Posted inଫୁରସତ

ଟାଟୁରେ ଗିନିଜ୍‌ ରେକର୍ଡ କଲେ ଦମ୍ପତି

ଓ୍ବାଶିଂଟନ୍‌: ଯୁବପିଢ଼ି ଓ ବୟସ୍କ ବର୍ଗଙ୍କ ମଧ୍ୟରେ ଟାଟୁ କରିବାର ଆଗ୍ରହ ବଢ଼ିବାରେ ଲାଗିଛି। ଖାଲି ଟୁଟୁ ନୁହେଁ ବଡି ଅଲଟରେଶନ୍‌ (ଶରୀରରେ କୃତ୍ରିମ ପରିବର୍ତ୍ତନ କରିବା)ର ଚାହିଦା ବି ବଢ଼ିଛି। ସୁନ୍ଦର ଦେଖାଯିବା ଲାଗି ଅନେକ ଟାଟୁ କରୁଥିବାବେଳେ କିଛି ଲୋକ ସ୍ମୃତିକୁ ସାଇତି ରଖିବା ପାଇଁ ଏହା କରୁଛନ୍ତି। ଆର୍ଜେଣ୍ଟିନାର ଏକ ଦମ୍ପତି ଏବେ ଟାଟୁ ଓ ବଡି ଅଲଟରେଶନ୍‌ କରି ଗିନିଜ ରେକର୍ଡରେ ନିଜ ନାଁକୁ ସାମିଲ କରିଛନ୍ତି। ଗାବ୍ରିିଲା ଏବଂ ଭିକ୍ଟୋର ହ୍ୟୁଗୋ ପେରାଲଟା ନିଜ ଦେହରେ ୯୮ ଟାଟୁ ସାଙ୍ଗକୁ ବଡି ଅଲଟରେଶନ କରି ଏହି ରେକର୍ଡର ଅଧିକାରୀ ହୋଇଛନ୍ତି। ୨୦୧୪ରେ ଏହି ଦମ୍ପତି ୮୪ଟି ଟାଟୁ କରି ଗିନିଜ୍‌ ଓ୍ବାଲର୍‌ଡ ରେକର୍ଡ କରିଥିଲେ। ଉଭୟେ ନିଜ ଦେହରେ ୫୦ କାନଫୁଲ, ୮ ମଇକ୍ରୋଡର୍ମାଲ, ୧୪ ବଡି ଇମପ୍ଲାଣ୍ଟ, ୫ ଡେଣ୍ଟାଲ ଇମପ୍ଲାଣ୍ଟ, ୪ ଇଅର ଏକ୍ସପାଣ୍ଡର, ଏକ ଫର୍କଡ ଟଙ୍ଗ ଏବଂ ୨ଟି ଇଅର ବୋଲ୍ଡ ଲଗାଇଛନ୍ତି।

୨୪ ବର୍ଷ ପୂର୍ବେ ଗାବ୍ରିିଲା ଓ ଭିକ୍ଟୋର ଏକ ମୋଟର ସାଇକେଲ ଇଭେଣ୍ଟରେ ପ୍ରଥମ ଥର ଭେଟ ହୋଇଥିଲେ। ଏହି କାର୍ଯ୍ୟକ୍ରମ ଆର୍ଜେଣ୍ଟିନାର ବୁଇନୋସ ଏରିସ୍‌ରେ ଆୟୋଜିତ ହୋଇଥିଲା। ସେମାନଙ୍କ ମଧ୍ୟରେ ଗଢ଼ିଉଠିଥିବା ବନ୍ଧୁତା ପରେ ପ୍ରେମର ରୂପ ନେଇଥିଲା। ବଡି ଅଲଟରେଶନ୍‌ ଓ ଟାଟୁ ପ୍ରତି ଉଭୟଙ୍କ ଦୁର୍ବଳତା ଥିବା ଜଣାପଡ଼ିବା ପରେ ଦୁହେଁ ବାକି ଜୀବନ ଏକାଠି ବିତାଇବାର ନିଷ୍ପତ୍ତି ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରହସ୍ୟମୟୀ ଆଇଲାଣ୍ଡ, ଯେଉଁଠିକୁ ଥରେ ଗଲେ ମଣିଷ ଜୀବନ୍ତ ଫେରେନାହିଁ: ଜାଣନ୍ତୁ

ଦୁନିଆରେ ଅନେକ ରହସ୍ୟମୟ ଆଇଲାଣ୍ଡ ଅଛି, ସେଥିମଧ୍ୟରୁ ଗୋଟିଏ ଇଟାଲୀରେ ମଧ୍ୟ ରହିଛି। ଏହାର ନାମ ପୋଭେଲିଆ। ଏହି ଆଇଲାଣ୍ଡ ବିଷୟରେ ଅନେକ ରହସ୍ୟ ଅଛି,...

ଶିଶୁପ୍ରେମୀ ଚାଚା ନେହେରୁ

ସ୍ବାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ସ୍ବର୍ଗତ ପଣ୍ଡିତ ଜବାହରଲାଲ ନେହେରୁ ଜଣେ ସଚ୍ଚା ଶିଶୁପ୍ରେମୀ ଥିଲେ। ତେଣୁ ତାଙ୍କର ଜନ୍ମ ଦିନ ୧୪ ନଭେମ୍ବର(୧୮୮୮ ମସିହା)କୁ...

ଯୌନ ମନ୍ତ୍ରଣାଳୟରୁ ଶୌଚ ମନ୍ତ୍ରଣାଳୟ, ଏହିସବୁ ଦେଶରେ ଅଛି ଅଜବ ମନ୍ତ୍ରଣାଳୟ

ନୂଆଦିଲ୍ଲୀ,୧୩।୧୧: ବିଭିନ୍ନ ବିଷୟ ଉପରେ ଯୋଜନା ପ୍ରସ୍ତୁତ କରିବା ଏବଂ ସେଗୁଡିକୁ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ଯେକୌଣସି ଦେଶର ସରକାରରେ ମନ୍ତ୍ରଣାଳୟ ରହିଛି। ଉଦାହରଣ...

ଚାକିରି ସ୍ବିଚ୍‌ କଲେ ସାଲାରୀ ଆକାଉଣ୍ଟ କ’ଣ ହୁଏ? ଜାଣି ନିଅନ୍ତୁ…

ସମସ୍ତେ ଭଲ ସୁଯୋଗ ପାଇଲେ ବା ଅଧିକ ଦରମା ପାଇଲେ ଚାକିରି ପରିବର୍ତ୍ତନ କରିଥା’ନ୍ତି । ତେବେ ଏଭଳି କ୍ଷେତ୍ରରେ ସାଲାରୀ ଆକାଉଣ୍ଟ କ’ଣ ହୁଏ...

ଡାଇବେଟିସରୁ ବଞ୍ଚିବାକୁ ଚାହୁଁଥିଲେ, କରନ୍ତୁ ଏହି କାମ, ନଚେତ୍‌…

ନୂଆଦିଲ୍ଲୀ,୧୩।୧୧: ଡାଇବେଟିସ ସମଗ୍ର ବିଶ୍ୱ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି। ସବୁ ବୟସର ଲୋକମାନେ ଏହି କ୍ରନିକ ରୋଗର ଶିକାର ହେଉଛନ୍ତି। ବ୍ଲଡ ସୁଗାର ଅଧିକ...

କୁକୁଡ଼ା ଆକୃତିର ସବୁଠୁ ବଡ଼ ହୋଟେଲ

ମାନିଲା: ଫିଲିପାଇନ୍ସର ନେଗ୍ରୋସ୍‌ ଅକ୍ସିଡେଣ୍ଟାଲ୍‌ ଶିଳ୍ପାଞ୍ଚଳରେ କୁକୁଡ଼ା ଆକାରରେ ଏକ ବିଶାଳ ହୋଟେଲ ରହିଛି। ନିଜର ବିଶେଷ ଡିଜାଇନ୍‌ ହେତୁ ଏହି ହୋଟେଲର ନାମ ଗିନିଜ୍‌...

ସହୃଦୟତା ଶିଖାଏ ବିଶ୍ୱ ଦୟା ଦିବସ

ଦୟା ଏକ ମହାନ୍‌ ଗୁଣ। ଏହାଦ୍ୱାରା ଶାନ୍ତି ଏବଂ ବନ୍ଧୁତ୍ୱ ବାର୍ତ୍ତା ପ୍ରସାରିତ ହୋଇଥାଏ। ସେଥିପାଇଁ ନଭେମ୍ବର ୧୩କୁ ବିଶ୍ୱ ଦୟା ଦିବସ ଭାବରେ ପାଳନ...

୨.୩୬ ଲକ୍ଷରେ ନିଲାମ ହେଲା କ୍ୱିନ୍‌ ଏଲିଜାବେଥ୍‌-୨ଙ୍କ ବିବାହ କେକ୍‌ ଖଣ୍ଡ

ଲଣ୍ଡନ: ଦୀର୍ଘ ୭୭ ବର୍ଷ ପରେ ବ୍ରିଟେନ୍‌ର ପୂର୍ବତନ ରାଣୀ ଏଲିଜାବେଥ୍‌ ଦ୍ୱିତୀୟ ଏବଂ ପ୍ରିନ୍ସ ଫିଲିପ୍‌ଙ୍କ ବିବାହ କେକ୍‌ର ଏକ ଖଣ୍ଡକୁ ନିଲାମ କରାଯାଇଛି। ୧୯୪୭...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri