ଭୁବନେଶ୍ୱର,୩।୬(ବ୍ୟୁରୋ): ବାଲେଶ୍ୱର ଜିଲା ବାହାନଗା ଷ୍ଟେଶନ ନିକଟରେ ଘଟିଥିବା ଟ୍ରେନ ଦୁର୍ଘଟଣାକୁ ନେଇ ନେଇ ସାରା ଦେଶରେ ଶୋକର ଲହରୀ ଖେଳିଯାଇଛି। ତେବେ ରାଜ୍ୟରେ ଶନିବାର ଦିନିକିଆ ଶୋକ ପାଳନ ହେବା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ଏଥିସହ ରାଜ୍ୟରେ କୌଣସି ସରକାରୀ ଉତ୍ସବ ପାଳନ ନ ହେବା ନେଇ କୁହାଯାଇଛି।