Categories: ଫୁରସତ

କୁକୁର ଚୋବାଇ ପାରିବେନି ଏହି ଚପଲକୁ

ସାଧାରଣତଃ କୁକୁରଙ୍କୁ ଚପଲ ଚୋବାଇବାକୁ ବହୁତ ଭଲ ଲାଗିଥାଏ। ଭୁଲରେ ଯଦି ଆମେ ଆମ ଚପଲ ଘରର ପୋଷା କୁକୁର ଆଖପାଖରେ ରଖି ଦେଇଥାଉ ତେବେ ଚପଲକୁ ଚୋବାଇ ସେମାନେ ତା’ର ଅବସ୍ଥା ଖରାପ କରିଦିଅନ୍ତି। ଯାହାକୁ ଦେଖି ଆମେ ସବୁବେଳେ ନଷ୍ଟ ହୋଇଥିବା ଆମ ଚପଲ ପାଇଁ ଦୁଃଖ କରୁ। ହେଲେ ଚପଲ ଚୋବାଇବା ଦ୍ୱାରା ଯେ କୁକୁରଙ୍କର କେତେ କ୍ଷତି ହୁଏ ସେଥିପ୍ରତି ଦୃଷ୍ଟି ଦେଇ ନ ଥାଉ। ସାଧାରଣତଃ ଚପଲରେ ଥିବା ରାସାୟନିକ ପଦାର୍ଥ କୁକୁରଙ୍କ ଶରୀରକୁ କ୍ଷତି ପହଞ୍ଚାଇଥାଏ। ହେଲେ ଏ ସମ୍ପର୍କରେ ଅନେକେ ଅବଗତ ନ ଥାନ୍ତି। ଏହି ସମସ୍ୟାକୁ ସମାଧାନ କରିବା ଲାଗି ବ୍ରାଜିଲର ଫ୍ଲିପ୍‌ ଫ୍ଲପ୍‌ ତିଆରି କରୁଥିବା କମ୍ପାନୀ ବ୍ରିଜା, ପେଟ୍‌ ଫୁଡ କମ୍ପାନୀ ପେଡିଗ୍ରୀ ଓ ଆଡଭର୍ଟାଇଜିଂ ଏଜେନ୍ସି ମିରୁମ ସହ ମିଶି ଏଭଳି ଏକ ଚପଲ ତିଆରି କରିଛି, ଯାହାକୁ ଯେତେ ଚେଷ୍ଟା କଲେ ବି ଚୋବାଇ ହେବନି। ଏହା ହେଉଛି ପୃଥିବୀର ପ୍ରଥମ ଅନ୍‌ଚ୍ୟୁଏବଲ୍‌ ଚପଲ। ଏହି ତିନି କମ୍ପାନୀ ଡେନାଟୋନିୟମ୍‌ ବେନଜୋଏଟ୍‌ରେ ଉକ୍ତ ଚପଲ ତିଆରି କରିଛନ୍ତି। ଏହା ଏମିତି ଏକ ରସାୟନ ଯାହା ପୃଥିବୀର ସବୁଠାରୁ ପିତା। ହେଲେ ଏହା କୁକୁରଙ୍କ ଶରୀର ପାଇଁ ଆଦୌ କ୍ଷତିକାରକ ନୁହେଁ। ଫଳରେ କୁକୁର ଏହାକୁ ଚୋବାଇବା ତ ଦୂର କଥା ଏହାକୁ ପାଟିରେ ପୁରାଇବେ ନାହିଁ।

Share