କାମକୁ ଯାଇ ଘରକୁ ଫେରି ନ ଥିଲେ ଯୁବକ, ଆଜି ରାସ୍ତାକଡ଼ରୁ ମିଳିଲା ମୃତଦେହ

କୋରାପୁଟ,୧୭ା୮(ଅମିତାଭ ବେହେରା): କୋରାପୁଟ-ରାୟଗଡ଼ା ୩୨୬ ନଂ ଜାତୀୟ ରାଜପଥ ରୁଣ୍ଡିଆମ୍ବ ନିକଟରେ ଗୁରୁବାର ସକାଳୁ ଜଣେ ଯୁବକଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା। ଖବର ପାଇ କୋରାପୁଟ ସଦର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଥିଲା। ଏହା ଏକ ହତ୍ୟା ନା ଦୁର୍ଘଟଣା ସେନେଇ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି। ମୃତକ ଜଣକ କୋରାପୁଟ ସଦର ବାଗରାଗୁଡ଼ା ଗ୍ରାମର ବନ୍ଧୁ ଭୋଇ (୨୩)।

ମିଳିଥିବା ସୂଚନାନୁଯାୟୀ, ମଙ୍ଗଳବାରଠାରୁ ବନ୍ଧୁ କାମକୁ ଯାଇ ଘରକୁ ଫେରି ନ ଥିବା ବେଳେ ଆଜି ମୃତଦେହ ରାସ୍ତା କଡ଼ରେ ପଡ଼ିଥିବା ଦେଖିବାକୁ ମିଳିଛି। ଖବର ପାଇବା ପରେ ସ୍ଥାନୀୟ ବାସିନ୍ଦା ସହ ପରିବାରବର୍ଗ ଘଟଣାସ୍ଥଳରେ ପହଞ୍ଚି ପୋଲିସକୁ ଖବର ଦେଇଥିଲେ। ଘଟଣା ସ୍ଥଳରେ କୋରାପୁଟ ସଦର ପୋଲିସ ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରିଛି। ପରିବାର ବର୍ଗ ହତ୍ୟା ଅଭିଯୋଗ କରିଥିବା ବେଳେ ହତ୍ୟା ନା ଆତ୍ମହତ୍ୟା ତଦନ୍ତ ପରେ ସ୍ପଷ୍ଟ ହେବ କହିଛି ପୋଲିସ।

Share