୍ତି।

Share