Categories: ଜାତୀୟ

ଦିନକ ପୂର୍ବରୁ କିଣିଥିବା ଇଲେକ୍ଟ୍ରିକ୍‌ ସ୍କୁଟର ଫାଟି ସ୍ବାମୀ ମୃତ, ପତ୍ନୀ-୨ଶିଶୁ ଆହତ

ହାଇଦ୍ରାବାଦ,୨୪।୪: ଦୁଇ ଦିନ ପୂର୍ବରୁ ତେଲେଙ୍ଗାନାର ନିଜାମାବାଦରେ ଏକ ଇଲେକ୍ଟ୍ରିକ୍‌ ବାଇକ୍‌ର ବ୍ୟାଟେରୀ ଫାଟି ଜଣେ ୮୦ ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ୨ଜଣ ଆହତ ହୋଇଥିଲେ। ଏହି ଘଟଣା ସର୍ବସମ୍ମୁଖକୁ ଆସିବା ପରେ ପ୍ୟୁର-ଇଭି କମ୍ପାନୀ ନିଜର ୨ହଜାର ଗାଡ଼ିକୁ ମାର୍କେଟରୁ ଫେରାଇନେବା ପାଇଁ ଘୋଷଣା କରିଥିଲା। ତେବେ ପୁଣି ଥରେ ଆଉ ଏକ ଇଲେକ୍ଟ୍ରିକ୍‌ ବାଇକ୍‌ ବିସ୍ଫୋରଣ ଘଟଣା ସାମ୍ନାକୁ ଆସିଛି। ରବିବାର ସକାଳେ ଆନ୍ଧ୍ରପ୍ରଦେଶର ବିଜୟଓ୍ବାଡା ସହରରେ ଜଣେ ବ୍ୟକ୍ତିଙ୍କ ଇଲେକ୍ଟ୍ରିକ୍‌ ମୋପେଡର ବ୍ୟାଟେରୀ ବିସ୍ଫୋରଣ ଘଟିଛି। ଏହି ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ପତ୍ନୀ ଓ ୨ଶିଶୁ ଆହତ ହୋଇଥିବା ଜଣାପଡ଼ିଛି। ମୃତ ଜଣଙ୍କ ହେଲେ ୪୦ବର୍ଷୀୟ କେ. ଶିବ କୁମାର। ଅନ୍ୟପଟେ ଆହତ ପତ୍ନୀ ଓ ଦୁଇ ଛୁଆଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଶିବକୁମାରଙ୍କ ସ୍ତ୍ରୀଙ୍କ ଅବସ୍ଥା ଗୁରୁତର ଥିବା ସୂଚନା ରହିଛି। ଦିନକୁ ପୂର୍ବରୁ ଶିବକୁମାର ବୁମ୍‌ ମୋଟର୍ସ କାର୍ବେଟ ୧୪ ଇଲେକ୍ଟ୍ରିକ୍‌ ବାଇକ କିଣିଥିଲେ। ଶନିବାର ରାତିରେ ଗାଡ଼ିର ବ୍ୟାଟେରୀକୁ ଚାର୍ଜରେ ବସାଇଥିଲେ। ଭୋରରୁ ବ୍ୟାଟେରୀଟି ଫାଟିଯିବାରୁ ଘର ଭିତରେ ନିଆଁ ବ୍ୟାପିଯାଇଥିଲା। ଘଟଣାସ୍ଥଳରେ ଶିବକୁମାରଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ପତ୍ନୀ ଓ ୨ଛୁଆ ଆହତ ହୋଇଥିଲେ।ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

 

Share