ଜୟନ୍ତୀରେ ବି ମନେ ପଡ଼ିଲେ ନି ବହ୍ନିକନ୍ୟା: ଧୂଳିମୟ ପ୍ରତିମୂର୍ତ୍ତି

ବରଗଡ଼,୧୯।୧(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ଅନେକ ମହାପୁରୁଷ, ସଂଗ୍ରାମୀଙ୍କ ପ୍ରତିମୂର୍ତ୍ତି ରହିଛି। କିନ୍ତୁ ପ୍ରତିମୂର୍ତ୍ତିଗୁଡ଼ିକର ଯତ୍ନ କିମ୍ବା ରକ୍ଷଣାବେକ୍ଷଣ ଠିକ୍‌ଭାବେ କରାଯାଉ ନାହିଁ। ରବିବାର ସ୍ବାଧୀନତା ସଂଗ୍ରାମୀ ବହ୍ନିକନ୍ୟା ପାର୍ବତୀ ଗିରିଙ୍କ ଜୟନ୍ତୀ ଥିବା ବେଳେ ତାଙ୍କ ପ୍ରତିମୂର୍ତ୍ତିଙ୍କୁ ଅସମ୍ମାନ ସକାଳୁ ଦେଖିବାକୁ ମିଳିଥିଲା। ବରଗଡ଼ ସାମ୍ବାଦିକ ସଂଘ ଏବଂ ବଡ଼ମା ପରିବାର ସଦସ୍ୟବୃନ୍ଦ ମାଲ୍ୟାର୍ପଣ ପାଇଁ ସ୍ଥାନୀୟ ପାର୍ବତୀ ଗିରି ମହିଳା ମହାବିଦ୍ୟାଳୟ ସମ୍ମୁଖ ବହ୍ନିକନ୍ୟାଙ୍କ ପ୍ରତିମୂର୍ତ୍ତିକୁ ପହଞ୍ଚି ଥିଲେ। ସେତେବେଳକୁ ପ୍ରତିମୂର୍ତ୍ତି ସମ୍ପୂର୍ଣ୍ଣ ଧୂଳିମୟ ଥିଲା।

ଏହା ଦେଖି ବରଗଡ଼ ସାମ୍ବାଦିକ ସଂଘ ଏବଂ ବଡ଼ମା ପରିବାର ସଦସ୍ୟବୃନ୍ଦ ପ୍ରତିମୂର୍ତ୍ତି ସଫା କରି ମାଲ୍ୟାର୍ପଣ କରିଥିଲେ। ପ୍ରତିମୂର୍ତ୍ତିର ଯତ୍ନ ନେବା ସ୍ଥାନୀୟ ପୌର ପ୍ରଶାସନର କର୍ତ୍ତବ୍ୟ ଥିବାବେଳେ ଜୟନ୍ତୀରେ ମଧ୍ୟ ସେଥିପ୍ରତି ଆଖିବୁଜି ଦେବା ବିଭାଗୀୟ ଅପାରଗତାକୁ ପଦାରେ ପକାଇ ଦେଇଛି। ବରଗଡ଼ ସାମ୍ବାଦିକ ସଂଘର ବରିଷ୍ଠ ସଦସ୍ୟ ରବି ନାରାୟଣ ପଣ୍ଡା କହିଛନ୍ତି, ବହ୍ନିକନ୍ୟାଙ୍କ ପ୍ରତିମୂର୍ତ୍ତିକୁ ସଫା କରିବା ପାଇଁ ସେ ଶନିବାର ପୌର ପରିଷଦ କର୍ମଚାରୀଙ୍କୁ ସୂଚନା ଦେଇଥିଲେ, ଏହାସତ୍ତ୍ୱେ ସେଥିପ୍ରତି ଆଖିବୁଜି ଦେବା ଦୁର୍ଭାଗ୍ୟଜନକ ବୋଲି ପଣ୍ଡା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସର୍ବକାଳୀନ ରେକର୍ଡ: ଲକ୍ଷେ ଟପିଗଲା ସୁନା, ଏବେ…

ନୂଆଦିଲ୍ଲୀ,୨୨।୪: ସୁନାର ସର୍ବକାଳୀନ ରେକର୍ଡ। ଦିନକରେ ୩ ହଜାର ଟଙ୍କା ବୃଦ୍ଧି ପାଇ ପ୍ରତି ୧୦ ଗ୍ରାମ ସୁନାର ମୂଲ୍ୟ ୧ ଲକ୍ଷ ଟଙ୍କା ଅତିକ୍ରମ...

ଗାଇଡ଼ଲାଇନ ଖୋଲାଖୋଲି ଉଲ୍ଲଂଘନ ପ୍ରସଙ୍ଗ:ଖୁବଶୀଘ୍ର ଗଠନ ହେବ ନୂତନ ପରିଚାଳନା କମିଟି

ଗଞ୍ଜାମ,୨୨/୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନଏସି ଅନ୍ତର୍ଗତ ପୁଇଁତୋଳା ସ୍କୁଲ ପରିଚାଳନା କମିଟି ସଭାପତିଙ୍କୁ ନେଇ ଚର୍ଚ୍ଚା ହେଉଛି। ଅବ୍ୟବସ୍ଥାରେ ସ୍କୁଲ ବାର୍ଷିକ ଉତ୍ସବ ନେଇ ଖବର...

Delta ବିମାନରେ ଲାଗିଲା ନିଆଁ, ଏମରଜେନ୍ସି ସ୍ଲାଇଡସ୍‌ରେ ବାହାରିଲେ ଯାତ୍ରୀ

ଫ୍ଲୋରିଡା,୨୨।୪: ଆମେରିକାର ଅରଲାଣ୍ଡୋ ଅନ୍ତର୍ଜାତୀୟ ବିମାନବନ୍ଦରରେ Delta ଏୟାରଲାଇନ୍ସର ଏକ ବିମାନରେ ନିଆଁ ଲାଗିଯାଇଛି। ତଥାପି, ଅଗ୍ନିକାଣ୍ଡ ସମ୍ପର୍କରେ ସମୟୋଚିତ ସୂଚନା ପାଇବା ପରେ, ବିମାନରେ...

ଟିମ୍‌ ଇଣ୍ଡିଆର ଷ୍ଟାର ଖେଳାଳିଙ୍କ ମଧ୍ୟରେ କିଏ Vegetarian ଆଉ କିଏ Non-vegetarian: ଜାଣନ୍ତୁ ସମ୍ପୂର୍ଣ୍ଣ ଲିଷ୍ଟ୍‌

ନୂଆଦିଲ୍ଲୀ,୨୨।୪:ଖେଳର କୌଶଳ ବୁଝିବା ସହିତ, ଜଣେ କ୍ରିକେଟରଙ୍କୁ ଭଲ ଫିଟନେସ ମଧ୍ୟ ବଜାୟ ରଖିବାକୁ ପଡିବ। ଏହାଦ୍ୱାରା ତାଙ୍କର ପ୍ରଦର୍ଶନ ଭଲ ହୋଇପାରିବ। ଆଜିକାଲି ପ୍ରତ୍ୟେକ...

ଦାରିଙ୍ଗବାଡ଼ିରେ ଉନ୍ନୟନ କାର୍ଯ୍ୟ ପରିଦର୍ଶନ କଲେ ବିଡିଓ: କାର୍ଯ୍ୟ ତ୍ୱରାନ୍ବିତ କରିବାକୁ କନିଷ୍ଠ ଯନ୍ତ୍ରୀଙ୍କୁ ଦେଲେ ନିର୍ଦ୍ଦେଶ  

ଦାରିଙ୍ଗବାଡି,୨୨।୪(ଅରୁଣ ସାହୁ )- କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକର ଦୁର୍ଗମ ବ୍ରାହ୍ମଣୀଗାଁ ପଞ୍ଚାୟତ ସମେତ ୮ ଟି ପଞ୍ଚାୟତରେ ଉନ୍ନୟନ କାର୍ଯ୍ୟ ଚାଲିଛି। ବିଶେଷ କରି...

ଫିକ୍ସ ହେଲା ଶୁବମନ ଗିଲଙ୍କ ମ୍ୟାରେଜ? IPL ମ୍ୟାଚରେ କମେଣ୍ଟେଟରଙ୍କ ପ୍ରଶ୍ନର ଉତ୍ତରରେ ଅପଡେଟ ଦେଲେ…

ନୂଆଦିଲ୍ଲୀ,୨୨।୪: ଶୁବମନ ଗିଲଙ୍କ ଖେଳ ପାଇଁ ସାରା ବିଶ୍ୱ କେବଳ ପ୍ରଶଂସା କରେ ନାହିଁ, ମହିଳା ପ୍ରଶଂସକମାନେ ମଧ୍ୟ ତାଙ୍କ ଲୁକ ପାଇଁ ପାଗଳ। ଏବେ...

ଘରୋଇ ଆବାସିକ କଲେଜରେ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ, ଶୋଇଥିବା ଅବସ୍ଥାରେ…

କେନ୍ଦୁଝର,୨୨।୪ (ନରେଶ ଚନ୍ଦ୍ର ପଟ୍ଟନାୟକ): ସ୍ଥାନୀୟ ମାଇନିଂ ରୋଡ ସ୍ଥିତ ଗାୟତ୍ରୀ କଲେଜରେ ପଢୁଥିବା ଜଣେ ଛାତ୍ରଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ମୃତ ଛାତ୍ରଙ୍କ...

ଯୁବକଙ୍କୁ ପଥରରେ ଛେଚି ହତ୍ୟା: ମୃତଦେହ ଜବତ

ଦିଗପହଣ୍ଡି,୨୨।୪(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ପାଟପୁର ଥାନା ସାମନ୍ତରାପୁର ଗ୍ରାମର ହୀନ ପାତ୍ରଙ୍କୁ ପଥର ଛେଚି ହତ୍ୟା କରାଯାଇଛି। ଶେରଗଡ଼ ବ୍ଲକ କାଳିଆଘାଇ ଗ୍ରାମ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image