ବାହାନଗା, ୨୨।୩(ଡି.ଏନ.ଏ.): ବାଲେଶ୍ୱର ଜିଲା ବାହାନଗା ବ୍ଲକ ୧୬ ନମ୍ବର ଜାତୀୟ ରାଜପଥ ନାୟିକବନ୍ଧ ଛକ ନିକଟରେ ଥିବା ପୋଲତଳେ ବସ୍ତା ଭିତରେ କଟାମୁଣ୍ଡ ଥିବା ଗୁଜବ ପ୍ରଚାରିତ ହେବା ପରେ ସୋର ଥାନା ପୋଲିସ୍କୁ ନାକେଦମ ହେବାକୁ ପଡିଛି। ଶେଷରେ ପୋଲିସ୍ ବସ୍ତା କାଟିବା ପରେ ତାହା ଭିତରେ ମଲା କୁକୁର ଥିବା ଜଣାପଡିଥିଲା।
ପଡିଥିବା ଏକ ବସ୍ତାରେ ଗନ୍ଧ ବାହାରିବାରୁ ଲୋକଙ୍କ ମଧ୍ୟରେ ସନ୍ଦେହ ହୋଇଥିଲା। ତେବେ ବସ୍ତା ଭିତରେ ମଣିଷ ମୁଣ୍ଡ କିମ୍ବା ମଣିଷକୁ ମାରି କେହି ବସ୍ତାରେ ପୂରାଇ ଫିଙ୍ଗିଦେଇ ପଳାଇଥିବା ଲୋକମାନେ ସନ୍ଦେହ କରି ସୋର ପୋଲିସକୁ ଖବର ଦେଇଥିଲେ। ଖବରପାଇ ସୋର ପୋଲିସ ପହଞ୍ଚି ପୋଲ ତଳୁ ଗନ୍ଧ ବାହାରୁଥିବା ବସ୍ତାକୁ ଆଣି ତାକୁ କାଟିବା ପରେ ଅଖା ଭିତରେ ଏକ ମଲା କୁକୁର ଥିବା ଦେଖାଯାଇଥିଲା। ଶେଷରେ ପୋଲିସ ନିରାଶ ହୋଇ ଫେରିଥିଲା।