Advertisement
Categories: ଭଦ୍ରକ

ଭଦ୍ରକରେ ନକଲି ଜର୍ଦ୍ଦା କାରଖାନା ଠାବ

ଭଦ୍ରକ ଅଫିସ, ୨୪ା୧୦-ଭଦ୍ରକ ପୁରୁଣା ବଜାର ଅଧୀନ ହେଲା ସାହିଠାରେ ଶନିବାର ନକଲି ଜର୍ଦ୍ଦା କାରଖାନା ଠାବ ହୋଇଛି। ଭଦ୍ରକ ଟାଉନ ପୋଲିସ ଓ ପୁରୁଣା ବଜାର ପୋଲିସର ମିଳିତ ଭାବେ ହେଲାସାହିରେ ଚଢ଼ାଉ ହୋଇଥିଲା। ଏହି ଚଢ଼ାଉ ସମୟରେ କେତେକ ଉପସ୍ଥିତ ଥିବା ଗଣମାଧ୍ୟମ ପ୍ରତିନିଧିଙ୍କ ଉପରେ ଉତ୍ତ୍ୟକ୍ତ ହୋଇ ନକଲି ଜର୍ଦ୍ଦା ମାଫିଆ ଓ ସ୍ଥାନୀୟ ଲୋକେ ଏକତ୍ରିତ ହୋଇ ଆକ୍ରମଣ କରିବା ସାଙ୍ଗକୁ ମୋବାଇଲ ଭାଙ୍ଗି ଦେଇଥିଲେ। ଘଟଣାସ୍ଥଳରେ ଉପସ୍ଥିତ ଥିବା ୨ ଥାନାର ପୋଲିସକୁ ଲୋକେ ଅଟକ ରଖିଥିଲେ। ଖବର ପାଇ ଅତ୍ୟଧିକ ଫୋର୍ସ ପହଞ୍ଚତ୍ ଅଟକ ପୋଲିସକୁ ଉଦ୍ଧାର କରିଥିଲେ। ଯଦିଓ ପୋଲିସ ଲକ୍ଷାଧିକ ଟଙ୍କାର ନକଲି ଜର୍ଦ୍ଦା ଓ ପ୍ରସ୍ତୁତ ସାମଗ୍ରୀ ଜବତ କରିଛି କିନ୍ତୁ କାହାରିକୁ ଗିରଫ କରି ପାରିନାହିଁ। ଅପରପକ୍ଷରେ ପୁରୁଣାବଜାର ଥାନାରେ ଗଣମାଧ୍ୟମ ପ୍ରତିନିଧିଙ୍କ ପକ୍ଷରୁ ଜର୍ଦ୍ଦା ମାଫିଆଙ୍କ ନାଁରେ ଏତଲା ଦାଏର କରାଯାଇଛି। ସନ୍ଧ୍ୟାରେ ଗଣମାଧ୍ୟମ ପ୍ରତିନିଧି ମାନେ ଏସ୍‌ପି ରାଜେଶ ପଣ୍ଡିତଙ୍କୁ ଭେଟି ନକଲି ଜର୍ଦ୍ଦା ମାଫିଆ ଓ ଆକ୍ରମଣକାରୀଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି କରିଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel