Advertisement

ନଦୀପଠାରୁ ମଇଁଷିକୁ ଝାମ୍ପିନେଲା କୁମ୍ଭୀର

ଚାନ୍ଦବାଲି,୬ା୧୦(ଅଶୋକ ପଣ୍ଡା/କିଶାନ ପାତ୍ର): ଭଦ୍ରକ ଜିଲା ଆରଡ଼ି ନିକଟସ୍ଥ ଷାଠିବାଙ୍କୁଡ଼ା ଗାଁ ପାଖରେ ବୈତରଣୀ ନଦୀପଠାରୁ ଶୁକ୍ରବାର ପୂର୍ବାହ୍ନରେ ଏକ ମଇଁଷିକୁ କୁମ୍ଭୀର ଝାମ୍ପି ନେଇଛି । ନଦୀପଠାରେ କେତୋଟି ମଇଁଷି ପାଣି ପିଉଥିବା ବେଳେ ପଛରେ ଥିବା ଏକ ମଇଁଷିକୁ କୁମ୍ଭୀର ନଦୀ ମଧ୍ୟକୁ ଟାଣି ନେଇଥିଲା। ନିକଟରେ ଥିବା ଲୋକେ ହୋହଲ୍ଲା କରିବାରୁ କିଛି ସମୟ ପରେ କୁମ୍ଭୀର ମଇଁଷିକୁ ଛାଡ଼ି ଦେଇଥିଲା। ଗାଁ ଲୋକ ଡଙ୍ଗା, ଭୁଟୁଭଟି ନେଇ ନଦୀ ମଧ୍ୟରେ କୁମ୍ଭୀରକୁ ଘଉଡ଼ାଇଥିଲେ। ନଦୀରେ ପ୍ରଖର ସ୍ରୋତରେ ମଇଁଷି ନଦୀରେ ବୁଡ଼ି ଯାଇଥିଲା। କିଛି ସମୟ ପରେ ମୃତ ମଇଁଷି ଭାସିବାରୁ ଲୋକେ ତାକୁ କୂଳକୁ ଟାଣି ଆଣିଥିଲେ। ପ୍ରକାଶଥାଉ କି, ୮ଦିନ ତଳେ ଷାଠିବାଙ୍କୁଡ଼ା ଗାଁର ସୁରେଶ ପାତ୍ର ଓ ସାଥୀମାନେ ଗାଈ ଚରାଉଥିବା ବେଳେ ନଦୀକୂଳରେ ଛକି ରହିଥିବା କୁମ୍ଭୀର ଏକ ଗାଈକୁ ଝାମ୍ପି ନେଇଥିଲା।

Subscribe to Dharitri WhatsApp ChannelSubscribe to Dharitri WhatsApp Channel