ସୁନ୍ଦରଗଡ଼,୪ା୧(ଡି.ଏନ୍.ଏ.): ସୁନ୍ଦରଗଡ଼ ଜିଲା ତଳସରା ଥାନା ଅନ୍ତର୍ଗତ ଇବ୍ ନଦୀର କନାକୁଣ୍ଡ ଘାଟକୁ ବୁଧବାର ପିକ୍ନିକ୍ କରିବାକୁ ଆସି ଥିବା ୨୫ ଜଣଙ୍କ ମଧ୍ୟରୁ ୩ ଯୁବକ ଗାଧୋଉଥିବା ବେଳେ ଅପରାହ୍ନରେ ନଦୀ ପାଣିରେ ଭାସିଯାଇଥିଲେ। ସେମାନଙ୍କ ମଧ୍ୟରୁ ଜଣଙ୍କୁ ସ୍ଥାନୀୟ ଅଗ୍ନିଶମ ବିଭାଗ ଓ ଗ୍ରାମବାସୀ ପହଞ୍ଚି ଉଦ୍ଧାର କରିଥିବା ବେଳେ ଅନ୍ୟ ଦୁଇ ଜଣ ଯୁବକ ନିଖୋଜ ଥିଲେ। ତେବେ ଏହି ଦୁଇ ନିଖୋଜ ଯୁବକଙ୍କ ମଧ୍ୟରୁ ଝାରସୁଗୁଡ଼ା ଜିଲା ବୁରୋମାଲ ଗ୍ରାମର ଚୂଡାମଣି ମେହେର(୨୬)ଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ମୁକେଶ ମେହେର(୧୭) ନିଖୋଜ ଥିବା ଜଣାପଡ଼ିଛି।