କୋଭିଡ ଭଳି ମହାମାରୀ ଆମେରିକାର ମାଂସ ବଜାରରୁ ହୋଇପାରେ ଆରମ୍ଭ…

ଓ୍ବାଶିଂଟନ,୨୩।୭ : ଆମେରିକାରେ ମାଂସ ବଜାରରୁ କୋଭିଡ ଭଳି ଆଗାମୀ ମହାମାରୀ ସହଜରେ ଆରମ୍ଭ ହୋଇପାରେ। ପରବର୍ତ୍ତୀ ବିଶ୍ୱବ୍ୟାପୀ ମହାମାରୀ ଆମେରିକାରୁ ଆରମ୍ଭ ହୋଇପାରେ ବୋଲି ହାର୍ଭାର୍ଡ ଲ ସ୍କୁଲ ଏବଂ ନ୍ୟୁୟର୍କ ବିଶ୍ୱବିଦ୍ୟାଳୟର ଏକ ରିପୋର୍ଟରେ ଦାବି କରାଯାଇଛି।

ଯଦିଓ ଆମେରିକୀୟମାନେ ଭାବନ୍ତି ଏଭଳି ସ୍ଥିତି ତାଙ୍କ ଦେଶରୁ ହୋଇପାରିବ ନାହିଁ। ମାତ୍ର ଆାମେରିକା ମାଂସ ବଜାର ନିୟମାବଳୀ ଖରାପ ରହିଛି। ଫଳରେ ଭୁତାଣୁୁ ସହଜରେ ପ୍ରାଣୀମାନଙ୍କଠାରୁ ଏକ ମାରାତ୍ମକ ସଂକ୍ରମଣ ଘଟାଇ ପାରିବାର ଆଶଙ୍କା ରହିଛି।

ପ୍ରକୃତରେ ମିଥ୍ୟା ସୁରକ୍ଷା ଭାବନା ଏବଂ ଭିତ୍ତିହୀନ ବିଶ୍ୱସ ଅଛି ଜୁନୋଟିକ ରୋଗ ଅନ୍ୟ ଅଞ୍ଚଳରେ ଘଟିଥାଏ ବୋଲି ଆମେରିକୀୟ ମାନେ ଭାବନ୍ତି। ମାତ୍ର ତାହା ବାସ୍ତବରେ ନୁହେଁ। ଏହି ରିପୋର୍ଟରେ ଆମେରିକାର ଅନେକ ଦୁର୍ବଳ କ୍ଷେତ୍ର ମଧ୍ୟ ଦର୍ଶାଯାଇଛି ଯେଉଁଥିରେ ବାଣିଜି୍ୟକ ଚାଷଜମି ରହିଛି। ସେଠାରେ ଲକ୍ଷ ଲକ୍ଷ ପ୍ରାଣୀ ପରସ୍ପର ଏବଂ ସେମାନଙ୍କ ନିୟନ୍ତ୍ରକଙ୍କ ସହ ସବୁବେଳେ ମିଳାମିଶା କରିଥାନ୍ତି।

ଆନ ଲିଣ୍ଡର କହିଛନ୍ତି ଜଗତୀକରଣ ମାଧ୍ୟମରେ ଆମେ ସମୁଦ୍ର, ପର୍ବତ ଏବଂ ରୋଗର ଅନ୍ୟାନ୍ୟ ପ୍ରାକୃତିକ ସୀମା ବିଲୋପ କରିଛୁ।

ଗୃହପାଳିତ ପ୍ରାଣୀ ଏବଂ ଅନ୍ୟାନ୍ୟ ଉଦ୍ଦେଶ୍ୟରେ ପ୍ରତିବର୍ଷ ଆମେରିକାରେ ପ୍ରାୟ ୨୨୦ ନିୟୁତ ଜୀବନ୍ତ ବନ୍ୟପ୍ରାଣୀ ଆମଦାନୀ କରାଯାଏ। ଯଦି କେହି କୁକୁର କିମ୍ବା ବିଲେଇକୁ ଦେଶକୁ ଆଣିବାକୁ ଚାହାଁନ୍ତି, ତେବେ ଏକ ପ୍ରକ୍ରିୟା ଅଛି, କିନ୍ତୁ ଯଦି ଜଣେ ବନ୍ୟଜନ୍ତୁ ଆମଦାନୀକାରୀ ଏବଂ ଦକ୍ଷିଣ ଆମେରିକାରୁ ୧୦୦ ଟି ବଣୁଆ ସ୍ତନ୍ୟପାୟୀ ପ୍ରାଣୀ ଆଣିବାକୁ ଚାହୁଁଛନ୍ତି, ତେବେ କୌଣସି ପ୍ରକାରର ନିୟମ ସହିତ ଏହା କରିପାରିବେ।

ଅଧ୍ୟୟନର ଉତ୍ତରରେ ବୈଜ୍ଞାନିକ ତଥା ନିୟାମକ ବ୍ୟାପାରର ଜାତୀୟ ଚିକେନ କାଉନସିଲର ବରିଷ୍ଠ ଉପସଭାପତି ଆଶଲି ପିଟରଶନ କହିଛନ୍ତି ସିଡିସି ଅନୁଯାୟୀ ଆମେରିକାରେ ମାନବଙ୍କୁ ପକ୍ଷୀ ରୋଗ ବ୍ୟାପିବାର ସମ୍ଭାବନା ଅତ୍ୟନ୍ତ ବିରଳ।

ଘୁଷୁରି ଏବଂ କୁକୁଡ଼ା ଫାର୍ମରେ କାର୍ଯ୍ୟ କରୁଥିବା କର୍ମଚାରୀମାନେ ବିଶେଷ ଭାବରେ ଅସୁରକ୍ଷିତ, ସେମାନଙ୍କୁ ସୁରକ୍ଷା ଦେଉଥିବା ନିୟମରେ ଅଭାବ ରହିଛି ବୋଲି ଆଇନ ତଥା ପଲିସି ଇନଷ୍ଟିଚ୍ୟୁଟର ନିର୍ଦ୍ଦେଶକ ଡେଲସିୟାନା ୱିଣ୍ଡର୍ସ କହିଛନ୍ତି।

Share