ଦନ୍ତ ଚିକିତ୍ସକ କରୁଛନ୍ତି ସାଧାରଣ ରୋଗ ଚିକିତ୍ସା

ବାହାନଗା,୧୪ା୧୨(ଡି.ଏନ.ଏ.): ବାଲେଶ୍ୱର ଜିଲା ବାହାନଗା ବ୍ଲକ ଅଧୀନ ଗୋପାଳପୁର ଗୋଷ୍ଠୀ ସ୍ବାସ୍ଥ୍ୟକନ୍ଦ୍ରରେ ବିଚିତ୍ର ନୀତି ଦେଖିବାକୁ ମିଳିଛି। ୨ମାସ ତଳେ ନୂତନ ଭାବେ କାର୍ଯ୍ୟରେ ଯୋଗ ଦେଇଥିବା ଜଣେ ଦନ୍ତ ଚିକିତ୍ସକ ସାଧାରଣ ରୋଗୀଙ୍କ ଚିକିତ୍ସା କରୁଛନ୍ତି।
ସରକାରଙ୍କ ପକ୍ଷରୁ ଦାନ୍ତ ଚିକିସତ୍ା ପାଇଁ କୌଣସି ଯନ୍ତ୍ରପାତି ନ ଥିବାରୁ ଦାନ୍ତ ଡାକ୍ତର ଅମରେଶ ଦ୍ୱାରି ବାଧ୍ୟ ହୋଇ ସାଧାରଣ େଋାଗର ଚିକିତ୍ସା କରୁଛନ୍ତି। ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଦାନ୍ତ ଡାକ୍ତର ଆସିଥିବା ଜାଣି ସ୍ଥାନୀୟ ଲୋକେ ଖୁସି ପ୍ରକଟ କରିଥିଲେ। ମାତ୍ର ସେ ଦାନ୍ତ ରୋଗ ଚିକିତ୍ସା ପରିବର୍ତ୍ତେ ସାଧାରଣ େଋାଗ ଚିକିତ୍ସା କରୁଥିବାରୁ ଦାନ୍ତ େଋାଗୀମାନେ ଅସନ୍ତୋଷ ବ୍ୟକ୍ତ କରୁଛନ୍ତି। ଏବାବଦରେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଚିକତ୍ସା ଅଧିକାରୀ ଡା. ଧିରେଶ କୁମାର ଷଡ଼ଙ୍ଗୀଙ୍କୁ ପଚାରିବାରୁ ଏଠାକୁ ସରକାର ଜଣେ ପିଜି ଦାନ୍ତ ଡାକ୍ତର ପଠାଇ ଥିଲେ ମଧ୍ୟ ଦାନ୍ତ ଚିକିସତ୍ା ନିମନ୍ତେ କୌଣସି ଯନ୍ତ୍ରପାତି ଦେଇନାହାନ୍ତି। ଚିକିସତ୍ା ପାଇଁ ଆବଶ୍ୟକ ଚେୟାର ମଧ୍ୟ ଏଠାରେ ନାହିଁ ା ତେଣୁ ବାଧ୍ୟ ହୋଇ ଦାନ୍ତ ଡାକ୍ତର ସାଧାରଣ ରୋଗ ଚିକିତ୍ସା କରୁଛନ୍ତି। ଏ ସମ୍ପର୍କରେ ସିଡିଏମଓଙ୍କୁ ଚିଠି ମାଧ୍ୟମରେ ଜଣାଇଛୁ। କେତେକ ଯନ୍ତ୍ରାଂଶ ରୋଗୀ କଲ୍ୟାଣ ସମିତି ପାଣ୍ଠିରୁ କିଣିବା ପାଇଁ ନିଷ୍ପତ୍ତି ନେଇଛୁ ବୋଲି କହିଛନ୍ତି। ଗୋପାଳପୁର ଅଞ୍ଚଳ ସ୍ବଚ୍ଛ ଭାରତ ଅଭିଯାନର ଆବାହକ ସୁର୍ଦଶନ ମହାପାତ୍ର କହନ୍ତି , ଏହି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ କୌଣସି ବିଶେଷଜ୍ଞ ଡାକ୍ତର ନ ଥିବା ବେଳେ ଜଣେ ଦାନ୍ତ ଡାକ୍ତରଙ୍କୁ ସରକାର ପଠାଇ ଥିଲେ ମଧ୍ୟ ସେ ସାଧାରଣ େଋାଗ ଚିକିତ୍ସା କରିବା ବିଡ଼ମ୍ବନାର ବିଷୟ। ଏଠାରେ ଦାନ୍ତ ଚିକିତ୍ସାର ବହୁଳ ଆବଶ୍ୟକତା ଥିବାରୁ ଜିଲା ମୁଖ୍ୟ ଚିକିସତ୍ା ଅଧିକାରୀ ତୁରନ୍ତ ଆବଶ୍ୟକ ଯନ୍ତ୍ରପାତି ପଠାଇବାକୁ ସେ ଦାବି କରିଛନ୍ତି ା