ଗଞ୍ଜାମ,୨୬ା୨(ବିଦ୍ୟାଧର ସାହୁ): ରମ୍ଭା ଥାନା ଅନ୍ତର୍ଗତ ଗଡ଼ହୁମ୍ମା ଗ୍ରାମର ଜଣେ ବ୍ୟକ୍ତି ପୋଖରୀରେ ବୁଡି ମୃତ୍ୟୁ ବରଣ କରିଥିବା ଜଣାପଡ଼ିଛି l ମୁତକ ଜଣଙ୍କ ହେଲେ ଉକ୍ତ ଗ୍ରାମର ହରିଜନ ସାହିର ରବି ଦାସଙ୍କ ପୁଅ ସୁନିଲ ଦାସ (୫୮)l
ପ୍ରାପ୍ତ ସୂଚନାନୁଯାଇ ରବି ମିସ୍ତ୍ରୀ କାମ କରି ଘରକୁ ଫେରିବା ପରେ ଗ୍ରାମ ନିକଟସ୍ଥ ପୋଖରୀକୁ ଗାଧୋଇବାକୁ ଯାଇଥିଲେ l ସେଠାରେ ତାଙ୍କର ଗୋଡ଼ ଖସି ଯିବାରୁ ସେ ପାଣିରେ ବୁଡି ମୃତ୍ୟୁ ବରଣ କରିଥିଲେ l ଅଂଚଳବାସୀ ତାଙ୍କୁ ପୋଖରୀରୁ ଉଦ୍ଧାର କରିବା ପୂର୍ବରୁ ସେ ମୃତ୍ୟୁ ବରଣ କରିଥିଲେ l
ତାଙ୍କୁ ସ୍ଥାନୀୟ ଯୁବ ସମିତିସଭ୍ୟ ଧ୍ରୁବ ଚରଣ ପଲାଇଙ୍କ ସହାୟତାରେ ଛତ୍ରପୁର ମେଡିକେଲ ନିଆଯାଇଥିଲାl ସେଠାରେ ଶବ ବ୍ୟବଚ୍ଛେଦ କରାଯିବା ପରେ ଗ୍ରାମକୁ ନିଆଯାଇ ଗ୍ରାମ୍ୟ ସ୍ମଶାନ ରେ ଦାହ କରାଯାଇଥିଲା l ଯାହାକୁନେଇ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା l