Categories: ଫୁରସତ

ମାଛ ଧରୁଥିବା ବ୍ୟକ୍ତିଙ୍କୁ ଏମିତି ଗୋଡ଼ାଇଲା କୁମ୍ଭୀର, ଭିଡିଓ ଦେଖିଲେ…

ସୋସିଆଲ ମିଡିଆରେ ଅନେକ ସମୟରେ ବିଭିନ୍ନ ପ୍ରକାରର ଭିଡିଓ ଭାଇରାଲ ହୋଇଥାଏ। ସେଥିମଧ୍ୟରୁ କିଛି ଭିଡିଓ ମନୋରଞ୍ଜନର ଖୋରାକ ଯୋଗାଉଥିବା ବେଳେ ଆଉ କିଛି ଅତ୍ୟନ୍ତ ଭୟଙ୍କର ହୋଇଥାଏ।

ଏବେ ଟୁଇଟରରେ ସେମିତି ଏକ ଭୟାନକ ଭିଡିଓ ଶେୟାର ହୋଇଛି। ଯେଉଁଥିରେ ମାଛ ଧରିବାକୁ ଯାଇଥିବା ଜଣେ ବ୍ୟକ୍ତିଙ୍କୁ ଦେଖି କୁମ୍ଭୀର ଗୋଡ଼ାଉଛି। ତାଙ୍କୁ ଆକ୍ରମଣ କରିବାକୁ ନଦୀରୁ ବାହାରି କୂଳ ପର୍ଯ୍ୟନ୍ତ ଆସୁଛି। ପରେ ବ୍ୟକ୍ତି ଜଣକ ନିଜ ଜୀବନ ରକ୍ଷା କରିବା ପାଇଁ ଦୌଡ଼ିଥିଲେ। ଭିଡିଓଟି ଫ୍ଲୋରିଡାର।

ବ୍ୟକ୍ତି ଜଣକ ଅସାବଧାନତାର ସହ ମାଛ ଧରୁଥିଲେ। ସେ ନଦୀରେ ବନ୍‌ଶୀ କଣ୍ଟା ପକାଇ ମାଛ ଧରିବାକୁ ଅପେକ୍ଷା କରିଥିଲେ। କୁମ୍ଭୀରଟି ପାଣି ଭିତରେ ଥାଇ ବ୍ୟକ୍ତିଙ୍କୁ ଲକ୍ଷ୍ୟ କରିଥିଲା। ପରେ ସେ ଆକ୍ରମଣ କରିବା ପାଇଁ ଖୁବ୍‌ ଜୋର୍‌ରେ ପାଣି ଭିତରୁ କୂଳ ପର୍ଯ୍ୟନ୍ତ ଆସିଥିଲା। ଏହା ଦେଖି ବ୍ୟକ୍ତି ଜଣକ ଜୀବନବିକଳରେ ଦୌଡ଼ିଥିଲେ। ତଥାପି କୁମ୍ଭୀର ଏହି ବ୍ୟକ୍ତିଙ୍କୁ ଜଙ୍ଗଲ ପର୍ଯ୍ୟନ୍ତ ଗୋଡ଼ାଇଥିଲା। ବ୍ୟକ୍ତି ଜଣକକୁ ନ ପାଇ କୁମ୍ଭୀରଟି ସେହିଠାରେ ଅଟକି ରହିଥିଲା। ଯାହାକୁ ବ୍ୟକ୍ତି ତାଙ୍କ କ୍ୟାମେରାରେ କଏଦ କରି ନେଇଥିଲେ।

ଭିଡିଓ ଦେଖି ଜଣେ ୟୁଜର କହିଛନ୍ତି, ଭାଲୁ କୁମ୍ଭୀର ଅତ୍ୟନ୍ତ ଭୟଙ୍କର। ଦେଖିଚାହିଁ ସେମାନଙ୍କ ନିକଟକୁ ଯିବା ଉଚିତ। କାରଣ ସେମାନେ ଖୁବ୍‌ଶୀଘ୍ର ଆକ୍ରମଣ କରିପାରନ୍ତି।

Share