ଶ୍ରୀମନ୍ଦିର ଉତ୍ତରଦ୍ୱାର ଗୁମୁଟ ପାର୍ଶ୍ୱରେ ଫାଟ

ପୁରୀ, ୫ା୨(ଅଜିତ୍‌ ମହାନ୍ତି): ଶ୍ରୀମନ୍ଦିର ଉତ୍ତରଦ୍ୱାର ତଥା ହସ୍ତୀଦ୍ୱାର ଗୁମୁଟରେ ଫାଟ ଦେଖିବାକୁ ମିଳିଛି। ଶ୍ରୀମନ୍ଦିର ଉତ୍ତରଦ୍ୱାର ଗୁମୁଟ ତଳପାର୍ଶ୍ୱ ନିକଟରେ ଥିବା ପଦ୍ମପାଖୁଡାରେ ଅନେକ ଫାଟ ପରିଲକ୍ଷିତ ହୋଇଛି। ଏକାଧିକ ସ୍ଥାନରେ ଫାଟ ଥିବା ବେଳେ ପଥର ସନ୍ଧି ତଥା କାନ୍ଥରେ ଥିବା ଅନେକ କଳାକୃତିରୁ ପଥର ଖଣ୍ଡ ଖସି ତଳେ ପଡ଼ିଛି। ଗୁମୁଟ ପାଦଦେଶରୁ ପ୍ରାୟ ଦୁଇଫୁଟ ଉଚ୍ଚରେ ସୃଷ୍ଟି ହୋଇଛି ସାଂଘାତିକ ଫାଟ। ଏପରି କି ଗୋଟିଏ ଟନ୍‌ ପଥରର ଡିଜାଇନରେ ପ୍ରାୟ ଦେଢ ମିଟର ଲମ୍ବର ଫାଟ ସୃଷ୍ଟି ହୋଇଛି। ତେବେ ଏଭଳି ଫାଟ ଉତ୍ତର ଦ୍ୱାର ଗୁମୁଟ ପ୍ରତି ବିପଦ ସୃଷ୍ଟି କରିପାରେ ବୋଲି ଆଶଙ୍କା କରାଯାଉଛି। ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ (ଏଏସ୍‌ଆଇ) ପକ୍ଷରୁ ତୁରନ୍ତ ମରାମତି କରା ନ ଗଲେ ଏହା ଭୁଶୁଡ଼ିପଡ଼ିବାର ଆଶଙ୍କା ରହିଛି।
ଶ୍ରୀମନ୍ଦିର କାନ୍ଥରେ ଅତୀତରେ ବିଭିନ୍ନ କାରୁକାର୍ଯ୍ୟପୂର୍ଣ୍ଣ ସ୍ଥାପତ୍ୟ ସ୍ଥାନିତ କରାଯାଇଥିଲା। ମାତ୍ର ଅନେକ ସମୟରେ ଦେଖିବାକୁ ମିଳିଛି, ମରାମତି ସମୟରେ ଉକ୍ତ କାରୁକାର୍ଯ୍ୟପୂର୍ଣ୍ଣ ପଥରକୁ କାଢ଼ି ଉକ୍ତ ସ୍ଥାନରେ ପ୍ଲେନ୍‌ ପଥର ଲଗାଇଦିଆଯାଉଛି। ଯାହାକୁ ନେଇ ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି। ଅପରପକ୍ଷରେ ଗୁମୁଟରେ ଫାଟ ସମ୍ପର୍କରେ ସୂଚନା ପାଇବା ପରେ ଏଏସ୍‌ଆଇ ଅଧିକାରୀ ଜ୍ୟୋତିରଞ୍ଜନ ପ୍ରଧାନ ଶ୍ରୀମନ୍ଦିର ଉତ୍ତରଦ୍ୱାର ନିକଟକୁ ଯାଇ ଫାଟଗୁଡ଼ିକ ଅନୁଧ୍ୟାନ କରିଥିଲେ। ଏ ନେଇ ପ୍ରଧାନ କହିଛନ୍ତି, ଯେଉଁ ସ୍ଥାନରେ ଫାଟ ସୃଷ୍ଟି ହୋଇଛି କି ଗର୍ତ୍ତ ହୋଇଛି ଉକ୍ତ ଅଞ୍ଚଳ ଅବରୋଧ ହୋଇରହିଥିଲା। ମୁଖ୍ୟତଃ ମାଟି ଭର୍ତ୍ତି ହୋଇରହିଥିଲା। ତେବେ ପରିକ୍ରମା ପ୍ରକଳ୍ପ ମାର୍ଗ ନିର୍ମାଣ ସମୟରେ ମାଟି କଢା ହେବା ପରେ ଏହା ସାମ୍ନାକୁ ଆସିଛି। ଭିତର ପାର୍ଶ୍ୱ କାର୍ଯ୍ୟ ଚାଲିଛି। ଖୁବଶୀଘ୍ର ଫାଟଗୁଡିକୁ ମରାମତି କରାଯିବ। ମୁଖ୍ୟତଃ ଅଞ୍ଚଳଗୁଡିକ ଅବରୋଧ ରହିଥିଲା। ଯେଉଁ ସବୁ ସ୍ଥାନ ଅବରୋଧମୁକ୍ତ ହେଉଛି ସେସବୁ ସ୍ଥାନ ଅନୁଧ୍ୟାନ କରାଯାଇ କାର୍ଯ୍ୟ କରାଯାଉଛି। ଏଏସ୍‌ଆଇ ପକ୍ଷରୁ କାର୍ଯ୍ୟ କରାଯିବ। ଶ୍ରୀମନ୍ଦିର ଭିତରପାର୍ଶ୍ୱରୁ କାର୍ଯ୍ୟ କରାଯାଉଛି। ଭିତର କାର୍ଯ୍ୟ ହେବା ପରେ ବାହାର କାର୍ଯ୍ୟ ଆରମ୍ଭ ହେବ। ଆସନ୍ତା ୧୦ ଦିନ ଭିତରେ କାର୍ଯ୍ୟ ଆରମ୍ଭ ହେବ ବୋଲି ପ୍ରଧାନ ସୂଚନା ଦେଇ କହିଛନ୍ତି। ତେବେ ପୂର୍ବରୁ ଅନ୍ୟ ତିନି ଦ୍ୱାର ଗୁମୁଟ କାର୍ଯ୍ୟ କରାଯାଇଥିବା ବେଳେ ଲୋକ ଗହଳି ଓ ଅବରୋଧ ପାଇଁ ଉତ୍ତର ଦ୍ୱାର କାର୍ଯ୍ୟ କରାଯାଇ ପାରି ନ ଥିଲା। ତେବେ ଶୀଘ୍ର କାର୍ଯ୍ୟ ଆରମ୍ଭ ହେବ ବୋଲି ପ୍ରଧାନ କହିଛନ୍ତି। ଉତ୍ତରପ୍ରଦେଶରୁ ଆସିଥିବା ଭକ୍ତ ଅଭିଷେକ କହିଛନ୍ତି, ଐତିହ୍ୟପୂର୍ଣ୍ଣ ଶ୍ରୀଜଗନ୍ନାଥ ମନ୍ଦିର ଚାରିଧାମ ମଧ୍ୟରୁ ଅନ୍ୟତମ। ତେଣୁ ଶ୍ରୀମନ୍ଦିର ରକ୍ଷଣାବେକ୍ଷଣ ଓ ସୁରକ୍ଷା ପ୍ରତି ଧ୍ୟାନ ଦେବା ଆବଶ୍ୟକ। ଶ୍ରୀମନ୍ଦିର ସହ ଭକ୍ତଙ୍କ ଆସ୍ଥା ଜଡ଼ିତ। ତେଣୁ ଭଲ ଭାବେ ଶ୍ରୀମନ୍ଦିର ରକ୍ଷଣାବେକ୍ଷଣ କରାଯିବାକୁ ଅଭିଷେକଙ୍କ ସମେତ ଅନେକ ଭକ୍ତ ମତ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିକେଟ କପ୍‌: ବଡ଼ ଡୁଙ୍ଗୁରୀଗୁଡ଼ା ଚାମ୍ପିୟନ

କର୍ଲାମୁଣ୍ଡା:୧୪।୧୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗଡ଼ା ପଞ୍ଚାୟତରେ ଦ୍ୱିତୀୟ ଗଜାନନ କ୍ରିକେଟ କପ୍‌ ଭୋଇରମୁଣ୍ଡା ୨୦୨୫ ଅନୁଷ୍ଠିତ ହୋଇଯାଇଛି। ଭୋଇରମୁଣ୍ଡା ଗଜାନନ...

ଇତିହାସ ରଚିଲେ ହାର୍ଦ୍ଦିକ ପାଣ୍ଡ୍ୟା; ଏପରି କରିବାରେ ପ୍ରଥମ ଅଲରାଉଣ୍ଡର

ନୂଆଦିଲ୍ଲୀ,୧୪।୧୨: ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଇଥିବା ଦ୍ୱିତୀୟ ଟି-୨୦ ମ୍ୟାଚରେ ଏକ ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ...

ତୃତୀୟ ଟି୨୦ରେ ଭାରତର ଦମ୍‌ଦାର ବିଜୟ: ୨-୧ରେ ସିରିଜ୍‌ ଅଗ୍ରଣୀ

ଧର୍ମଶାଳା,୧୪।୧୨: ଧର୍ମଶାଳାରେ ରବିବାର ଖେଳାଯାଇଥିବା ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ବିଜୟୀ ହୋଇଛି। ଭାରତୀୟ ବ୍ୟାଟର ୨୫ ବଲ୍‌ ବାକି...

ମନ୍ଦିରରେ ପଶି ମହିଳା ପୂଜାରିଙ୍କୁ ଛୁରୀ ଭୁସି ହତ୍ୟା, ଅଭିଯୁକ୍ତ ଫେରାର

ନୂଆଦିଲ୍ଲୀ,୧୪।୧୨: ରାଜଧାନୀ ଦିଲ୍ଲୀର ଏକ ମନ୍ଦିର ଭିତରେ ଜଣେ ମହିଳାଙ୍କୁ ଛୁରି ଭୁସି ହତ୍ୟା କରାଯାଇଛି । ଏହି ଘଟଣା ପୂର୍ବ ଦିଲ୍ଲୀର ମାନସରୋବର ପାର୍କ...

ବାୟୁ ପ୍ରଦୂଷଣ ଯୋଗୁଁ ପଞ୍ଚମ ଶ୍ରେଣୀ ଯାଏଁ ବନ୍ଦ ହେଲା ସ୍କୁଲ, ପରୀକ୍ଷା ବାତିଲ

ନୂଆଦିଲ୍ଲୀ,୧୪।୧୨:  ପ୍ରଦୂଷଣ ଯୋଗୁଁ, ଉତ୍ତର ପ୍ରଦେଶର ନୋଏଡାରେ ନର୍ସରୀ ଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସ୍କୁଲକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଦିଲ୍ଲୀ-ଏନସିଆରରେ...

ଓଡିଶା – ଝାରଖଣ୍ଡ ସୀମାରେ ଲ୍ୟାଣ୍ଡମାଇନ ବିସ୍ଫୋରଣ, ଯବାନ ଆହତ

ବଣାଇଁ, ୧୪ / ୧୨ (ପ୍ରଦୀପ ତ୍ରିପାଠୀ)- ଓଡିଶା – ଝାରଖଣ୍ଡ ସୀମାରେ ପୁଣି ଆଜି ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିଲା । ଏଥିରେ କୋବ୍ରା ବାଟାଲିୟନର...

ପୂର୍ବତନ ନାଏବ ସରପଞ୍ଚ ତଥା ସାମାଜିକ କର୍ମୀଙ୍କ ପରଲୋକ

ଦିଗପହଣ୍ଡି,୧୪।୧୨((ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍ ଅନ୍ତର୍ଗତ କଇଠଖଣ୍ଡି ପଞ୍ଚାୟତର ପୂର୍ବତନ ନାଏବ ସରପଞ୍ଚ ତଥା ସାମାଜିକ କର୍ମୀ ସନ୍ତୋଷ କୁମାର ପଣ୍ଡା...

ଦକ୍ଷିଣ ଆଫ୍ରିକା ସିରିଜ ମଝିରୁ ଘରକୁ ଫେରିଗଲେ ବୁମରାହ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୧୪।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ତୃତୀୟ T20 ଆନ୍ତର୍ଜାତୀୟ ମ୍ୟାଚରୁ ଦଳର ମୁଖ୍ୟ ଦ୍ରୁତ ବୋଲର ଯଶପ୍ରୀତ ବୁମରାହ ବାଦ୍ ପଡ଼ିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri