Advertisement

୩ ଦିନ ପରେ କୂଅରୁ ଉଦ୍ଧାର ହେଲା ଗାଈ, ଏହି ଦାବି କଲେ ସ୍ଥାନୀୟ ବାସିନ୍ଦା

ଦାରିଙ୍ଗବାଡି, ୮/୬ (ଅରୁଣ ସାହୁ ): କଥାରେ ଅଛି “ରଖେ ହରି ତ ମାରେ କିଏ”। ଏଭଳି ଉକ୍ତିକୁ ନେଇ ଅନେକ ସମୟରେ ଉଦାହରଣ ଦେଖିବାକୁ ମିଳିଥାଏ। ଏଭଳି ଏକ ଘଟଣା ଏବେ ଦାରିଙ୍ଗବାଡି ଥାନା ସିମନବାଡି ପଞ୍ଚାୟତ କାରିପାଙ୍ଗା ଅଞ୍ଚଳରେ ଦେଖିବାକୁ ମିଳିଛି। ଗତ ୩ ଦିନ ତଳେ ଏକ ଗାଈ ଚରୁଥିବା ବେଳେ ପରିତ୍ୟକ୍ତ ଅବସ୍ଥାରେ ଥିବା କୂଅରେ ପଡିଯାଇଥିଲା। ଏହାକୁ କିଛି ବ୍ୟକ୍ତି ଦେଖି ନିରବ ରହିଯାଇଥିଲେ ମଧ୍ୟ ଧୀରେ ଧୀରେ ଖବର ଶୁଣା ଶୁଣି ହୋଇ ସ୍ଥାନୀୟ ଅଞ୍ଚଳରେ ବ୍ୟାପି ଯାଇଥିଲା।

ଫଳରେ କିଛି ଯୁବକ ଉକ୍ତ ଗାଈକୁ ବଞ୍ଚାଇବାକୁ ଅଗ୍ନିଶମ ବିଭାଗର ସାହାଯ୍ୟ ଲୋଡ଼ିଥିଲେ । ଖବର ପାଇ ଅଗ୍ନିଶମ ବିଭାଗ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ପ୍ରାୟ ଏକ ଘଣ୍ଟାର ଉଦ୍ୟମ ପରେ ଗାଈଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା। ତେବେ ଏହି ଘଟଣାକୁ ନେଇ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଥିବା ବେଳେ ଏପରି ଘଟଣା ପ୍ରଥମ ନୁହଁ ବୋଲି ଲୋକେ କହିଥିଲେ। ପୂର୍ବରୁ ଏକାଧିକ ଥର ବୁଲା ଗାଈ, ବଳଦଙ୍କର ଉକ୍ତ କୂଅରେ ପଡ଼ି ମୃତ୍ୟୁ ହୋଇଥିବା ଅଞ୍ଚଳବାସୀ କହିଛନ୍ତି । ଶୀଘ୍ର ଉକ୍ତ ପରିତ୍ୟକ୍ତ କୂଅକୁ ପୋତିବା ପାଇଁ ପଦକ୍ଷେପ ନେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share
Tags: Daringbadi