ଦୁଇ ସନ୍ତାନ ନୀତି ଉଲ୍ଲଂଘନ କରି ୭ ସନ୍ତାନ ଜନ୍ମ କଲେ ଦମ୍ପତି, ଦେବାକୁ ପଡ଼ିଲା ଏତିକି ଜରିମାନା

ବେଜିଂ,୨୬।୨: ଚାଇନାର ଏକ ଦମ୍ପତି ଚାଇଲ୍ଡ ପଲିସି ବା ଶିଶୁ ନୀତି ଉଲ୍ଲଂଘନ କରି ୭ ପିଲା ଜନ୍ମ କରିବା ସେମାନଙ୍କୁ ଭାରି ପଡ଼ିଛି। ଏହି ଦମ୍ପତି ଦୁଇ ସନ୍ତାନ ପରିବର୍ତ୍ତେ ୭ ସନ୍ତାନ ଜନ୍ମ କରିଥିବାରୁ ୧ ଲକ୍ଷ ୫୫ ହଜାର ଡଲାର ଅର୍ଥାତ୍‌ ୧ କୋଟିରୁ ଅଧିକ ଟଙ୍କାର ଜରିମାନା ଦେବାକୁ ପଡ଼ିଛି।

୩୪ ବର୍ଷୀୟା ଝାଙ୍ଗ୍‌ ରଙ୍ଗ୍‌ରଙ୍ଗ ଏବଂ ୩୯ ବର୍ଷୀୟ ସ୍ବାମୀଙ୍କଠାରୁ ୫ ପୁଅ ଏବଂ ଦୁଇ ଝିଅ। ଚାଇନାରେ ଦୁଇ ସନ୍ତାନ ଜନ୍ମ କରିବା ନିୟମ ରହିଛି। ଏହାକୁ ଉଲ୍ଲଂଘନ କରିଥିବାରୁ ଦମ୍ପତି ଜରିମାନା ଦେଇଛନ୍ତି।

ଝାଙ୍ଗ୍‌ ଜଣେ ସ୍କିନ କେୟାର। ଜୁଏଲାରି ଏବଂ ଗାର୍ମେଣ୍ଟସ ବ୍ୟବସାୟ କରନ୍ତି। ତାଙ୍କର କମ୍ପାନୀ ଦକ୍ଷିଣ-ପୂର୍ବ ଚାଇନାରେ ରହିଛି। ତେଣୁ ଦୁଇଜଣ ଦୂରରେ ରହୁଥିବାରୁ ସେ ଏକଲାପଣ ଦୂର କରିବା ପାଇଁ ସେ ଅଧିକ ସନ୍ତାନ ଚାହୁଁଥିଲେ। କାରଣ ଝାଙ୍ଗଙ୍କ ସ୍ବାମୀ ନିଜ ବ୍ୟବସାୟରେ ବାହାରକୁ ଯାଇଥାନ୍ତି। ଏହି ସମୟରେ ଝାଙ୍ଗ୍‌ ଏକୁଟିଆ ରହିଥାନ୍ତି। ତେଣୁ ବହୁତ କଷ୍ଟରେ ସମୟ କଟିଥାଏ। ତେଣୁ ପିଲାମାନଙ୍କ ସହ ସମୟ କାଟିବା ପାଇଁ ସେ ଅଧିକ ସନ୍ତାନ ଚାହିଁଥିଲେ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏହି ପିଲାମାନଙ୍କ ପାଇଁ ଯୋଜନା କରିବା ପୂର୍ବରୁ ଆମେ ନିଶ୍ଚିତ କରିଥିଲୁ ଯେ, ଆମେ ଆର୍ଥିକ ଦୃଷ୍ଟିରୁ ସମୃଦ୍ଧ ହୋଇପାରିବୁ। ୧୯୭୯ ମସିହାରେ ଚାଇନା ଏକ ଶିଶୁ ନୀତି ଆରମ୍ଭ କରିଥିଲା। ୨୦୧୫ରେ ୩୬ ବର୍ଷ ପରେ ଏକ ଶିଶୁ ନୀତି ରଦ୍ଦ କରାଯାଇଥିଲା। ଏବେ ଚାଇନାରେ ଦୁଇ ଶିଶୁ ନୀତି ବଳବତ୍ତର ରହିଛି।

Share