Posted inଖେଳ

ଭିନ୍ନ ଏକ ଚ୍ୟାଲେଞ୍ଜ

ଗୌତମ ଗମ୍ଭୀର
ନିକଟରେ ତାଲିବାନ ଶାସନାଧୀନ ଆଫଗାନିସ୍ତାନରେ ଭୂମିକମ୍ପରେ ୨,୪୪୫ ଲୋକ ନିହତ ହୋଇଥିବା ବେଳେ ୯,୨୪୦ ଆହତ ହୋଇଛନ୍ତି। ଏହି ଦୁଃଖଦ ପରିସ୍ଥିିତିରେ ଆଫଗାନିସ୍ତାନ କ୍ରିକେଟ ଦଳ ଭାରତରେ ଦିନିକିଆ କ୍ରିକେଟ ବିଶ୍ୱକପ୍‌ ଖେଳୁଛି। ୨୦୦୮ରେ ହୋଇଥିବା ୨୬/୧୧ ଆତଙ୍କବାଦୀ ଆକ୍ରମଣ ଘଟଣା ମୋର ମନେପଡ଼ିଯାଉଛି। ସେତେବେଳେ ମଁୁ ଭାରତୀୟ କ୍ରିକେଟ ଦଳର ଜଣେ ସଦସ୍ୟ ଥିଲି ଏବଂ ଆମେ କଟକଠାରେ ଇଂଲଣ୍ଡ ବିପକ୍ଷରେ ଏକ ମ୍ୟାଚ ଖେଳୁଥିଲୁ। ନ୍ୟୁଜ୍‌ ଚ୍ୟାନେଲରେ ଘଟଣାଟିର ଫଟୋ ଦେଖି ଆମେ ସ୍ତମ୍ଭୀଭୂତ ହୋଇଯାଇଥିଲୁ। ପୁଣି ମୁମ୍ବାଇରେ ଆତଙ୍କବାଦୀଙ୍କ ଦ୍ୱାରା ନରସଂହାର ବାସ୍ତବିକ ହୃଦୟବିଦାରକ ଥିଲା। ବର୍ତ୍ତମାନ ଆଫଗାନିସ୍ତାନ ଏକ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଏଭଳି ପରିସ୍ଥିତିରେ ଟୁର୍ନାମେଣ୍ଟ ଖେଳୁଥିବା ଆଫଗାନିସ୍ତାନ ଦଳର ଖେଳାଳିଙ୍କ ମାନସିକତା କ’ଣ ଥିବ ତାହା ଅନୁମାନ କରିହେଉଥିବ। ଏହି ଦଳ ବୁଧବାର ଆୟୋଜକ ଭାରତକୁ ଭେଟିବ। ରଶିଦ ଖାଁ ତାଙ୍କର ସମସ୍ତ ବିଶ୍ୱକପ୍‌ ମ୍ୟାଚ ଫି’ ଭୂକମ୍ପ କ୍ଷତିଗ୍ରସ୍ତଙ୍କ ଉଦ୍ଦେଶ୍ୟରେ ଦାନ କରିଛନ୍ତି। କ୍ରିକେଟ ମହଲରୁ ଏଭଳି ସହାୟତା ମୁଁ ଆଶା କରୁଛି। ଏହା ଦୁଃଖର ବିଷୟ ଯେ, ଭୂକମ୍ପ ପ୍ରଭାବିତଙ୍କୁ ସମ୍ମାନ ଜଣାଇ ଏକ ମିନିଟ ନୀରବ ପ୍ରାର୍ଥନା କିମ୍ବା ଖେଳାଳିମାନେ କଳାପଟି ପିନ୍ଧି ଖେଳିବା ଦେଖିବାକୁ ମିଳି ନ ଥିଲା। ମୋର ମନେପଡ଼ୁଛି ଚଳିତବର୍ଷ ଓଡ଼ିଶାରେ ଟ୍ରେନ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ୨୬୦ଜଣଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବାକୁ ଯାଇ ବିଶ୍ୱ ଟେଷ୍ଟ ଚାମ୍ପିନଶିପ୍‌ ଫାଇନାଲ ବେଳେ ଉଭୟ ଭାରତ ଓ ଅଷ୍ଟ୍ରେଲିଆ ଖେଳାଳି ଏକ ମିନିଟ ନୀରବ ପ୍ରାର୍ଥନା କରିବା ସହ ହାତରେ କଳାପଟି ବାନ୍ଧି ଖେଳିଥିଲେ। ଚଳିତ ବିଶ୍ୱକପ୍‌ରେ ଚେନ୍ନାଇଠାରେ ଅଷ୍ଟ୍ରେଲିଆକୁ ହରାଇ ଭାରତ ଟୁର୍ନାମେଣ୍ଟରେ ଏହାର ଅଭିଯାନ ଆରମ୍ଭ କରିଛି। ଅନେକେ ହୁଏତ ସହମତ ହୋଇ ନ ପାରନ୍ତି, ଚେନ୍ନାଇ ପିଚ୍‌ର ଲକ୍ଷଣକୁ କିନ୍ତୁ ମୁଁ ପସନ୍ଦ କରେ। ଏହି ପିଚ୍‌ରେ ଜଣେ ବ୍ୟାଟରଙ୍କ ଧୈର୍ଯ୍ୟ ଓ ଦକ୍ଷତାର ପରୀକ୍ଷା ହୋଇପାରିବ। ଚିଦାମ୍ବରମ ଷ୍ଟାଡିୟମରେ ଦର୍ଶକଙ୍କ ଭିଡ଼ ଦେଖିଲେ ମନେହୁଏ ସେମାନେ କମ୍‌ ସ୍କୋର ବିଶିଷ୍ଟ ମ୍ୟାଚ ଦେଖିବାକୁ ପସନ୍ଦ କରନ୍ତି। ୫୦ଓଭର ଫର୍ମାଟ ଖେଳକୁ ବଞ୍ଚାଇ ରଖିବାକୁ ହେଲେ ସନ୍ତୁଳିତ ପିଚ୍‌ର ଆବଶ୍ୟକ ରହିଛି। କେ.ଏଲ୍‌. ରାହୁଲ ଓ ବିରାଟ କୋହଲିଙ୍କ ବ୍ୟାଟିଂ ବାସ୍ତବିକ ଖୁବ୍‌ ଭଲ ଥିଲା। ରାହୁଲଙ୍କ ଚମତ୍କାର ଫୁଟ୍‌ଓ୍ବର୍କ ସହ ଅଫ୍‌-ସାଇଡ ଶଟ୍‌ ମୋତେ ପ୍ରଭାବିତ କରିଥିଲା। ଅଷ୍ଟ୍ରେଲିଆ ବିପକ୍ଷରେ ତାଙ୍କ ବ୍ୟାଟିଂ ଆପାତତଃ ତ୍ରୁଟିହୀନ ଥିଲା। ଭାରତ ଏକଦା ମାତ୍ର ୨ ରନରେ ୩ ଉଇକେଟ ହରାଇ ସାରିଥିବା ବେଳେ ଚାପରେ ଥାଇ କୋହଲିଙ୍କ ଧୈର୍ଯ୍ୟପୂର୍ଣ୍ଣ ବ୍ୟାଟିଂ ଚ୍ୟାଲେଞ୍ଜିଂ ଥିଲା। ଉଭୟେ ଇନିଂସକୁ ଯେପରି ଭାବେ ଆଗେଇ ନେଲେ ତାହା ଦର୍ଶନୀୟ ଥିଲା। ରବିବାର ରାହୁଲ ଓ କୋହଲିଙ୍କର ଅଲଗା ଅଲଗା ମାପଦଣ୍ଡର ପରୀକ୍ଷା ହୋଇଥିଲା। ଆଫଗାନିସ୍ତାନ ଦଳ ବିପକ୍ଷ ମ୍ୟାଚରେ ଭିନ୍ନ ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ପଡ଼ିବ। (ଗେମ୍‌ପ୍ଲାନ/ଦୀନେଶ ଚୋପ୍ରା)।


Enter your email to get our daily news in your inbox.

All Right Reserved By Dharitri.Com

Top 5 Cricketer Of Odisha: ଅନ୍ତର୍ଜାତୀୟ କ୍ରିକେଟରେ ଓଡ଼ିଶାରୁ ପ୍ରତିନିଧିତ୍ୱ କରିଥିଲେ ଏହି ଟପ୍‌-୫ କ୍ରିକେଟର୍‌: ଜାଣନ୍ତୁ କିଏ କିଏ

ଅନ୍ତର୍ଜାତୀୟ କ୍ରିକେଟରେ ଓଡ଼ିଶାରୁ ଖୁବ୍‌ କମ୍‌ ଖେଳାଳି ନାଁ କରିଛନ୍ତି। କିଛି ହାତ ଗଣତି କ୍ରିକେଟର୍‌ ଅନ୍ତର୍ଜାତୀୟ ସ୍ତରରେ ଭଲ ଖେଳିଛନ୍ତି। ଆମେ ସେହି ଖେଳାଳିଙ୍କୁ...

ଭାଜପାରେ ମିଶିବେ ବିଜେଡି-କଂଗ୍ରେସର ୩୮ ବିଧାୟକ! ସାଂଘାତିକ ଖୁଲାସା କଲେ ଭାଜପା ବିଧାୟକ

ଭଞ୍ଜନଗର,୧୭।୪(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ନିର୍ବାଚନମଣ୍ଡଳୀ ଭାଜପାର ସକ୍ରିୟ କାର୍ଯ୍ୟକର୍ତ୍ତା ସମ୍ମିଳନୀ ଗୁରୁବାର ଭଞ୍ଜନଗରରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଭାଜପା ଘୁମୁସର ସାଂଗଠନିକ ଜିଲା ସଭାପତି...

ଜବରଦସ୍ତ ସ୍କୁଟର ଲଞ୍ଜ କଲା Honda,ମନ ଜିଣିବ ଆଡଭାନ୍ସ ଫିଚର୍‌

ନୂଆଦିଲ୍ଲୀ,୧୭।୪: ହୋଣ୍ଡା ମୋଟରସାଇକେଲ ଏବଂ ସ୍କୁଟର ଇଣ୍ଡିଆ (HMSI) ଭାରତୀୟ ବଜାରରେ ୨୦୨୫ Dio ଲଞ୍ଚ କରିଛି। ଅପଡେଟ୍‌ ହୋଇଥିବା ସ୍କୁଟରଟି କସମେଟିକ୍‌ ପରିବର୍ତ୍ତନ, OBD୨...

UGC NET June 2025 ପାଇଁ ଆବେଦନ ଆରମ୍ଭ, ଜାଣନ୍ତୁ କେବେ ହେବ ପରୀକ୍ଷା, ଶେଷ ତାରିଖ…

ନୂଆଦିଲ୍ଲୀ,୧୭।୪: ଏନ୍‌ଟିଏ ଜୁନ ୨୦୨୫ ରେ UGC NET ର ବିଜ୍ଞପ୍ତି ପ୍ରକାଶ କରିଛି। ଏହା ସହିତ ଆବେଦନ ପୋର୍ଟାଲ ମଧ୍ୟ ଖୋଲିଛି। ପ୍ରାର୍ଥୀମାନେ ୧୬...

ବଡ଼ ନିଷ୍ପତ୍ତି: ପ୍ରଥମରୁ ୫ମ ଶ୍ରେଣୀ ଯାଏ ହିନ୍ଦୀ ଭାଷା ବାଧ୍ୟତାମୂଳକ; ଜାତୀୟ ଶିକ୍ଷା ନୀତି ଲାଗୁ

ମୁମ୍ବାଇ,୧୭।୪: ମହାରାଷ୍ଟ୍ର ସରକାର ୨୦୨୫-୨୬ ଶିକ୍ଷାବର୍ଷରୁ ଜାତୀୟ ଶିକ୍ଷା ନୀତି (NEP) ୨୦୨୦ କାର୍ଯ୍ୟକାରୀ କରିବା ପାଇଁ ଏକ ବିସ୍ତୃତ ଯୋଜନା ପ୍ରସ୍ତୁତ କରିଛନ୍ତି। ଏହି...

ସ୍ବାସ୍ଥ୍ୟମନ୍ତ୍ରୀ ବାଣ୍ଟିଲେ ଆୟୁଷ୍ମାନ କାର୍ଡ: ହିତାଧିକାରୀଙ୍କ ଘରେ ଚା ପିଇଲେ

ଅତାବିରା, ୧୭।୪(ଯୁଧିଷ୍ଠିର ମହାପାତ୍ର): ବରଗଡ ଜିଲା ଅତାବିରାକୁ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ପହଞ୍ଚି ଆଜି ପୂର୍ବାହ୍ନରେ ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ ସହିତ ଆୟୁଷ୍ମାନ ଭାରତ...

‘ଆମେ ହିନ୍ଦୁମାନଙ୍କଠାରୁ ଭିନ୍ନ’: ସୈନିକମାନଙ୍କୁ ଏପରି ଆହ୍ୱାନ ଦେଲେ ପାକିସ୍ତାନ ସେନା ମୁଖ୍ୟ

ନୂଆଦିଲ୍ଲୀ,୧୭।୫: ପାକିସ୍ତାନର ସେନା ମୁଖ୍ୟ ଜେନେରାଲ ଆସିମ ମୁନିର, ସେନା ପ୍ରତିଷ୍ଠାନର ପୁରୁଣା ଭାବନାକୁ ପୁନରାବୃତ୍ତି କରି, ପାକିସ୍ତାନୀମାନଙ୍କୁ ସେମାନଙ୍କ ପିଲାମାନଙ୍କୁ “ହିନ୍ଦୁ ଓ ମୁସଲମାନମାନଙ୍କ...

ଭଡ଼ାରେ ରହୁଥିବା ଯୁବତୀଙ୍କ ପ୍ରେମରେ ପଡ଼ିଥିଲେ ଏହି ଭାରତୀୟ ଷ୍ଟାର କ୍ରିକେଟର; ମାତ୍ର ୧୩ ବର୍ଷ ବୟସରୁ ଦୌଡ଼ିଥିଲା ପ୍ରେମର ଗାଡ଼ି…

ନୂଆଦିଲ୍ଲୀ,୧୭।୪: ଜଣଙ୍କୁ ୧୧ ବର୍ଷ ତ ଆର ଜଣଙ୍କୁ ୧୩। ହଁ, ଏହି ବୟସରେ ଉଭୟ ପରସ୍ପରକୁ ଜାଣିଥିଲେ, ପ୍ରଥମ ଥର ପାଇଁ ପରସ୍ପରକୁ ଦେଖିଲେ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image