Categories: ଫୁରସତ

କବାଟ କାଚ ଭାଙ୍ଗି ରେଷ୍ଟୁରାଣ୍ଟରେ ପଶିଗଲା ହରିଣ, ଡରି କି ଦୌଡ଼ିଲେ ଲୋକେ, ଭିଡିଓ ଦେଖିଲେ…

ସୋସିଆଲ ମିଡିଆରେ ପ୍ରତିଦିନ କିଛି ନା କିଛି ଭିଡିଓ ଦେଖିବାକୁ ମିଳିଥାଏ। ସେଥିରୁ କିଛି ଭିଡିଓ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଥାଏ। ଏବେ ସେମିତି ଏକ ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ ଏକ ହରିଣ ଏକ ରେଷ୍ଟୁରାଣ୍ଟର କବାଟ କାଚ ଭାଙ୍ଗି ଭିତରକୁ ପଶିଆସୁଛି। ଏହା ଦେଖି ଲୋକେ ଭୟରେ ଏଣେତେଣେ ଦୌଡୁଛନ୍ତି। ହରିଣ ମଧ୍ୟ ରେଷ୍ଟୁରାଣ୍ଟ ଭିତରେ ଖୁବ୍‌ ଜୋର୍‌ରେ ଦୌଡୁଛି।

ଆମେରିକାର ଓ୍ବିସ୍କୋସିନ୍‌ ରାଜ୍ୟର ବେଲୋଇଟ ସିଟିରେ ଏହି ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି। ଏଠାରେ ନୁଡୁଲ୍ସ ଆଣ୍ଡ କମ୍ପାନୀ ରେଷ୍ଟୁରାଣ୍ଟରେ ଏକ ହରିଣ କବାଟ କାଚ ଭାଙ୍ଗି ଭିତରକୁ ପ୍ରବେଶ କରୁଛି। ଏହା ଦେଖି ସେଠାରେ ଖାଉଥିବା ଲୋକମାନେ ଭୟଭୀତ ହୋଇଯାଉଛନ୍ତି। ଏହି ଘଟଣାଟି ରେଷ୍ଟୁରାଣ୍ଟରେ ଲାଗିଥିବା ସିସିଟିଭିରେ କଏଦ ହୋଇଥିଲା, ଯାହାର ଭିଡିଓ ସାମ୍ନାକୁ ଆସିଛି।

କମ୍ପାନୀର ପ୍ରବକ୍ତା ଷ୍ଟେଫ୍‌ନି ଜେରୋମ ମହିଛନ୍ତି, ଯଦିଓ ହରିଣ କାହାର କିଛି କ୍ଷତି କରି ନାହିଁ। ମାତ୍ର ତାକୁ ଦେଖି ଲୋକେ ପଡ଼ିଉଠି ଦୌଡ଼ି ଖଣ୍ଡିଆଖରା ହୋଇଛନ୍ତି। ଜଣେ କର୍ମଚାରୀ ପଛ କବାଟଟି ଖୋଲିଦେବାରୁ ହରିଣଟି ବାହାରି ଯାଇଥିଲା। ହରିଣଟି ରେଷ୍ଟୁରାଣ୍ଟର ରୋଷେଇ ଘର ଭିତରେ ପଶି ଖାଦ୍ୟ ଦେଖୁଥିଲା। ମାତ୍ର କିଛି ନଷ୍ଟ କରିନାହିଁ। ରେଷ୍ଟୁରାଣ୍ଟ ସଫା କରାଯିବା ପରେ ସ୍ବାଭାବିକ ଭାବେ ଚାଲିଛି।

Share