ବୈତରଣୀ ପଠାରୁ ମିଳିଲା ଜଣେ ବ୍ୟକ୍ତିଙ୍କ ମୃତଦେହ

ଆନନ୍ଦପୁର,୪ା୧(ସ୍ବ.ପ୍ର.): ଆନନ୍ଦପୁର ବୈତରଣୀ ବ୍ୟାରେଜ ନିକଟ ପଠାରେ ବୁଧବାର ଜଣେ ବ୍ୟକ୍ତିଙ୍କ ମୃତଦେହ ଜବତ ହୋଇଛି। ମୃତକ ଜଣକ ହେଲେ ଆନନ୍ଦପୁର ପୌରପରିଷଦ ପଦ୍ମପୁର ୧ ନଂ ଓ୍ବାର୍ଡର ଘଣ୍ଟିଆ ସାମଲଙ୍କ ପୁଅ ଶରତ(୪୨) ବୋଲି ଜଣାପଡିଛି। ଶରତଙ୍କ ନିକଟରେ ପଡ଼ିଥିବା ବିଷ ବୋତଲ ଓ ପାଟିରୁ ବାହାରିଥିବା ଫେଣକୁ ଆଧାର କରି ଏହା ଏକ ଆତ୍ମହତ୍ୟା ଜନିତ ମୃତ୍ୟୁ ବୋଲି ଜଣାପଡ଼ିଛି। ତେବେ ଆନନ୍ଦପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହିତ ବ୍ୟବଚ୍ଛେଦ ପାଇଁ ଆନନ୍ଦପୁର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଛି। ଶରତଙ୍କ ମୃତ୍ୟୁକୁ ନେଇ ପରିବାରରେ ଶୋକର ଛାୟା ଖେଳିଯାଇଥିବା ବେଳେ ଆତ୍ମହତ୍ୟା କରିବାର କାରଣ ସମସ୍ତଙ୍କୁ ଚିନ୍ତାରେ ପକାଇଛି। ପୋଲିସ ପକ୍ଷରୁ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ତଦନ୍ତ ଚାଲିଥିବା ସୂଚନା ମିଳିଛି।