Advertisement

ହଠାତ୍‌ ଘର ଭିତରକୁ ପଶିଆସିଲା ହରିଣ, ପରେ ଯାହା ହେଲା…

ପାଟଣା,୧୯।୨(ବୀର କିଶୋର ଦାଶ ):କେନ୍ଦୁଝର ଜିଲା ପାଟଣା ରେଞ୍ଜ ତଣ୍ଡ ବିଟ ଡୁମୁରିଆ ଗାଁ ଭିତରକୁ ଖାଦ୍ୟ ଅନେୱଷଣରେ ଆସିଥିବା ଏକ ମାଈ ହରିଣକୁ ବୁଧବାର ବନ ବିଭାଗ ଉଦ୍ଧାର କରିଛି। ପରେ ହରିଣଟିକୁ ଅଟେଇ ସଂରକ୍ଷିତ ଜଙ୍ଗଲରେ ଛାଡଦିଆଯାଇଛି।
ସୂଚନା ଅନୁଯାୟୀ, ବୁଧବାର ସକାଳୁ ହରିଣଟି ଗାଁ ମୁହାଁ ହୋଇ ଗ୍ରାମର ଦଶରଥ ମହାନ୍ତଙ୍କ ଘର ଭିତରକୁ ପଶି ଆସିଥିଲା। ହରିଣଟିକୁ ଉଦ୍ଧାର କରି ସ୍ଥାନୀୟ ଲୋକେ ବନ ବିଭାଗକୁ ଖବର ଦେବା ପରେ ଘଟଣାସ୍ଥଳରେ ବନ କର୍ମଚାରୀ ପହଁଞ୍ଚି ହରିଣକୁ ଉଦ୍ଧାର କରି ଅଟେଇ ସଂରକ୍ଷିତ ଜଙ୍ଗଲରେ ଛାଡି ଦେଇଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share