ଆନ୍ଦୋଳନରତ ଶିକ୍ଷକ ସଂଘରେ ଫାଟ

ଭୁବନେଶ୍ୱର, ୧୯ା୯ (ଅସମାପିକା ସାହୁ):ଆନ୍ଦୋଳନ ଚଳାଇଥିବା ୧୦ ପ୍ରାଥମିକ ଶିକ୍ଷକ ସଂଘ ମଧ୍ୟରେ ଫାଟ ସୃଷ୍ଟି ହୋଇଛି। ସୋମବାର ଆନ୍ଦୋଳନ ୧୧ ଦିନରେ ପହଞ୍ଚତ୍ଥିବାବେଳେ ଶିକ୍ଷକଙ୍କ ଦାବି ନେଇ ଆନ୍ତଃମନ୍ତ୍ରୀସ୍ତରୀୟ କମିଟି ବୈଠକ ବସିଥିଲା। ହେଲେ ତାହା ଫଳପ୍ରଦ ହୋଇ ନ ଥିବାବେଳେ ଆନ୍ଦୋଳନକୁ ନେଇ ସଂଘଗୁଡିକ ମଧ୍ୟରେ ସୃଷ୍ଟି ହୋଇଥିବା ମତଭେଦ ପଦାକୁ ଆସିଛି। ବୈଠକ ପରେ ୨ ଶିକ୍ଷକ ସଂଘ ଆନ୍ଦୋଳନରୁ ଓହରିଯାଇଥିବାବେଳେ ଅନ୍ୟ ଶିକ୍ଷକ ସଂଘଗୁଡିକ ଆନ୍ଦୋଳନ ଜାରି ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ଆନ୍ଦୋଳନ ଡାକରା ଦେଇଥିବା ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେଶନ(ଏୟୁପିଟିଏଫ୍‌) ଆନ୍ଦୋଳନକୁ ସ୍ଥଗିତ ରଖିଛି। ତେବେ ପୂର୍ବପରି କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରଖିବାକୁ ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘ ନିଷ୍ପତ୍ତି ନେଇଛି। ସରକାର ପ୍ରାଥମିକ ଶିକ୍ଷକଙ୍କ ଦାବିଗୁଡ଼ିକୁ ଗ୍ରହଣ କରୁ ନ ଥିବାରୁ ଏହି ଆନ୍ଦୋଳନ ଜାରି ରହିବ ବୋଲି କୁହାଯାଇଛି।
ମୁଖ୍ୟ ଶାସନ ସଚିବଙ୍କ ସମ୍ମିଳନୀ କକ୍ଷରେ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ଅଧ୍ୟକ୍ଷତାରେ ଆନ୍ତଃମନ୍ତ୍ରୀସ୍ତରୀୟ କମିଟି ବୈଠକ ବସିଥିଲା। ପ୍ରାଥମିକ ଶିକ୍ଷକ ସଂଘକୁ ଆଲୋଚନା ପାଇଁ ଡକାଯାଇଥିଲା। ବୈଠକରେ ସଂଘର ଦାବିଗୁଡ଼ିକ ସମ୍ପର୍କରେ ଆଲୋଚନା କରାଯାଇଥିଲା। ଏଥିପାଇଁ ବହୁ ସମୟ ରହିଥିବାରୁ ବର୍ତ୍ତମାନ ଆନ୍ଦୋଳନରୁ ଓହରିଯିବା ପାଇଁ କମିଟି ଶିକ୍ଷକମାନଙ୍କୁ ଅନୁରୋଧ କରିଥିଲେ। ସରକାରଙ୍କ ସହ ଆଲୋଚନା ପରେ ଶିକ୍ଷକ ଭବନରେ ଷ୍ଟିୟରିଂ କମିଟି ବୈଠକ ବସି ପରବର୍ତ୍ତୀ କାର୍ଯ୍ୟପନ୍ଥା ଉପରେ ଆଲୋଚନା ହୋଇଥିଲା। ବୈଠକ ପରେ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେଶନ ଆନ୍ଦୋଳନକୁ ସ୍ଥଗିତ ରଖିଥିବା ମହସଚିବ ଚାରୁଲତା ମହାପାତ୍ର କହିଛନ୍ତି। ସେ କହିଛନ୍ତି, ସରକାରଙ୍କ ସହ ଆଲୋଚନା ସକରାତ୍ମକ ଥିଲା। ଦାବି ପୂରଣ ପାଇଁ ପ୍ରତିଶ୍ରୁତି ମିଳିବା ସହିତ ଏଥିଲାଗି ସମୟ ନେଇଛନ୍ତି ସରକାର। ସରକାରଙ୍କ ପ୍ରତିଶ୍ରୁତି ଉପରେ ଆସ୍ଥା ଓ ଭରସା ରହିଛି। ସେଥିପାଇଁ ଆମେ ଆନ୍ଦୋଳନକୁ ସ୍ଥଗିତ ରଖିଲୁ। ଡିସେମ୍ବର ସୁଦ୍ଧା ଦାବି ପୂରଣ ହେବ ବୋଲି ସରକାର ଆମକୁ କହିଛନ୍ତି। ଯଦି ଏହି ସମୟରେ ଦାବି ପୂରଣ ନ ହୁଏ ତେବେ ଆମେ ପୁଣିଥରେ ରାଜରାସ୍ତାକୁ ଓହ୍ଲାଇବୁ। ପିଲାଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ବିଦ୍ୟାଳୟରେ ପୁଣି ପାଠପଢ଼ା ଆରମ୍ଭ ହେବ। ସରକାରଙ୍କ ଅନୁରୋଧ ପରେ ଏୟୁପିଟିଏଫ୍‌ ଡାକରାରେ ଚାଲିଥିବା ଏହି ଆନ୍ଦୋଳନ ସ୍ଥଗିତ ରହିଲା। ଯେଉଁ ଶିକ୍ଷକ ସଂଘ ଆନ୍ଦୋଳନ କରିବାକୁ ଚାହଁୁଛନ୍ତିି, ସେମାନେ କରିପାରିବେ ବୋଲି ଚାରୁଲତା କହିଛନ୍ତି। ଏୟୁପିଟିଏଫ୍‌ ସହ ଓଡ଼ିଶା ପ୍ରାଥମିକ ଶିକ୍ଷକ ସଂଘ ମଧ୍ୟ ଏହି ଆନ୍ଦୋଳନରୁ ଓହରି ଯାଇଥିବା ସୂଚନା ଦେଇଛି। ତେବେ ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘ ନେତୃତ୍ୱରେ ୮ଟି ସଂଘ ଆନ୍ଦୋଳନ ଜାରି ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିରେ ନିଖିଳ ଉତ୍କଳ ନିମ୍ନ ମାଧ୍ୟମିକ ଶିକ୍ଷକ ସଂଘ ସାମିଲ ହେବାକୁ ସହମତି ଜଣାଇଥିବା ସୂଚନା ମିଳିଛି। ବର୍ତ୍ତମାନ ଏହି ଆନ୍ଦୋଳନ ପୂର୍ବପରି ବ୍ଲକ୍‌ ସ୍ତରରେ ଜାରି ରହିବ। ଆଗାମୀ ଦିନରେ ରାଜ୍ୟସ୍ତରରେ ଆନ୍ଦୋଳନ ହେବ ବୋଲି କୁହାଯାଇଛି। ସୂଚନାଯୋଗ୍ୟ, ଠିକା ନିଯୁକ୍ତି ଉଚ୍ଛେଦ, ପୁରୁଣା ପେନ୍ସନ ଓ କେନ୍ଦ୍ରୀୟ ହାରରେ ଦରମା ଅନୁସାରେ ୪୨୦୦ ଟଙ୍କା ଗ୍ରେଡ୍‌ ପେ’ ଲାଗୁ ଆଦି ଦାବି ନେଇ ପ୍ରାଥମିକ ଶିକ୍ଷକ ଆନ୍ଦୋଳନକୁ ଓହ୍ଲାଇଛନ୍ତି।
ଆନ୍ଦୋଳନକୁ ସମର୍ଥନ କରି ଅଭିଭାବକ ସଂଘର ଧାରଣା
ଶିକ୍ଷକ ଆନ୍ଦୋଳନକୁ ଓଡ଼ିଶା ଅଭିଭାବକ ମହାସଂଘ ସମର୍ଥନ ଜଣାଇଛି। ସୋମବାର ରାଜ୍ୟର ବିଭିନ୍ନ ବିଦ୍ୟାଳୟ ସମ୍ମୁଖରେ ଅଭିଭାବକମାନେ ଧାରଣା ଦେଇଥିଲେ। ସରକାର ବିଦ୍ୟାଳୟରେ ପାଠପଢ଼ାକୁ ସ୍ବାଭାବିକ ଅବସ୍ଥା ଫେରାଇ ନ ଆଣିଲେ ଆଗକୁ ସମସ୍ତ ବିଦ୍ୟାଳୟ ଆଗରେ ଧାରଣା ଦିଆଯିବ ବୋଲି ମହାସଂଘ ଅଧ୍ୟକ୍ଷ ବାସୁଦେବ ଭଟ୍ଟ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା: ନଭେମ୍ବର ୨ ସୁଦ୍ଧା କ୍ଷୟକ୍ଷତି ରିପୋର୍ଟ ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ଵର,୨୭ା୧୦: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରବିବାର ସନ୍ଧ୍ୟାରେ ସ୍ଵତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟରେ ସମୀକ୍ଷା କରି ନଭେମ୍ବର ୨ ତାରିଖ ସୁଦ୍ଧା ବାତ୍ୟା ଜନିତ...

ଗାଡ଼ି ଯାଞ୍ଚବେଳେ ଧରାପଡ଼ିଲେ ଦମ୍ପତ୍ତି

ଦାରିଙ୍ଗବାଡି,୨୭।୧୦(ଅରୁଣ ସାହୁ ): ସ୍କୁଟିରେ ଗଞ୍ଜେଇ ଚୋରାଚାଲାଣ କରୁଥିବା ଅଭିଯୋଗରେ ବ୍ରାହ୍ମଣୀଗାଁ ପୋଲିସ ସ୍ବାମୀ ଏବଂ ସ୍ତ୍ରୀଙ୍କୁ ଅଟକ ରଖିଛି। ମିଳିଥିବା ସୂଚନା ମୁତାବକ, ବ୍ରାହ୍ମଣୀଗାଁ...

ପୁଣି ବାଜି ମାରିନେଲା ଭୁବନେଶ୍ୱର: କେନ୍ଦ୍ର ସରକାର ଦେଲେ ”ସର୍ବଶ୍ରେଷ୍ଠ ଜନସାଧାରଣ ପରିବହନ ବ୍ୟବସ୍ଥା” ପୁରସ୍କାର

ଗାନ୍ଧିନଗର, ୨୭ା୧୦: ଗୁଜରାଟର ଗାନ୍ଧିନଗର ଠାରେ ତିନି ଦିନିଆ ୧୭ ତମ ସହରୀ ମୋବିଲିଟି ଇଣ୍ଡିଆ (UMI) ସମ୍ମିଳନୀ ଏବଂ ପ୍ରଦର୍ଶନୀ ଆରମ୍ଭ ହୋଇଯାଇଛି। ଏହି...

ପୂର୍ବଶତ୍ରୁତାରୁ ବୋମାମାଡ଼: ଜେଲ ଫେରନ୍ତା ଫିଙ୍ଗିଥିଲେ ବୋମା, ସମସ୍ତ ଅଭିଯୁକ୍ତ ଫେରାର

ଦିଗପହଣ୍ଡି,୨୭।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହରରେ ଘଟିଥିବା ବୋମାମାଡ ପୂର୍ବଶତ୍ରୁତାକୁ ନେଇ ଘଟିଥିବା ଥାନା ଆଇଆଇସି ପ୍ରଶାନ୍ତ କୁମାର ପାତ୍ର ପ୍ରକାଶ କରିଛନ୍ତି।...

ସୁଧୁରୁନି ସମସ୍ୟା: ପୁଣି ଖଟିଆରେ ବୁହାହୋଇ ଆସିଲେ ରୋଗୀ

ନୂଆପଡ଼ା,୨୭।୧୦ (ମକାରୁ ବେମାଲ): ଗାଁକୁ ଭଲ ରାସ୍ତା ନ ଥିବାରୁ ଆମ୍ବୁଲାନ୍ସ ଯାଇପାରିଲା ନାହିଁ। ଫଳରେ ରୋଗୀଙ୍କୁ ୨କି.ମି. ଖଟିଆରେ ବୋହି ଆମ୍ବୁଲାନ୍ସ ନିକଟକୁ ଅଣାଯାଇଥିଲା।...

ଆକାଶ ମାର୍ଗରୁ ମୁଖ୍ୟମନ୍ତ୍ରୀଙ୍କ ବାତ୍ୟାଞ୍ଚଳ ପରିଦର୍ଶନ: ତୁରନ୍ତ କ୍ଷୟକ୍ଷତି ଆକଳନ ପାଇଁ ନିର୍ଦ୍ଦେଶ

ଭୁବନେଶ୍ଵର, ୨୭ା୧୦: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରବିବାର ଅପରାହ୍ଣରେ ହେଲିକପ୍ଟର ଯୋଗେ ବାତ୍ୟା ପ୍ରଭାବିତ ଅଞ୍ଚଳଗୁଡିକ ପରିଦର୍ଶନ କରିଛନ୍ତି। ମୁଖ୍ୟମନ୍ତ୍ରୀ ଆକାଶ ମାର୍ଗରୁ ପାରାଦୀପ,...

ନଭେମ୍ବର ୧ରୁ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ

ପୁରୀ,୨୭।୧୦: ନୂଆ ଟେଣ୍ଡର ପାଇଥିବା କମ୍ପାନୀ ବିରୋଧରେ ପୁରୀ ୧୦୮ ଆମ୍ବୁଲାନ୍ସ କର୍ମଚାରୀ ମହାସଂଘ ଅସନ୍ତୋଷ ପ୍ରକାଶ କରି ରବିବାର କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିବାକୁ...

ଶିମିଳିପାଳକୁ ଆସିଲା ମହାରାଷ୍ଟ୍ର ମହାବଳ

ଭୁବନେଶ୍ୱର,୨୭ା୧୦: ରାଜ୍ୟରେ ବାଘର ବଂଶ ବିସ୍ତାର ପାଇଁ ବଡ଼ ପଦକ୍ଷେପ ନେଇଛନ୍ତି ସରକାର। ଏଥିପାଇଁ ମହାରାଷ୍ଟ୍ରରୁ ଏକ ମହାବଳ ବାଘ ଆଣି ମୟୁରଭଞ୍ଜର ଶିମିଳିପାଳରେ ଛଡ଼ାଯାଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri