ଭିନ୍ନ ଏକ ଗିରିଗୋବର୍ଦ୍ଧନ: ବୀରଖମ୍ବ ପାହାଡ଼

ପୁରାଣରେ ବର୍ଣ୍ଣିତ ରହିଛି ଦ୍ବାପରଯୁଗରେ ଭଗବାନ ଶ୍ରୀକୃଷ୍ଣ ଗୋପପୁରବାସୀଙ୍କୁ ଦେବରାଜ ଇନ୍ଦ୍ରଙ୍କ ବଦଳରେ ଗିରିଗୋବର୍ଦ୍ଧନ ପାହାଡ଼କୁ ପୂଜାର୍ଚ୍ଚନା କରିବା ପାଇଁ ପରାମର୍ଶ ଦେଇଥିଲେ। ଏହାକୁ ମାନି ଗୋପପୁରବାସୀ ଦେବରାଜ ଇନ୍ଦ୍ରଙ୍କ ବଦଳରେ ଗିରିଗୋବର୍ଦ୍ଧନକୁ ପୂଜାକଲେ। ଏଥିରେ ରାଗିଯାଇ ଇନ୍ଦ୍ର ପ୍ରବଳ ଝଡ଼ତୋଫାନ କଲେ। ଏହି ସମୟରେ ଗିରିଗୋବର୍ଦ୍ଧନ ସମସ୍ତଙ୍କୁ ସୁରକ୍ଷା ଓ ଆଶ୍ରୟ ଦେଇଥିଲେ। ସେପରି ଏକ ଗିରିଗୋବର୍ଦ୍ଧନ ରହିଛି କୋରାପୁଟ ଜିଲା ବୈପାରିଗୁଡ଼ା ଅଞ୍ଚଳରେ। ଏହା ବୀରଖମ୍ବ ପାହାଡ଼ ନାମରେ ପରିଚିତ।
ବୈପାରିଗୁଡ଼ାର ଅନତି ଦୂରରେ ରହିଛି ୨ଟି ପାହାଡ଼। ଦକ୍ଷିଣରେ ରହିଛି ବୀରଖମ୍ବ ପାହାଡ଼। ଅନ୍ୟଟି ଡାଲଖାଇ ପାହାଡ଼ ନାମରେ ପରିଚିତ। ବୀରଖମ୍ବ ପାହାଡ଼ ସ୍ଥାନୀୟ ଆଦିବାସୀ ଲୋକଙ୍କ ଆରାଧ୍ୟ ଦେବତା ଭଗବାନ ପୀରଖମ୍ବ ଠାକୁରଙ୍କ ଆସ୍ଥାନ ସ୍ଥଳ। ଏହି ୨ ପାହାଡ଼ ସ୍ଥାନୀୟ ଅଞ୍ଚଳର ଜଳବାୟୁକୁ ନିୟନ୍ତ୍ରଣ କରେ। ଏହା ହେଉଛି ପାହାଡ଼ର ବିଶେଷ ଗୁଣ। ପାହାଡ଼ିଆ ଅଞ୍ଚଳ ଯୋଗୁ ଏଠାରେ ଚାଷ କାର୍ଯ୍ୟ କେବଳ ବର୍ଷା ଉପରେ ନିର୍ଭରକରେ। ଏହି ୨ ପାହାଡ଼ ହେତୁ ଏଠାରେ ବର୍ଷାଋତୁରେ ଭଲ ବର୍ଷା ହେଉଥିବା ଏବଂ ମରୁଡ଼ି କିମ୍ବା ବନ୍ୟା ହେଉ ନ ଥିବା ଲୋକଙ୍କ ବିଶ୍ୱାସ ରହିଛି। ବର୍ଷାଋତୁରେ କଳାବାଦଲ ପାହାଡ଼ ଶିଖରକୁ ସ୍ପର୍ଶକଲେ ବର୍ଷା ହୋଇଥାଏ। ଖରାଦିନେ ପାହାଡ଼ ପଟୁ ଆସୁଥିବା ଥଣ୍ଡା ପବନ ଏଠାକାର ତାପମାତ୍ରାକୁ ନିୟନ୍ତ୍ରଣ କରିଥାଏ।
ବୀରଖମ୍ବ ପାହାଡ଼ର ଘଞ୍ଚ ଜଙ୍ଗଲ ମଧ୍ୟରେ ଏକ ଶିଆଳିଲତା ତଳେ ଭଗବାନ ବୀରଖମ୍ବଙ୍କ ଆସ୍ଥାନ ସ୍ଥଳ ରହିଛି। ପ୍ରତି ମଙ୍ଗଳବାର ଓ ଶୁକ୍ରବାର ସ୍ଥାନୀୟ ଭୂମିଆ ସମ୍ପ୍ରଦାୟର ଆଦିବାସୀ ପୂଜକମାନେ ଏଠାରେ ପୂଜା କରିଥାନ୍ତି। ବୀରଖମ୍ବଙ୍କ ମହିମା ଅପାର। ପଡ଼ୋଶୀ ଆନ୍ଧ୍ର ପ୍ରଦେଶ ଓ ଛତିଶଗଡ଼ରୁ ଶ୍ରଦ୍ଧାଳୁମାନେ ଏଠାକୁ ପୂଜାର୍ଚ୍ଚନା ପାଇଁ ଆସିଥାନ୍ତି। ଧାନଚାଷ କରିବା ପୂର୍ବରୁ ବିଭିନ୍ନ ଅଞ୍ଚଳରୁ ଚାଷୀମାନେ ଏଠାରେ ବିହନ ଅନୁକୂଳ କରିଥାନ୍ତି। ପ୍ରତିବର୍ଷ ଭାଦ୍ରବ ମାସରେ ଏଠାରେ କୃଷିଭିତ୍ତିକ ପର୍ବ ବାଲିଯାତ୍ରା ପାଳିତ ହୋଇଥାଏ। ଠାକୁରଙ୍କ ପ୍ରତୀକ ଲାଠି ନଗର ପରିକ୍ରମା କରିବା ପରେ ବାଲିକୁଡ଼ିଆ ନିକଟରେ ପହଞ୍ଚତ୍ଥାଏ। ସେଠାରେ ବାଲିରେ ଥିବା ଅଙ୍କୁରିତ ବିହନକୁ ଲାଠି ନିକଟରେ ପୂଜାକରି କ୍ଷେତରେ ପକାଇଲେ ଭଲ ଫସଲ ଅମଳ ହେବାର ବିଶ୍ୱାସ ଚାଷୀଙ୍କର ରହିଛି। ସେହିପରି ପ୍ରତି ୩ ବର୍ଷରେ ଥରେ ଗୁମ୍ମା ଗ୍ରାମର ଆଦିବାସୀ ଲୋକେ ପାହାଡ଼କୁ ଯାଇ ମେରିଆ ପୂଜା କରିଥାନ୍ତି। ରାତିରେ ପୂଜକ ନିବସ୍ତ୍ର ଅବସ୍ଥାରେ ପାହାଡ଼ ଉପରକୁ ଯାଇ ଛାଗବଳି ଦେଇଥାନ୍ତି।
ଭଗବାନ ବୀରଖମ୍ବକୁ ନେଇ ମଧ୍ୟ ଏକ ସୁନ୍ଦର କାହାଣୀ ମଧ୍ୟ ଉକ୍ତ ଅଞ୍ଚଳରେ ଶୁଣିବାକୁ ମିଳିଥାଏ। ବହୁ ବର୍ଷ ତଳେ ସ୍ଥାନୀୟ ଅଞ୍ଚଳର କେତେଜଣ ଆଦିବାସୀ ଯୁବକ ଚୈତ୍ରପର୍ବ ପାଳନ ବେଳେ ଶିକାର ପାଇଁ ଉକ୍ତ ଜଙ୍ଗଲକୁ ଯାଇଥିଲେ। ସେଦିନ କୌଣସି ଶିକାର ନ ମିଳିବାରୁ ନିରାଶ ହୋଇ ସେମାନେ ସେହି ଶିଆଳିଲତା ତଳେ ଆଶ୍ରୟ ନେଇଥିଲେ। ନିକଟରେ ଥିବା ଏକ ଶିଳା ନିକଟରେ ଯଦି ଶିକାର ମିଳେ ଉକ୍ତ ଶିଳା ନିକଟରେ ଏକ ଛାଗବଳି ଦେବାକୁ ସେମାନେ ମନାସିଥିଲେ। ସେମାନଙ୍କ ମାନସିକ ପୂରଣ ହୋଇଥିଲା। ତେବେ କୌତୂହଳବଶତଃ ଜଣେ ଅନ୍ୟ ଜଣକର ବେକକୁ ଏକ ଢାବ ପତ୍ର (ଧାରୁଆ ପତ୍ର)ରେ କାଟିବା ଅଭିନୟ କଲା ବେଳେ ସତକୁ ସତ ବେକ କଟିଗଲା। ସେବେଠାରୁ ଉକ୍ତ ଶିଳାକୁ ଏଠାରେ ପୂଜାର୍ଚ୍ଚନା କରାଯାଉଛି।
ରିପୋର୍ଟ- କଳ୍ପତରୁ ମହାନ୍ତି, ବୈପାରିଗୁଡା


Enter your email to get our daily news in your inbox.

All Right Reserved By Dharitri.Com

ଚଳିତ ମାସରେ ତିନିଦିନିଆ ଓଡ଼ିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ ମୋଦି; ଜାଣନ୍ତୁ କାହିଁକି

ଭୁବନେଶ୍ୱର, ୨୫।୧୧: ଚଳିତ ମାସରେ ତିନି ଦିନିଆ ଗସ୍ତରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ନଭେମ୍ବର ୨୯ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡିଶା...

ଦେଶୀ ବନ୍ଧୁକ ବେପାର ଠାବ: ବରଗଡ଼ରୁ ବିହାରକୁ ଲମ୍ବିଛି ଚେର, ୫ ଗିରଫ

ବରଗଡ଼,୨୫।୧୧(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ପୋଲିସ ଦେଶୀ ବନ୍ଧୁକ ବେପାର ଠାବ କରିଛି। ପୋଲିସ ଏହି ଘଟଣାରେ ୫ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ...

ଅଟୋକୁ ପଛ ପଟୁ ଧକ୍କା ଦେଲା ବିଧାୟକଙ୍କ କାର୍‌

ନିରାକାରପୁର,୨୫।୧୧(ମାନସ ଚନ୍ଦ୍ର ପଟ୍ଟନାୟକ ): ଖୋର୍ଦ୍ଧା ଜିଲା ଜଙ୍କିଆ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ବଡ଼ପୋଖରିଆ ଛକ ନିକଟରେ ସୋମବାର ଏକ ଅଟୋ...

ଭାଜପା ହାତ ଧରିଲେ ୪ ବିଜେଡି ନେତା

ମାଲକାନଗିରି,୨୫।୧୧(ଦୁର୍ଯ୍ୟୋଧନ ପାତ୍ର): ମାଲାକନଗିରି ଜିଲାର ୪ଜଣ ବିଜେଡି ନେତା ଦଳ ଛାଡି ଭାଜପାରେ ସାମିଲ ହୋଇଛନ୍ତି। ବିଜେଡି ନେତା ତଥା ପରାମର୍ଶଦାତା କେଶବ ଚନ୍ଦ୍ର ନାୟକ,...

ବିବାହର ପ୍ରଲୋଭନ ଦେଖାଇ ନାବାଳିକାଙ୍କୁ କରିଥିଲେ ଅପହରଣ, ତା’ପରେ…

ହିଞ୍ଜିଳିକାଟୁ, ୨୫।୧୧(ଦ୍ବିତୀକୃଷ୍ଣ ପଣ୍ଡା): ହିଞ୍ଜିଳି ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ବିବାହର ପ୍ରଲୋଭନ ଦେଖାଇ ଅପହରଣ କରିବା ଅଭିଯୋଗରେ ସାଢ଼େ ୪ମାସ ପରେ ଅଭିଯୁକ୍ତଙ୍କୁ ଆନ୍ଦ୍ରପ୍ରଦେଶଠାରୁ...

ବହୁଚର୍ଚ୍ଚିତ ଅଭିମନ୍ୟୁ ପଣ୍ଡା ହତ୍ୟା ମାମଲା: ୬ ଅଭିଯୁକ୍ତଙ୍କୁ ଆଜୀବନ

ଵ୍ରହ୍ମପୁର, ୨୫।୧୧(ସୁବାସ ଚନ୍ଦ୍ର ପାଢ଼ୀ): ବହୁଚର୍ଚ୍ଚିତ କନ୍ଧମାଳ ଜିଲା ବାଲିଗୁଡା ଥାନା ଅନ୍ତର୍ଗତ ଅଭିମନ୍ୟୁ ପଣ୍ଡା ହତ୍ୟା ମାମଲାର ଚୂଡାନ୍ତ ରାୟ ସୋମବାର ପ୍ରକାଶ ପାଇଛି।...

ସିକକେତା ଗ୍ରାମରେ ନୂଆ ଚର୍ଚ୍ଚଗୃହ

ଦାରିଙ୍ଗବାଡି, ୨୫୧୧ (ଅରୁଣ ସାହୁ)-କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବାଡାବାଙ୍ଗା ପଞ୍ଚାୟତ ସିକକେତା ଠାରେ କ୍ୟାଥୋଲିକ ମଣ୍ଡଳୀର ଏକ ଚର୍ଚ୍ଚ ଗୃହର ଶୁଭାରମ୍ଭ ହୋଇଛି। ଏହାକୁ...

ଅନୁଗୋଳରୁ ୟୁପିକୁ ହେଉଥିଲା ଚାଲାଣ: ଧରାପଡ଼ିଲା ୩୦ ବସ୍ତା ଗଞ୍ଜେଇ

ସୁନ୍ଦରଗଡ଼,୨୫।୧୧: ସୁନ୍ଦରଗଡ଼ ଟାଉନ ଥାନା ପୋଲିସକୁ ସୋମବାର ଏକ ବଡ଼ ସଫଳତା ମିଳିଛି। ପୋଲିସର ଏକ ଟିମ୍‌ ଚଢାଉ କରି ୩୦ ବସ୍ତା ଗଞ୍ଜେଇ ଜବତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri