Categories: ଜାତୀୟ

ଭିନେଶଙ୍କୁ ଟାର୍ଗେଟ କରିବାର ଗୋଟିଏ ଦିନ ପରେ ପ୍ରଶଂସା କଲେ କଙ୍ଗନା, କହିଦେଲେ ଏତେ ବଡ଼ କଥା

ନୂଆଦିଲ୍ଲୀ,୮।୮: ପ୍ୟାରିସ ଅଲିମ୍ପିକ୍ସ ୨୦୨୪ରେ ଐତିହାସିକ ସଫଳତା ପାଇବା ପରେ ରେସଲର ଭିନେଶ ଫୋଗଟ କୁସ୍ତିରୁ ସନ୍ୟାସ ଘୋଷଣା କରିଛନ୍ତି। ତେବେ ସେମି ଫାଇନାଲରେ ସଫଳତା ପାଇବା ପରେ ଭାଜପା ଏମପି କଙ୍ଗନା ରଣାଓ୍ବତ ତାଙ୍କୁ କଟାକ୍ଷ କରିଥିଲେ। କିନ୍ତୁ ଏହାର ଗୋଟିଏ ଦିନ ପରେ ସେ ଭିନେଶଙ୍କୁ ପ୍ରଶଂସା କରିଛନ୍ତି। ଭିନେଶଙ୍କୁ ବ୍ୟଙ୍ଗ କରିବାର ଗୋଟିଏ ଦିନ ପରେ ସେ ନିଜର ଆଭିମୁଖ୍ୟ ବଦଳାଇଛନ୍ତି। ଫାଇନାଲ ମ୍ୟାଚ ପୂର୍ବରୁ ତାଙ୍କୁ ଅଯୋଗ୍ୟ ଘୋଷିତ କରାଯିବା ପରେ ସେ ଭିନେଶଙ୍କୁ ସମର୍ଥନ କରୁଥିବା ଦେଖିବାକୁ ମିଳିଛି।

ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ଭିନେଶଙ୍କୁ ସମର୍ଥନ ଜଣାଇ ସେ ଲେଖିଛନ୍ତି, ଭିନେଶ କାନ୍ଦ ନାହିଁ, ପୁରା ଦେଶ ତୁମ ସହିତ ଛିଡା ହୋଇଛି। କଙ୍ଗନା ଇଣ୍ଡିଆନ ଅଲିମ୍ପିକ ଆସୋସିଏସନ ମୁଖ୍ୟ ପି.ଟି ଉଷା ଭିନେଶଙ୍କୁ ଭେଟିବାର ଏକ ଫଟୋ ପୋଷ୍ଟ କରି ତାଙ୍କୁ ‘ସିଂହୀ’ ବୋଲି କହିଛନ୍ତି।

ଏହାପୂର୍ବରୁ ମଙ୍ଗଳବାର ଦିନ ଭିନେଶ ଫାଇନାଲରେ ପହଞ୍ଚିବାକୁ ନେଇ କଙ୍ଗନା କହିଥିଲେ, ଭାରତର ପ୍ରଥମ ସ୍ବର୍ଣ୍ଣ ପଦକ ପାଇଁ ଅଭିନନ୍ଦନ। ଭିନେଶ ଫୋଗାଟ ଏକ ପ୍ରଦର୍ଶନରେ କହିଥିଲେ, ମୋଦୀ, ତୁମର କବର ଖୋଳିବି ଭଳି ସ୍ଲୋଗାନ ଦେଇଥିଲେ। ତଥାପି ତାଙ୍କୁ ଦେଶ ପ୍ରତିନିଧିତ୍ୱ କରିବା ଏବଂ ସର୍ବୋତ୍ତମ ପ୍ରଶିକ୍ଷଣ, ପ୍ରଶିକ୍ଷକ ଏବଂ ସୁବିଧା ପାଇବା ପାଇଁ ସୁଯୋଗ ଦିଆଯାଇଥିଲା। ଏହା ହେଉଛି ଗଣତନ୍ତ୍ରର ସୌନ୍ଦର୍ଯ୍ୟ ଏବଂ ଜଣେ ମହାନ ନେତାଙ୍କ ଚିହ୍ନ। ଏହି ପୋଷ୍ଟକୁ ନେଇ ଅନେକେ ୟୁଜର୍ସ ତାଙ୍କୁ ଟ୍ରୋଲ କରିଥିଲେ।

 

Share