ପିକ୍‌ନିକ୍‌ ପାଇଁ ବାଦୁବାଡ଼ିରେ ଜମୁଛି ଭିଡ଼, ଭୋଜିଭାତ କରି ମଜା ଉଠାଉଛନ୍ତି ଲୋକେ

ରାଇକିଆ,୮ା୧(ପ୍ରଦୀପ ବେହେରା): ଏବେ ଚାଲିଛି ପିକ୍‌ନିକ୍‌ ଋତୁ। ସବୁଠି ବଣଭୋଜିର ଆସର। କନ୍ଧମାଳ ଜିଲା ନୂଆଗାଁ ବ୍ଲକର ଗୁଞ୍ଜିବାଡ଼ି ନିକଟରେ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ବାଦୁବାଡ଼ି ହେଉଛି ସ୍ଥାନୀୟ ଲୋକଙ୍କ ପିକ୍‌ନିକ୍‌ ସ୍ଥାନ। ବର୍ଷ ତମାମ ଏଠାରେ ଭୋଜିଭାତର ଆସର ଜମିଥାଏ।
ବିଶେଷକରି ରାଇକିଆ ଅଞ୍ଚଳରୁ ଅଧିକାଂଶ ଲୋକେ ଏଠାକୁ ବଣଭୋଜି ପାଇଁ ଆସିଥାନ୍ତି। ରାଇକିଆ- କନୂଆଗାଁ ମୁଖ୍ୟ ରାସ୍ତାକଡ଼ରେ ବହି ଯାଇଥିବା କାଳୀପାନି ନଦୀ ସଂଲଗ୍ନ ବିରାଟକାୟ ପଥର ଏବଂ ଜଳପ୍ରପାତ ଭଳି ଦୃଶ୍ୟ ପ୍ରକୃତିପ୍ରେମୀଙ୍କ ମନ ମୋହିଥାଏ। ବିଶେଷ ଆନୁଷଙ୍ଗିକ ସୁବିଧା ନ ଥିଲେ ମଧ୍ୟ ଏଠାରେ ବଣଭୋଜି ପାଇଁ ପ୍ରକୃତିପ୍ରେମୀଙ୍କ ପ୍ରବଳ ଭିଡ଼ ଜମିଥାଏ। ଲୋକେ ଭୋଜିଭାତ କରି ମଜା ଉଠାଇଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବେଆଇନ ମଦ କାରବାର: ଚଢ଼ାଉ ବେଳେ ଅବକାରୀ କର୍ମଚାରୀଙ୍କୁ ଆକ୍ରମଣ, ୩ ଆହତ

ଭବାନୀପାଟଣା,୯।୧(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ କର୍ନାଲା ଗ୍ରାମରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଏହି ଗ୍ରାମରେ ବେଆଇନ ମଦ...

୭ ମାସରେ ଆଇନଶୃଙ୍ଖଳା ଚିନ୍ତାଜନକ: ବିଜେଡି

ଭୁବନେଶ୍ୱର,୯ା୧(ଅନିଲ ଦାସ):ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମ ବୁଧବାରଠାରୁ ଭୁବନେଶ୍ୱରରେ ଆରମ୍ଭ ହୋଇଛି । ଦେଶ ବିଦେଶରୁ ପ୍ରବାସୀ ଓଡ଼ିଶାରେ ଏକତ୍ରିତ ହୋଇଛନ୍ତି । ଏହା ନିଶ୍ଚିତ...

ନବୀନଙ୍କ ଅସଲ ମୁଖା ଖୋଲିବେ ପ୍ରଦୀପ ପାଣିଗ୍ରାହୀ: ଓଡ଼ିଆ ନବବର୍ଷକୁ ଅପେକ୍ଷା

ଭୁବନେଶ୍ୱର, ୯ା୧(ସୁନିତ୍‌ ମିଶ୍ର):ବ୍ରହ୍ମପୁର ଏମ୍‌ପି ପ୍ରଦୀପ ପାଣିଗ୍ରାହୀଙ୍କ ସହ ବିଜେଡିର ସମ୍ପର୍କରେ ତିକ୍ତତା ଆସିବା ପରେ ସେ ସବୁବେଳେ ଚର୍ଚ୍ଚାରେ ରହିଆସିଛନ୍ତି। ଅନେକ ସମୟରେ ବିଜେଡି...

ଶୀତରେ ଥରୁଛି ଦାରିଙ୍ଗବାଡି: ତୁଷାରପାତ ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ

ଦାରିଙ୍ଗବାଡି, ୯।୧ (ଅରୁଣ ସାହୁ ):ଓଡିଶାର କଶ୍ମୀର କୁହାଯାଉଥିବା କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ଗତ କିଛି ଦିନର ବ୍ୟବଧାନ ପରେ ପୁଣି ତୁଷାରପାତ...

ଶିଶ୍‌ମହଲ ବନାମ ରାଜମହଲ:ସରକାରୀ ବଙ୍ଗଳାକୁ ନେଇ ହାଇଡ୍ରାମା

ନୂଆଦିଲ୍ଲୀ,୯ା୧:ଏକଦା ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ଦଖଲରେ ଥିବା ସରକାରୀ ବଙ୍ଗଳା (ଭାଜପା ଭାଷାରେ ଶିଶ୍‌ମହଲ) ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକ କଲ୍ୟାଣ...

ଅଭିଯୋଗ ପରେ ପ୍ରଶାସନ ତତ୍ପର: ମନଇଚ୍ଛା ଚାଲିବନି ଟିକେଟ୍‌ ଅସୁଲ

ମଥୁରାନଗରୀ,୯।୧(ପ୍ରେମାନନ୍ଦ ଖମାରୀ):ବରଗଡରେ ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ଧନୁଯାତ୍ରା ମହୋତ୍ସବ ଚାଲିଛି। ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ଜର୍ଜ ହାଇସ୍କୁଲ ପଡ଼ିଆରେ ମୀନାବଜାର ଲାଗିଛି। ପଡ଼ିଆର ନିର୍ଦ୍ଧାରିତ ଅଂଶକୁ...

କରଜ ଚିନ୍ତାରେ ଜୀବନ ହାରିଲେ ଯୁବଚାଷୀ

ରଘୁନାଥପୁର,୯ା୧(ରାଜେନ୍ଦ୍ର ନାରାୟଣ ସିଂହ):ଜଗତ୍‌ସିଂହପୁର ଜିଲା ରଘୁନାଥପୁର ବ୍ଲକ ଅଞ୍ଚଳରେ ବୁଧବାର ଚାଷୀ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ଧାନ ଫସଲ ଉଜୁଡ଼ି ଯିବା ପରେ କରଜ ଶୁଝିବା...

ଗର୍ବିତ ନୁହେଁ, କୃତଜ୍ଞ ହେବା: ତଥାଗତ

ବଲାଙ୍ଗୀର, ୯ା୧(ବୀରେନ୍ଦ୍ର କୁମାର ଝାଙ୍କର):ଅନେକ ସମୟରେ ଆମେ ବଲାଙ୍ଗିରିଆ, ଢେଙ୍କାନାଳିଆ କି ଭାରତୀୟ ବୋଲି ଗର୍ବ କରିଥାଉଁ। ମାତ୍ର ଗର୍ବିତ ହେବା ବଦଳରେ ଆମେ ଯଦି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri