Posted inଫୁରସତ

ଦେଶର ସୁରକ୍ଷା, ଏକତା ଓ ଅଖଣ୍ଡତାକୁ ବଜାୟ ରଖିବାର ଦିନ…

ପ୍ରତିବର୍ଷ ୩୧ ଅକ୍ଟୋବରରେ ଆଇରନ ମ୍ୟାନ୍‌ ଅଫ୍‌ ଇଣ୍ଡିଆ ଅର୍ଥାତ୍‌ ଭାରତର ଲୌହମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜନଦିବସକୁ ଜାତୀୟ ଏକତା ଦିବସ ଭାବେ ପାଳନ କରାଯାଏ। ତାଙ୍କୁ ଭାରତର ଜାତୀୟ ଏକତାର ସ୍ଥପତି ଭାବରେ ସ୍ମରଣ କରାଯାଇଥାଏ। ଦେଶର ସୁରକ୍ଷା, ଏକତା ଏବଂ ଅଖଣ୍ଡତା ବଜାୟ ରଖିବା ପାଇଁ ଏହା ଏକ ପ୍ରତିବଦ୍ଧତାର ଦିନ। ଏହି ଦିବସ ପାଳନ କରିବାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଦେଶର ଏକତା ବଜାୟ ରଖିବାରେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଅବଦାନକୁ ସମ୍ମାନ ଦେବା।

ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଦେଶର ଏକତା ଏବଂ ଅଖଣ୍ଡତାକୁ ପୁନଃ ସ୍ଥାପିତ କରି ଏକ ଶକ୍ତିଶାଳୀ ତଥା ସମୃଦ୍ଧ ଭାରତର ମୂଳଦୁଆ ପକାଇଥିଲେ। ଦେଶକୁ ଏକାଠି କରିବାରେ ସର୍ଦ୍ଦାର ପଟେଲଙ୍କ ଅମୂଲ୍ୟ ଅବଦାନ ବେଶ୍‌ ସ୍ବତନ୍ତ୍ର।

ଏହି ଅବସରରେ ବିଦ୍ୟାଳୟରେ ବିଭିନ୍ନ ପ୍ରକାରର ପ୍ରତିଯୋଗିତା ଆୟୋଜନ କରାଯାଇଥାଏ। ପ୍ରବନ୍ଧ, ବକ୍ତୃତା ଏବଂ ଅନ୍ୟାନ୍ୟ ପ୍ରତିଯୋଗିତା ମାଧ୍ୟମରେ ଛାତ୍ରୀଛାତ୍ର ଜାତୀୟତାର ମହାନ ପ୍ରତୀକ ମନେ ରଖିବାକୁ ଉତ୍ସାହିତ ହୁଅନ୍ତି ଏବଂ ଭାରତର ଏକତା ଏବଂ ଅଖଣ୍ଡତା ପାଇଁ ପ୍ରତିଶ୍ରୁତିବଦ୍ଧ ହୁଅନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭବିଷ୍ୟତକୁ ସହଜ କରିବାକୁ ଚାହୁଁଥିଲେ କରନ୍ତୁ ଏହି କାମ

ଆଜି ସାରା ବିଶ୍ୱରେ ବିଶ୍ୱ ସଞ୍ଚୟ ଦିବସ ପାଳନ କରାଯାଉଛି। ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଲୋକଙ୍କୁ ସଞ୍ଚୟ ବିଷୟରେ ଅବଗତ କରାଇବା। ଆଜିକାଲି...

ଚାଇନାର ଶ୍ରବଣ କୁମାର

ବେଜିଂ: ସାମ୍ପ୍ରତିକ ସମୟରେ ଏପରି ଅନେକ ମାମଲା ସାମ୍‌ନାକୁ ଆସିଛି, ଯେଉଁଥିରେ ଅନେକ ବ୍ୟକ୍ତି ସେମାନଙ୍କ ବୃଦ୍ଧ ମା’ ବାପାଙ୍କର ଯତ୍ନ ନ ନେଇ ସେମାନଙ୍କୁ ବୃଦ୍ଧାଶ୍ରମରେ...

୧୪,୮୦୮ କିଣ୍ଡରଗାର୍ଟେନ ବନ୍ଦ

ବେଜିଂ: ବହୁ ସମୟ ଧରି ବିଶ୍ୱର ସର୍ବାଧିକ ଜନବହୁଳ ଦେଶ ରହିଆସିଥିବା ଚାଇନାରେ ଜନସଂଖ୍ୟା ହ୍ରାସ ପାଇବାରେ ଲାଗିଛି। ବିଭିନ୍ନ କାରଣରୁ ଶିଶୁ ଜନ୍ମହାର ଲଗାତର କମୁଥିବାରୁ...

ସବୁଜ ଚିହ୍ନରୁ ଜୀବସତ୍ତା ଆଶା

ଓ୍ବାଶିଂଟନ: ଆମେରିକୀୟ ମହାକାଶ ସଂସ୍ଥା ନାସାର ପର୍ସିଭରେନ୍ସ ରୋଭର ମଙ୍ଗଳ ଗ୍ରହର ଆଉ ଏକ ରହସ୍ୟ ଉପରୁ ପରଦା ହଟାଇଛି। ‘ବ୍ରାଇଟ୍‌ ଏଞ୍ଜେଲ’ ଅଞ୍ଚଳକୁ ନେଇ ପରୀକ୍ଷାନିରୀକ୍ଷା...

ସ୍ୱାସ୍ଥ୍ୟକର ନୁହେଁ ଘରେ ପ୍ରସ୍ତୁତ ଖାଇବା: ICMR

ଭାରତରେ ସମସ୍ତଙ୍କର ଏକ ଧାରଣା ଥାଏ କି ଘରେ ପ୍ରସ୍ତୁତ ହେଉଥିବା ଖାଇବା ସ୍ୱାସ୍ଥ୍ୟକର ଅଟେ। କାରଣ ଘରେ ରୋଷେଇରେ ତଟକା ପନିପରିବା, ଅଳ୍ପ ତେଲ,...

ପୁଣି ଭବିଷ୍ୟବାଣୀ କଲେ ବାବା ଭେଙ୍ଗା, ୨୦୪୩ ସୁଦ୍ଧା ଏସବୁ ଦେଶରେ ହେବ…

ସୋଫିଆ,୨୮।୧୦: ବିଶ୍ୱର ଲକ୍ଷ ଲକ୍ଷ ଲୋକ ଭବିଷ୍ୟବାଣୀ କରିଛନ୍ତି। ଏଥିମଧ୍ୟରୁ ଅନେକ ମିଥ୍ୟା ବୋଲି ପ୍ରମାଣିତ ହୋଇଥିବାବେଳେ କେତେକ ସତ୍ୟ ବୋଲି ମଧ୍ୟ ପ୍ରମାଣିତ ହୋଇଛି।...

ଦିନକୁ ୩ ଥର ରଙ୍ଗ ବଦଳାଉଛି ଫୁଲ

ନୂଆଦିଲ୍ଲୀ: ପ୍ରକୃତିର କୋଳରେ ଅନେକ ଚମତ୍କାରୀ ଉଦ୍ଭିଦ ରହିଥାନ୍ତି। ଏହିପରି ଏକ ନିଆରା ଉଦ୍ଭିଦ ହେଉଛି ହିବିସ୍‌ସ୍କସ୍‌ ମୁଟାବିଲିସ୍‌। ଏହାକୁ ପୃଥିବୀର ପଦ୍ମ ବୋଲି ମଧ୍ୟ...

ଗାଁର ନାଁ ଦୀପାବଳି

ଶ୍ରୀକାକୁଲମ: କାର୍ତ୍ତିକ ପୂର୍ଣ୍ଣିମା ପୂର୍ବରୁ ଆସୁଥିବା ଅମାବାସ୍ୟାକୁ ଦୀପାବଳି ଭାବେ ପାଳନ କରାଯାଇଥାଏ। ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଜିଲା ଗାର୍‌ ସବ୍‌ଡିଭିଜନ ଅନ୍ତର୍ଗତ ଦୀପାବଳି ନାମରେ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri