Categories: ଜାତୀୟ

ମୋଦିଙ୍କ ବାସଭବନରେ ନେତାଙ୍କ ଭିଡ଼

ନୂଆଦିଲ୍ଲୀ,୯ା୬: ମୋଦିଙ୍କ ଦିଲ୍ଲୀ ସରକାରୀ ବାସଭବନରେ ନେତାଙ୍କ ଭିଡ଼ ଲାଗିଛି। ଜଣଙ୍କ ପରେ ଜଣେ ଏନ୍‌ଡିଏ ଏମ୍‌ପି ପହଞ୍ଚିବାରେ ଲାଗିଛନ୍ତି। ଏମାନଙ୍କ ମଧ୍ୟରେ ଅମିତ ଶାହା, ଜେପି ନଡ୍ଡା, ଅର୍ଜୁନ ମେଘଓ୍ବାଲ, ଶିବରାଜ ଚୌହାନ ପ୍ରମୁଖ ଅଛନ୍ତି। କୁମାରସ୍ୱାମୀ, ସିନ୍ଦିଆ, ମନୋହର ଖଟ୍ଟର, ଚିରାଗ ପାଶୱାନ ମଧ୍ୟ ପହଞ୍ଚିଛନ୍ତି। ଚା’ ପେ ଚର୍ଚ୍ଚାରେ ସମ୍ଭାବ୍ୟ ମନ୍ତ୍ରୀମାନଙ୍କ ସହ ଆଲୋଚନା କରିବେ ମୋଦି। ନିର୍ମଳା ସୀତାରମଣ, ଜି.କିଷନ ରେଡ୍ଡୀ, କୁମାରସ୍ବାମୀ, ସିନ୍ଦିଆ ବି ଉପସ୍ଥିତ ଅଛନ୍ତି।

ସୂଚନାଯୋଗ୍ୟ, କ୍ରମାଗତ ତୃତୀୟ ଥର ପାଇଁ ଆଜି ଅର୍ଥାତ୍‌ ଜୁନ୍‌ ୯ ସନ୍ଧ୍ୟା ୭ଟା ୧୫ରେ ନରେନ୍ଦ୍ର ମୋଦି ଦେଶର ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ। ଶପଥ ଗ୍ରହଣ ସମାରୋହରେ ଦିଲ୍ଲୀକୁ ଏକ କ୍ୟାଣ୍ଟନମେଣ୍ଟରେ ପରିଣତ କରାଯାଇଛି।

Share