ବୈଦେଶିକ ମୁଦ୍ରାଭଣ୍ଡାରରେ ହ୍ରାସ

ଭୁବନେଶ୍ୱର, ୧୨ା୧୦(ଅନୁରାଧା ମହାରଣା): ଗତ ସପ୍ତାହରେ ବୈଦେଶିକ ମୁଦ୍ରାଭଣ୍ଡାର ୭୦୪.୮୮୫ ବିଲିୟନ ଡଲାର ଥିବାବେଳେ ଅକ୍ଟୋବର ୪ରେ ପ୍ରାୟ ୩.୭୦୯ ବିଲିୟନ ଡଲାର ହ୍ରାସ ସହ ବୈଦେଶିକ ମୁଦ୍ରାଭଣ୍ଡାର ୭୦୧.୧୭୬ ବିଲିୟନ ଡଲାରକୁ ଖସି ଆସିଛି। ଗତ ସପ୍ତାହେ ଧରି ବୈଦେଶିକ ମୁଦ୍ରାଭଣ୍ଡାରରେ ବୃଦ୍ଧି ଘଟଥିବାବେଳେ ହଠାତ୍‌ ଏହି ହ୍ରାସ ଘଟିଛି। ଏହି ହ୍ରାସ ସତ୍ତ୍ୱେ ଫୋରେକ୍ସ ରିଜର୍ଭ ୭୦୦ ବିଲିୟନ ଡଲାରରୁ ଅଧିକ ରହିଛି। ଭାରତୀୟ ରିଜର୍ଭ ବ୍ୟାଙ୍କ ଏହି ଫୋରେକ୍ସ ରିଜର୍ଭ ତଥ୍ୟ ପ୍ରକାଶ କରିଛି। ତଥ୍ୟ ଅନୁଯାୟୀ, ବୈଦେଶିକ ମୁଦ୍ରାଭଣ୍ଡାର ୩.୫୧୧ ବିଲିୟନ ଡଲାରରେ ହ୍ରାସ ହୋଇ ୬୧୨.୬୪୩ ବିଲିୟନ ଡଲାରରେ ପହଞ୍ଚିଛି। ଆର୍‌ବିଆଇର ଗୋଲ୍ଡ ରିଜର୍ଭ ମଧ୍ୟ ହ୍ରାସ ପାଇଛି ଏବଂ ଏହା ୪୦ ନିୟୁତ ଡଲାରକୁ ୬୫୭.୫୬ ବିଲିୟନ ଡଲାର ସ୍ତରକୁ ଖସି ଆସିଛି। ଏସ୍‌ଡିଆର୍‌ ୧୨୩ ମିଲିୟନ ଡଲାରରୁ ୧୮.୪୨ ବିଲିୟନ ଡଲାରକୁ ହ୍ରାସ ପାଇଛି ଏବଂ ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠିରେ ଜମା ହୋଇଥିବା ଭଣ୍ଡାର ୩୫ ମିଲିୟନ ଡଲାରରୁ ୪.୩୫ ବିଲିୟନ ଡଲାରକୁ ହ୍ରାସ ପାଇଛି। ୨୦୨୪ ଅକ୍ଟୋବର ୯ରେ ଆର୍‌ବିଆଇର ମୁଦ୍ରାନୀତି କମିଟିର ବୈଠକ ପରେ ଗଭର୍ନର ଶକ୍ତିକାନ୍ତ ଦାସ କହିଛନ୍ତି, ଭାରତର ବୈଦେଶିକ ମୁଦ୍ରାଭଣ୍ଡାର ୭୦୦ ବିଲିୟନ ଡଲାରର ନୂତନ ମାଇଲଖୁଣ୍ଟ ଅତିକ୍ରମ କରିଛି। ଚଳିତ ଆର୍ଥିକ ବର୍ଷରେ ୧୯.୨ ବିଲିୟନ ଡଲାର ମୂଲ୍ୟର ବିଦେଶୀ ପୋର୍ଟଫୋଲିଓ ବିନିଯୋଗ ଜୁନ୍‌ରୁ ଅକ୍ଟୋବର ୭ ମଧ୍ୟରେ ଆସିଛି। ବିଦେଶୀ ପ୍ରତ୍ୟକ୍ଷ ବିନିଯୋଗ ମଧ୍ୟ ଶକ୍ତିଶାଳୀ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ସୁଲଭ ଇଣ୍ଟରନେଟ୍ ପାଇଁ ଭାରତ ସରକାର ନେଲେ ବଡ଼ ନିଷ୍ପତ୍ତି: ପ୍ରଶଂସା କଲେ ଏଲନ ମସ୍କ

ନୂଆଦିଲ୍ଲୀ,୧୬ା୧୦: ଭାରତରେ ଖୁବଶୀଘ୍ର ଉପଲବ୍ଧ ହେବାକୁ ଯାଉଛି ସାଟେଲାଇଟ ଇଣ୍ଟରନେଟ୍। ଏଥିପାଇଁ କେନ୍ଦ୍ର ସରକାର ସ୍ପେକ୍ଟ୍ରମ୍ ନିଲାମ କରିବା ବଦଳରେ ବିଶ୍ୱ ସ୍ତରୀୟ ନୀତି ଅନୁସରଣ...

କ୍ରୋକୋଡାଇଲ ଷ୍ଟୋରର ବାର୍ଷିକ ଉତ୍ସବ

ଭୁବନେଶ୍ୱର,୧୬।୧୦: ଦେଶର ପ୍ରମୁଖ ପ୍ରିମିୟମ ପୋଷାକ ବ୍ରାଣ୍ଡ୍‌ ତଥା ଅଗ୍ରଣୀ ରିଟେଲ ଚେନ୍‌ ‘କ୍ରୋକୋଡାଇଲ’ର ଏକ୍ସକ୍ଲୁସିଭ ଷ୍ଟୋର (କ୍ରୋକୋଡାଇଲ ସିମ୍ପୋନି ମଲ୍‌ ପାହାଳ ଷ୍ଟୋର) ର...

ରିଲାଏନ୍ସ ଜିଓର ନୂତନ ଉତ୍ପାଦ

ନୂଆଦିଲ୍ଲୀ,୧୬।୧୦(ଅଭୟ ଦାଶ): ରିଲାଏନ୍ସ ଜିଓର ନୂତନ ଉତ୍ପାଦ ‘ଜିଓଭାରତ ଭି୩ ଏବଂ ଜିଓ ଭାରତ ଭି୪’ ଅନାବରଣ ସର୍ବଭାରତୀୟସ୍ତରରେ ହୋଇଯାଇଛି। ଏପରିକି ଏହି ୨ ନୂଆ...

ମାମାଆର୍ଥ ସହ ମିଶୋର ବୁଝାମଣା

ନୂଆଦିଲ୍ଲୀ,୧୬।୧୦: ଭାରତରେ ଦ୍ରୁତ ବୃଦ୍ଧି ପାଉଥିବା ପର୍ସନାଲ କେୟାର ବ୍ରାଣ୍ଡ୍‌ ମାମାଆର୍ଥ ଏବଂ ଇ-କର୍ମସ ପ୍ଲାଟ୍‌ଫର୍ମ ମିଶୋ ମଧ୍ୟରେ ଏକ ଦ୍ୱିପାକ୍ଷିକ ବୁଝାମଣା ନିକଟରେ ହୋଇଯାଇଛି।...

ଭାରତୀୟ ଡେଟା ସେଣ୍ଟରରେ ଭାରତର ଡେଟା ରହୁ: ଆକାଶ

ନୂଆଦିଲ୍ଲୀ,୧୬।୧୦: ଭାରତରେ ଡେଟା ସୃଷ୍ଟି ହେବାର ଆକାର ଏବଂ ଗତି ବେଶ୍‌ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଏପରିକି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ସହିତ ଆହୁରି...

ସେପ୍ଟେମ୍ବରରେ ଖୁଚୁରା ମୁଦ୍ରାସ୍ଫୀତି ହାର ୫.୪୯%

ଭୁବନେଶ୍ୱର,୧୫ା୧୦(ଅନୁରାଧା ମହାରଣା): ପନିପରିବା ମୂଲ୍ୟରେ ବ୍ୟାପକ ବୃଦ୍ଧି ହେତୁ ଖୁଚୁରା ମୁଦ୍ରାସ୍ଫୀତି ହାରରେ ତୀବ୍ର ବୃଦ୍ଧି ଘଟିଛି। ଗତ ୯ମାସ ମଧ୍ୟରେ ସର୍ବୋଚ୍ଚ ସ୍ତରରେ ଖୁଚୁରା...

ବନ୍ଧନ ମ୍ୟୁଚୁଆଲ ଫଣ୍ଡର ନୂତନ ଉତ୍ପାଦ

ନୂଆଦିଲ୍ଲୀ,୧୫।୧୦: ବନ୍ଧନ ମ୍ୟୁଚୁଆଲ ଫଣ୍ଡ (ବିଏମ୍‌ଏଫ୍‌)ର ନୂତନ ଉତ୍ପାଦ ‘ବନ୍ଧନ ନିଫ୍ଟି ୫୦୦ ଭାଲ୍ୟୁ ୫୦ ଇଣ୍ଡେକ୍ସ ଫଣ୍ଡ୍‌ ଓ ବନ୍ଧନ ନିଫ୍ଟି ୫୦୦ ମୋମେଣ୍ଟମ୍‌...

୧୦ ଦିନରେ ୧୩୪%ର ଅଭିବୃଦ୍ଧି ହାସଲ

ନୂଆଦିଲ୍ଲୀ,୧୫।୧୦: ଭାରତରେ ପାର୍ବଣ ଋତୁ ବ୍ୟବସାୟ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଅବଧିକୁ ଚିହ୍ନିତ କରୁଛି। ଏହି ଗୁରୁତ୍ୱପୂର୍ଣ୍ଣ କର୍ପୋରେଟ ଆବଶ୍ୟକତାକୁ ସମ୍ବୋଧିତ କରି ଭାରତର ଅଗ୍ରଣୀ ବି୨ବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri