Categories: ଫୁରସତ

ବିନା କପଡ଼ାରେ ଦମ୍ପତିଙ୍କ ଦେଶ ଭ୍ରମଣ

ଲଣ୍ଡନ: ନିଜ ଲଜ୍ଜା ଲୁଚାଇବା ପାଇଁ ଆମେ ଶରୀରରେ ପୋଷାକ ପରିଧାନ କରିଥାଉ। ନିକଟରେ ଏକ ଦମ୍ପତି ଶରୀରରୁ ସମ୍ପୂର୍ଣ୍ଣ ପୋଷାକ କାଢି ଭ୍ରମଣ କରୁଥିବା ସେମାନେ କହିଛନ୍ତି। ବ୍ରିଟେନର ଏହି ଦମ୍ପତି ମାଇକେଲ ଏବଂ ଫିଓନାଙ୍କୁ ଏବେ ପାଖାପାଖି ୫୦ ବର୍ଷ। ସେମାନେ ଏ ପର୍ଯ୍ୟନ୍ତ ଦେଶ ବୁଲିବାରେ ୧୫ ଲକ୍ଷ ଟଙ୍କା ଖର୍ଚ୍ଚ କରି ସାରିଲେଣି। ତେବେ ସେମାନେ ବିବାହ ପରେ ପ୍ରଥମ ଥର ପାଇଁ ବୁଲିବାକୁ ଗ୍ରୀସ୍‌ ଯାଇଥିଲେ। ସେଠାରେ ଥିବା ସମୁଦ୍ରରେ ସେମାନେ ଏକ ଦମ୍ପତିଙ୍କୁ ବିନା କପଡ଼ାରେ ପ୍ରଥମ ଥର ପାଇଁ ଦେଖିଥିଲେ। ଏହା ଦେଖି ତାଙ୍କୁ ପ୍ରଥମେ ଅଜବ ଲାଗିଥିଲା। ପରେ ସେମାନେ ନିଜ କପଡ଼ା କାଢି ସମୁଦ୍ରକୂଳରେ ବୁଲିବାକୁ ଲାଗିଲେ। ତାହା ତାଙ୍କୁ ଅନେକ ଶାନ୍ତି ଦେଇଥିଲା। ସେମାନେ ପ୍ରଥମ ଥର ପାଇଁ ଏପରି କରି ଆଜାଦୀ ଭଳି ଅନୁଭବ କଲେ। ସେମାନେ ତା’ର ଏକ ଫଟୋ ଶେୟାର କରି ତାଙ୍କ ଅନୁଭବ ବିଷୟରେ ସମସ୍ତଙ୍କୁ ଜଣାଇଛନ୍ତି। ତା’ ପରଠାରୁ ସେମାନେ ଏପରି ସ୍ଥାନ ଖୋଜୁଛନ୍ତି, ଯେଉଁଠାରେ ସେମାନେ ଫୁଙ୍ଗୁଳା ହୋଇ ବୁଲିପାରିବେ। ଦମ୍ପତି କହିଛନ୍ତି, ସେମାନେ ଆଗରୁ ଶରୀରର ଗଢଣକୁ ପୋଷାକ ଦ୍ୱାରା ଘୋଡାଉଥିଲେ। ହେଲେ ପ୍ରଥମ ଥର ପାଇଁ ପୁଙ୍ଗୁଳା ହେବା ପରେ ସେ ତାଙ୍କ ଶରୀରର ଗଢଣକୁ ଗ୍ରହଣ କଲେ ଏବଂ ତା’ ବିଷୟରେ ଚିନ୍ତା କରିବା ବନ୍ଦ କରିଦେଲେ। ତା’ ପରଠାରୁ ସେ ସବୁବେଳେ ନଗ୍ନ ରହିବାକୁ ପ୍ରେରିତ ହେଲେ। ଏଥିରେ ତାଙ୍କୁ ଲୋକେ କ’ଣ କହିବେ ସେଥିରେ ସେମାନଙ୍କୁ କିଛି ଫରକ ପଡେନି। ବର୍ତ୍ତମାନ ସମୟରେ ସେମାନେ ଘରେ ମଧ୍ୟ ନଗ୍ନ ଅବସ୍ଥାରେ ରହୁଥିବା କହିଛନ୍ତି। ଯେତେ ସମ୍ଭବ ପ୍ରାକୃତିକ ସ୍ଥାନ ବୁଲିବାକୁ ଯିବେ। ସେମାନେ ଆଗକୁ ଥାଇଲାଣ୍ଡ ଏବଂ ଗ୍ରୀନ୍‌ଲାଣ୍ଡ ଯିବାକୁ ସ୍ଥିର କରିଛନ୍ତି।

Share