Categories: ଜାତୀୟ

ସୁପ୍ରିମକୋର୍ଟରେ ଯୁକ୍ତି ରଖିଲେ ମୂକ, ବଧିର ଆଇନଜୀବୀ

ନୂଆଦିଲ୍ଲୀ,୨୬ା୯: ସୁପ୍ରିମକୋର୍ଟରେ ପ୍ରଥମ ଥର ପାଇଁ ଜଣେ ମୂକ, ବଧିର ଆଇନଜୀବୀ ଜଣେ ଇଣ୍ଟରପ୍ରିଟରଙ୍କ ଜରିଆରେ ସାଙ୍କେତିକ ଭାଷାରେ ଯୁକ୍ତି ଉପସ୍ଥାପନ କରିଛନ୍ତି। ସର୍ବୋଚ୍ଚ ଅଦାଲତରେ ଭର୍ଚୁଆଲ ଶୁଣାଣିର ପରିଚାଳନା କରୁଥିବା କଣ୍ଟ୍ରୋଲ ରୁମ୍‌ ମୂକ ବଧିର ଆଇନଜୀବୀ ସାରା ସନ୍ନିଙ୍କୁ ସ୍କ୍ରିନ୍‌ ସ୍ପେସ୍‌ ଦେବାକୁ ମନା କରିଦେଇଥଲା। ଶୁଣାଣି ବେଳେ ସନ୍ନିଙ୍କ ପାଳି ଆସିବାରୁ ତାଙ୍କ ଇଣ୍ଟରପ୍ରିଟର ସୌରଭ ରାୟ ଚୌଧୁରୀ ସ୍କ୍ରିନ୍‌ରେ ଦେଖାଦେଇଥିଲେ। ଯୁକ୍ତି ଆରମ୍ଭ ହେବା ମାତ୍ରେ ସନ୍ନିଙ୍କ ସାଙ୍କେତିକ ଭାଷାକୁ ସୌରଭ ପ୍ରଧାନ ବିଚାରପତି ଡି.ଓ୍ବାଇ. ଚନ୍ଦ୍ରଚୂଡ଼ଙ୍କ ସମ୍ମୁଖରେ ପଢ଼ିଥିଲେ। ଏହା ପରେ ସନ୍ନିଙ୍କୁ ମଧ୍ୟ ସ୍କ୍ରିନ୍‌ ସ୍ପେସ୍‌ରେ ସ୍ଥାନ ଦେବା ଲାଗି ଜଷ୍ଟିସ୍‌ ଚନ୍ଦ୍ରଚୂଡ଼ କଣ୍ଟ୍ରୋଲ ରୁମ୍‌କୁ ନିର୍ଦ୍ଦେଶ ଦେଇଥିଲେ। ଫଳରେ ଉଭୟ ସନ୍ନି ଏବଂ ସୌରଭ ସୁପ୍ରିମକୋର୍ଟଙ୍କ ଆଗରେ ଯୁକ୍ତି ଉପସ୍ଥାପନ କରୁଥିବା ସ୍କ୍ରିନ୍‌ରେ ଦେଖାଯାଇଥିଲା।

Share