Categories: ଜାତୀୟ

ନିଜ କ୍ୟାବିନ୍‌ରେ ନର୍ସଙ୍କୁ ବଳାତ୍କାର କଲେ ଡାକ୍ତର, ସହଯୋଗୀ ନର୍ସ-ଓ୍ବାର୍ଡ ବୟ କଲେ ଏପରି କାମ, ଥରି ଉଠିବେ…

ଲକ୍ଷ୍ନୌ,୨୦।୮: କୋଲକାତା ଘଟଣା ପରେ ଉତ୍ତର ପ୍ରଦେଶରେ ଲଜ୍ୟା। ୟୁପିରେ ୨୦ବର୍ଷିୟ ଏକ ଦଳିତ ନର୍ସଙ୍କୁ ଜଣେ ଡାକ୍ତର ବଳାତ୍କାର କରିଛନ୍ତି। ୟୁପିର ମୋରାବାଦ ଜିଲାର ଏକ ବେସରକାରୀ ହସ୍ପିଟାଲ ଭିତରେ ଏକ ବନ୍ଦ ରୁମ୍‌ରେ ନର୍ସଙ୍କୁ ପୁରାଇ ବଳାତ୍କାର କରାଯାଇଛି। ଏନେଇ ନର୍ସଙ୍କ ବାପା ଥାନାରେ ଏକ ମାମଲା ରୁଜୁ କରିଛନ୍ତି।

ଅଗଷ୍ଟ ୧୭-୧୮ରେ ହସ୍ପିଟାଲରେ ଏପରି ଘଟଣା ଘଟିଛି। ସେହିଦିନ ରାତିରେ ଯୁବତୀଙ୍କ ନାଇଟ ସିଫ୍ଟ ଥିଲା। ୧୭ତାରିଖ ରାତିରେ ଯୁବତୀଜଣକ ରାତି ୭ଟାରେ ନିଜର ଡ୍ୟୁଟି ଆରମ୍ଭ କରିଥିଲେ। ତେବେ ଏତିକିବେଳେ ହସ୍ପିଟାଲର ଆଉଜଣେ ନର୍ସ ମେହନାଜ ତାଙ୍କୁ ଡ. ସାହାନାଓ୍ବାଜଙ୍କ କ୍ୟାବିନରେ ତାଙ୍କୁ ଭେଟିବାକୁ କହିଥିଲେ। ଆଉ ଏହାକୁ ଯେତେବେଳେ ପୀଡିତାଜଣକ ମନା କରିଦେଇଥିଲେ, ମେହନାଜ ଓ ଆଉ ଜଣେ ଓ୍ବାର୍ଡ ବୟ ଜୁନଏଦ ତାଙ୍କୁ ଜୋର ଜବରଦସ୍ତି ସେହି ଡାକ୍ତରଙ୍କ କ୍ୟାବିନକୁ ନେଇ ଯାଇଥିଲେ। ତାଙ୍କୁ ସେହି କ୍ୟାବିନକୁ ନେଇ ବାହାରୁ ତାଲା ପକାଇ ଦେଇଥିଲେ।

ଏହାପରେ ଡ. ସାହାନାଓ୍ବାଜ ସେହି ରୁମ୍‌ରେ ତାଙ୍କୁ ବଳାତ୍କାର କରିଥିଲେ। ବଳାତ୍କାରକୁ ନେଇ ମୁହଁ ଖୋଲିଲେ ତାଙ୍କ ଜାତିକୁ ନେଇ ଗାଳି କରିବା ସହ ମାରିଦେବାକୁ ଧମକ ଦେଇଥିଲେ। ତେବେ ଏହି ମାମଲାକୁ ନେଇ ମୋରାବାଦ ପୋଲିସ ଭାରତୀୟ ନ୍ୟାୟ ସହିଂତା ଓ ଏସି/ଏସିଟି ଆକ୍ଟରେ ଏକ ମାମଲା ରୁଜୁ କରିଛି। ଏହି ମାମଲାରେ ସଂପୃକ୍ତ ୩ଜଣଙ୍କୁ ପୋଲିସ ଗିରଫ କରିଛି।

Share