ବୈଦେଶିକ ମୁଦ୍ରାଭଣ୍ଡାରରେ ୧.୭୧ ବିଲିୟନ ଡଲାର ହ୍ରାସ

ଭୁବନେଶ୍ୱର,୬।୭(ଅନୁରାଧା ମହାରଣା): ଦେଶରେ ବୈଦେଶିକ ମୁଦ୍ରାଭଣ୍ଡାରରେ ହ୍ରାସ ଘଟିଛି। ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଶୁକ୍ରବାର ତଥ୍ୟ ପ୍ରକାଶକରି କହିଛି, ଚଳିତବର୍ଷ ଜୁନ୍‌ ଶେଷ ସପ୍ତାହରେ ୧.୭୧୩ ବିଲିୟନ ଡଲାର ହ୍ରାସ ସହିତ ବୈଦେଶିକ ବିନିମୟ ସଂରକ୍ଷଣ ୬୫୧.୯୯୭ ବିଲିୟନ ଡଲାର ଥିଲା। ଗତ ସପ୍ତାହରେ ମୋଟ ମୁଦ୍ରା ଭଣ୍ଡାର ୨.୯୨ ବିଲିୟନ ଡଲାରରୁ ୬୫୨.୮୯ ବିଲିୟନ ଡଲାରରେ ପହଞ୍ଚିଛି। ପ୍ରଥମ ସପ୍ତାହରେ ବୈଦେଶିକ ମୁଦ୍ରା ଭଣ୍ଡାର ୬୫୩.୭୧୧ ବିଲିୟନ ଡଲାର ଥିଲା। ଆର୍‌ବିଆଇର ଏହି ତଥ୍ୟ ଅନୁଯାୟୀ, ମୋଟ ଭଣ୍ଡାର ୧.୭୧୩ ବିଲିୟନ ଡଲାରକୁ ହ୍ରାସ ପାଇ ୬୫୧.୯୯୭ ବିଲିୟନ ଡଲାରରେ ପହଞ୍ଚିଛି। ଏହି ଅବଧି ମଧ୍ୟରେ ବୈଦେଶିକ ମୁଦ୍ରା ସମ୍ପତ୍ତି ମଧ୍ୟ ହ୍ରାସ ପାଇଛି ଏବଂ ଏହା ୧.୨୫୨ ବିଲିୟନ ଡଲାରରୁ ୫୭୨.୮୮୧ ବିଲିୟନ ଡଲାରକୁ ଖସି ଆସିଛି। ଆର୍‌ବିଆଇର ସୁନା ସଂରକ୍ଷଣ(ଗୋଲ୍ଡ ରିଜର୍ଭ)ରେ ମଧ୍ୟ ହ୍ରାସ ଘଟିଛି ଏବଂ ଏହା ୪୨୭ ନିୟୁତ ଡଲାରରୁ ୫୬.୫୨ ବିଲିୟନ ଡଲାରରେ ପହଞ୍ଚିଛି। ଏସ୍‌ଡିଆର୍‌ରେ ୩୫ ନିୟୁତ ଡଲାର ହ୍ରାସ ପାଇଛି ଏବଂ ୧୮.୦୧୪ ବିଲିୟନ ଡଲାର ହୋଇଥିବାବେଳେ ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠିରେ ଜମା ହୋଇଥିବା ଭଣ୍ଡାରଗୁଡିକ ୧ ମିଲିୟନ ଡଲାରରୁ ୪.୫୭୩ ବିଲିୟନ ଡଲାରକୁ ବୃଦ୍ଧି ପାଇଛି। ସୂଚନା ଥାଉକି, ଗତ ୬ ସପ୍ତାହ ଧରି କ୍ରମାଗତ ଭାବେ ବୈଦେଶିକ ମୁଦ୍ରା ଭଣ୍ଡାର ୬୫୦ ବିଲିୟନ ଡଲାରରୁ ଅଧିକ ରହିଛି । ଆର୍‌ବିଆଇ ଗଭର୍ନର ଶକ୍ତିକାନ୍ତ ଦାସ ନିକଟରେ କହିଥିଲେ, ଆର୍‌ବିଆଇ ଏହାର ଭଣ୍ଡାର ବୃଦ୍ଧି ଜାରି ରଖିବ ଯାହାଦ୍ୱାରା ଭବିଷ୍ୟତରେ କୌଣସି ପ୍ରକାର ଉତ୍ତେଜନା କିମ୍ବା ସଙ୍କଟ ସମୟରେ ଏହାକୁ ଘରୋଇ ସ୍ବାର୍ଥ ପାଇଁ ବ୍ୟବହାର କରାଯାଇପାରିବ। ଘରୋଇ ମୁଦ୍ରାକୁ ଦୁର୍ବଳ କିମ୍ବା ହ୍ରାସରୁ ରକ୍ଷା କରିବା ପାଇଁ ଯେତେବେଳେ ଭାରତ ମୁଦ୍ରା ବଜାରରେ ହସ୍ତକ୍ଷେପ କରେ, ବୈଦେଶିକ ମୁଦ୍ରା ଭଣ୍ଡାରରେ ଏକ ପରିବର୍ତ୍ତନ ଦେଖାଯାଏ।


Enter your email to get our daily news in your inbox.

All Right Reserved By Dharitri.Com

ଏହି ୧୪ ଲୋକପ୍ରିୟ ଭାରତୀୟ କମ୍ପାନୀ ସହ ଅଛି ଇସ୍ରାଏଲର ଲିଙ୍କ୍‌, ଯୁଦ୍ଧର ପଡିବ ବଡ଼ ପ୍ରଭାବ

ନୂଆଦିଲ୍ଲୀ,୪।୧୦: ମଧ୍ୟ ପୂର୍ବରେ ଇରାନ ଏବଂ ଇସ୍ରାଏଲ ମଧ୍ୟରେ ବଢୁଥିବା ତିକ୍ତତା ବିଶ୍ୱ ବଜାରରେ ଆଲୋଡ଼ନ ସୃଷ୍ଟି କରିଛି ଏବଂ ଏହାର ପ୍ରଭାବ ଭାରତୀୟ ଷ୍ଟକ...

ପାତ୍ର ଇଲେଟ୍ରୋନିକ୍ସର ବିଗ୍‌ ଫେଷ୍ଟିଭାଲ ସେଲ୍‌

ଭୁବନେଶ୍ୱର,୪।୧୦: ରାଜ୍ୟର ପ୍ରମୁଖ ରିଟେଲ ଚେନ୍‌ ପାତ୍ର ଇଲେଟ୍ରୋନିକ୍ସର ବହୁ ପ୍ରତୀକ୍ଷିତ ‘ବିଗ୍‌ ଫେଷ୍ଟିଭାଲ ସେଲ୍‌ସ’ର ଶୁଭାରମ୍ଭ ନିକଟରେ ହୋଇଯାଇଛି। ଏପରିକି ଏହି ସେଲ୍‌ ୨୦୨୪...

ଦିନକରେ ନିବେଶକ ହରାଇଲେ ୧୦ ଲକ୍ଷ କୋଟି

ମୁମ୍ବାଇ,୪।୧୦: ଅନ୍ତଃରାଷ୍ଟ୍ରୀୟ ଘଟଣାବଳୀ ସାଙ୍ଗକୁ ଦରବୃଦ୍ଧିଜନିତ ମାନ୍ଦାବସ୍ଥାର ବଡ଼ ଧରଣ ପ୍ରଭାବ ଭାରତୀୟ ପୁଞ୍ଜିବଜାର କାରବାର ଉପରେ ପଡିଛି। ଫଳରେ ଘରୋଇ ଶେୟାର ବଜାରର ନିବେଶକମାନେ...

ୱଣ୍ଡର୍ଲା ଭୁବନେଶ୍ୱରର ପାର୍ବଣ ଉପହାର ଅଫର

ଭୁବନେଶ୍ୱର,୪।୧୦: ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ସର୍ବବୃହତ୍‌ ଆମ୍ୟୁଜ୍‌ମେଣ୍ଟ ପାର୍କଚେନ୍‌ ୱଣ୍ଡର୍ଲା ହଲିଡେଜ୍‌ ଲିମିଟେଡ୍‌ର ବହୁ ପ୍ରତୀକ୍ଷିତ ପାର୍ବଣ ଉପହାର ଅଫରର ଶୁଭାରମ୍ଭ ସମ୍ପର୍କରେ...

ଷ୍ଟକ୍ ମାର୍କେଟରେ ହାହାକାର, ୧୮୦୦ ପଏଣ୍ଟ ହ୍ରାସ ପାଇଲା ସେନସେକ୍ସ: ନିବେଶକ ହରାଇଲେ ୧୦.୫୦ ଲକ୍ଷ କୋଟି

ମୁମ୍ବାଇ,୩।୧୦: ମଧ୍ୟପ୍ରାଚ୍ୟର ଭୀଷଣ ଯୁଦ୍ଧ ସ୍ଥିତିର ପ୍ରଭାବ ଶେୟାର ବଜାର ଉପରେ ଦେଖିବାକୁ ମିଳିଛି। ଫଳରେ ଘରୋଇ ତଥା ବିଦେଶୀ ପୁଞ୍ଜି ନିବେଶକାରୀମାନେ ଅତ୍ୟାଧିଅକ ଶେୟାର...

ଅରୁନ୍ଧତୀକୁ ଟାଇମ୍ସ ଆଇକନ୍‌ ଅଫ୍‌ ଓଡ଼ିଶା ଆଓ୍ବାର୍ଡ

ଭୁବନେଶ୍ୱର,୩।୧୦: ରାଜ୍ୟର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ଅରୁନ୍ଧତୀ ଜୁଏଲର୍ସକୁ ନିକଟରେ ଆଉ ଏକ ରାଜ୍ୟସ୍ତରୀୟ ସମ୍ମାନ ‘ଟାଇମ୍ସ ଆଇକନ ଅଫ ଓଡିଶା ଆଓ୍ବାର୍ଡ’ରେ ସମ୍ମାନିତ କରାଯାଇଛି।...

ଗୁଆହାଟୀରେ ପତଞ୍ଜଳିର ଅତ୍ୟାଧୁନିକ ଓ୍ବେଲ୍‌ନେସ୍‌ ସେଣ୍ଟର

ନୂଆଦିଲ୍ଲୀ,୩।୧୦: ଦେଶର ଅଗ୍ରଣୀ ଘରୋଇ ପ୍ରତିଷ୍ଠାନ ତଥା ପତଞ୍ଜଳି ଯୋଗପୀଠର ଅତ୍ୟାଧୁନିକ ଓ୍ବେଲ୍‌ନେସ୍‌ ସେଣ୍ଟର ଆସାମର ଗୁଆହାଟୀଠାରେ ଉଦ୍‌ଘାଟିତ ହୋଇଯାଇଛି। ନର୍ଥ ଇଣ୍ଡିଆର ପ୍ରଥମ ଇଣ୍ଟଗ୍ରେଟେଡ୍‌...

୩୦,୦୦୦ରୁ କମ୍‌ ମୂଲ୍ୟରେ ୨ଲକ୍ଷରୁ ଅଧିକ ମୋବାଇଲ ବିକ୍ରି

ନୂଆଦିଲ୍ଲୀ,୩।୧୦: ପାର୍ବଣ ପୂର୍ବରୁ ଇ କର୍ମସ ପ୍ଲାଟ୍‌ଫର୍ମଗୁଡିକ ପକ୍ଷରୁ ଆକର୍ଷଣୀୟ ରିହାତି ସାଙ୍ଗକୁ ସ୍ବତନ୍ତ୍ର ସେଲ୍‌ ସମ୍ପର୍କରେ ଘୋଷଣା କରିଛନ୍ତି। ଏହି ସେଲ୍‌ ଜରିଆରେ ପ୍ରଦାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri