Categories: ଜାତୀୟ

ନିଖୋଜ ୬ ବର୍ଷର ଶିଶୁଙ୍କୁ ଖୋଜି ଆଣିଲା କୁକୁର

ମୁମ୍ବାଇ,୩୦।୧୧: କୁକୁର ସବୁଠୁ ବିଶ୍ୱସ୍ତ ପଶୁ ଭାବେ ଜଣାଶୁଣା। କୁକୁର ବେଳେବେଳେ ପୋଲିସ ଅନୁସନ୍ଧାନରେ ଏକ ଗୁରୁତ୍ୱପୂର୍ଣ୍ଣ ସହାୟକ ହୋଇଥାଏ। ନିକଟରେ ଏହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି। ୨୪ ନଭେମ୍ବର ସନ୍ଧ୍ୟାରେ ମୁମ୍ବାଇ ଅନ୍ଧେରି ପୂର୍ବର ଅଶୋକ ନଗରରୁ ଜଣେ ୬ ବର୍ଷର ନାବାଳକ ନିଖୋଜ ହୋଇଯାଇଥିଲେ। ସାଙ୍ଗମାନଙ୍କ ସହ ଖେଳିବାକୁ ଯାଇଥିଲେ କିନ୍ତୁ ସେ ଘରକୁ ଫେରି ନ ଥିଲେ। ଏହି ଅଞ୍ଚଳରେ ବହୁ ଖୋଜାଖୋଜି କରାଯାଇଥିଲା କିନ୍ତୁ ନାବାଳିକଙ୍କ କୌଣସି ପତ୍ତା ମିଳି ନ ଥିଲା। ପୋୱାଇ ପୋଲିସ ଏହି ମାମଲା ରୁଜୁ କରି ଖୋଜାଖୋଜି ଆରମ୍ଭ କରିଥିଲା। ଘଟଣାର ଅଞ୍ଚଳ ଏକ ବସ୍ତି ଅଞ୍ଚଳ ହୋଇଥିବାରୁ ସେଠାରେ କୌଣସି ସିସିଟିଭି ଲଗାଯାଇ ନ ଥିଲା।
ଏହା ପରେ ପୋଲିସ ସଙ୍ଗେ ସଙ୍ଗେ ଏକ କୁକୁର ସ୍କ୍ବାଡକୁ ଡାକି ନିଖୋଜ ଶିଶୁକୁ ଖୋଜିବା ପାଇଁ ଚେଷ୍ଟା କରିଥିଲା। ଦିନବେଳେ ଶିଶୁ ପିନ୍ଧିଥିବା ଟି-ଶର୍ଟର ଗନ୍ଧକୁ ଆଧାର କରି ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା। ପୋଲିସ ସ୍ନିଫର୍‌ କୁକୁର ଲିଓଙ୍କୁ ପ୍ରଥମେ ବାଳକ ରହୁଥିବା ଘରକୁ ନିଆଯାଇଥିଲା। କିଛି ସମୟ ପରେ ଲିଓ ସେହି ସ୍ଥାନରେ ପହଞ୍ଚିଥିଲା, ଯେଉଁଠାରେ ପିଲାଟି ଥିଲା। ପୋଲିସ ଶିଶୁକ ଉଦ୍ଧାର କରି ଏହି ଘଟଣାର ଅଧିକ ତଦନ୍ତ ଜାରି ରଖିଛି।

Share