ଜ୍ୱାଇଁଙ୍କୁ ସ୍ବାଗତ କରିବାକୁ ପରିବାର ପକ୍ଷରୁ ପରଷାଗଲା ୧୭୩ ପ୍ରକାର ଖାଦ୍ୟ: ପ୍ରସ୍ତୁତି ପାଇଁ ଲାଗିଲା ୪ଦିନ

ହାଇଦ୍ରାବାଦ,୧୭।୧: ଝିଅର ସ୍ବାମୀ ଅର୍ଥାତ୍‌ ଜ୍ୱାଇଙ୍କର ଆତିଥ୍ୟ ଏବଂ ସମ୍ମାନ ଭାରତୀୟ ପରିବାରରେ ଏକ ସ୍ବତନ୍ତ୍ର ସ୍ଥାନ ରହିଛି। ଉତ୍ତର ହେଉ କି ଦକ୍ଷିଣ କିମ୍ବା ପୂର୍ବ କି ପଶ୍ଚିମ, ଦେଶର ପ୍ରତ୍ୟେକ ସ୍ଥାନରେ ଶ୍ୱଶୁରଘରର ଲୋକମାନେ ସେମାନଙ୍କର ସାମର୍ଥ୍ୟଠାରୁ ଅଧିକ ଜ୍ବାଇଁର ଆତିଥ୍ୟ କରିବାକୁ ଚେଷ୍ଟା କରିଥା’ନ୍ତି। ଏହା ବି କୁହାଯାଇପାରେ, ଅନ୍ୟ କୌଣସି ସମ୍ପର୍କୀୟଙ୍କ ତୁଳନାରେ ପତ୍ନୀଙ୍କ ବାପଘରେ ଜ୍ୱାଇଁଙ୍କର ଏକ ବିଶେଷ ସ୍ଥାନ ରହିଛି। ନିକଟରେ ଆନ୍ଧ୍ରପ୍ରଦେଶର ପଶ୍ଚିମ ଗୋଦାବରୀ ଜିଲାରୁ କିଛି ଏଭଳି ଆତିଥ୍ୟ ଦେଖିବାକୁ ମିଳିଛି, ଯେଉଁଠାରେ ଜଣେ ଜ୍ୱାଇଁଙ୍କ ସ୍ବାଗତ ସତ୍କାରରେ ୧୭୩ ପ୍ରକାରର ଖାଦ୍ୟ ପରଷାଯାଇଥିଲା। ସୂଚନାଯୋଗ୍ୟ, ଜିଲାର ଭୀମରବରମରେ ରହୁଥିବା ଜଣେ ବ୍ୟବସାୟୀ ଟାଟାବର୍ତୀ ବଦ୍ରି ତାଙ୍କର ହାଇଦ୍ରାବାଦ ବାସିନ୍ଦା ଜ୍ୱାଇଁ ଚାୱଲା ପୃଥ୍ବୀଗୁପ୍ତ ଏବଂ ଝିଅ ଶ୍ରୀ ହରିକାଙ୍କୁ ସଂକ୍ରାନ୍ତି ପର୍ବ ଅବସରରେ ନିମନ୍ତ୍ରଣ କରିଥିଲେ ଏବଂ ଘରେ ସେମାନଙ୍କ ପାଇଁ ୧୭୩ପ୍ରକାରର ଖାଦ୍ୟ ପ୍ରସ୍ତୁତ କରିଥିଲେ। ଜ୍ବାଇଁ ପାଇଁ ପ୍ରସ୍ତୁତ ହୋଇଥିବା ବିଶେଷ ଖାଦ୍ୟଗୁଡ଼ିକ ମଧ୍ୟରେ ବାଜୀ, ପୁରୀ, କଲରା, ହାଲୱା, ପାପଡ, ଆଚାର, ମିଠା ଥଣ୍ଡା ପାନୀୟ ଏବଂ ଗୋଲି ସୋଡା ଅନ୍ତର୍ଭୁକ୍ତ। ଏହି ସମସ୍ତ ଖାଦ୍ୟ ତିଆରି କରିବା ପାଇଁ ତାଙ୍କ ସ୍ତ୍ରୀ ସନ୍ଧ୍ୟାଙ୍କୁ ୪ଦିନ ଲାଗିଥିଲା। ତେବେ ଏଭଳି ଆତିଥ୍ୟ ପାଇ ଝିଅ ଜ୍ୱାଇଁଙ୍କ ମନରେ ଖୁସି କହିଲେ ନ ସରେ। ଅନ୍ୟପଟେ ଝିଅ ଶ୍ରୀହରିକା ଓ ଜ୍ୱାଇଁ ଚାଓ୍ବଲା ଗତ ୨ବର୍ଷ ଧରି କରୋନା ପ୍ରତିବନ୍ଧକ କାରଣରୁ ଘରକୁ ଆସି ନ ଥିଲେ। ତେଣୁ ତାଙ୍କ ସହ ସଂକ୍ରାନ୍ତି ପର୍ବ ପାଳନ କରାଯାଇପାରି ନ ଥିଲା। ହେଲେ ଚଳିତ ବର୍ଷ ଆମେ ଏକାଠି ପର୍ବ ପାଳନ କରିଛୁ ବୋଲି ବଦ୍ରି କହିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

କୌଣସି ଜାତିକୁ ଓବିସି ଲିଷ୍ଟରେ କେମିତି ଯୋଡାଯାଏ? ଜାଣନ୍ତୁ ପୂରା ପ୍ରକ୍ରିୟା

ନୂଆଦିଲ୍ଲୀ,୧୦।୧: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଏବେ ମାତ୍ର ୨୬ ଦିନ ବାକି ଅଛି। କିନ୍ତୁ ଏହା ପୂର୍ବରୁ ରାଜଧାନୀ ଦିଲ୍ଲୀରେ ରାଜନୈତିକ ଅସ୍ଥିରତା ଦେଖାଦେଇଛି।...

ଇତିହାସ ହୋଇପାରେ ‘ଇଣ୍ଡିଆ’

୨୦୨୪ ଲୋକ ସଭା ନିର୍ବାଚନରେ ଭାଜପା ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ(ଏନ୍‌ଡିଏ)କୁ କେନ୍ଦ୍ରରେ କ୍ଷମତାଚ୍ୟୁତ କରିବା ପାଇଁ ଏହାର ପ୍ରାୟ ୧୦ ମାସ ପୂର୍ବରୁ ବିରୋଧୀ...

ମହାରାଷ୍ଟ୍ର, ମଧ୍ୟପ୍ରଦେଶ ପରେ ଦିଲ୍ଲୀରେ ଏହି ସ୍କିମ୍‌ ଆଣିପାରେ ଭାଜପା: ଜାଣନ୍ତୁ…

ନୂଆଦିଲ୍ଲୀ,୧୦।୧: ଦିଲ୍ଲୀ ବିଧାନସଭା ନିର୍ବାଚନରେ ଭୋଟରମାନଙ୍କୁ ପ୍ରଲୋଭିତ କରିବା ପାଇଁ ଶାସକ ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌) ଏବଂ ବିରୋଧୀ ଭାଜପା ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ଜୋର୍‌ଦାର...

ଗୋଦାମରେ ସଢ଼ୁଛି ୯ ଲକ୍ଷ କୁଇଣ୍ଟାଲ ଖାଦ୍ୟଶସ୍ୟ

ଭୋପାଳ, ୯ା୧: ସରକାରୀ ବ୍ୟବସ୍ଥାରେ ଅବହେଳା ଯୋଗୁ ମଧ୍ୟପ୍ରଦେଶର ଡିଣ୍ଡୋରି ସହରରେ ଥିବା ସରକାରୀ ଗୋଦାମଗୁଡ଼ିକରେ ୯ ଲକ୍ଷ କୁଇଣ୍ଟାଲର ଖାଦ୍ୟଶସ୍ୟ ସଢ଼ି ନଷ୍ଟ ହୋଇଛି।...

ଶମ୍ଭୁ ସୀମାରେ ଚାଷୀଙ୍କ ଆତ୍ମହତ୍ୟା

ପଟିଆଲା,୯।୧:ପଞ୍ଜାବ-ହରିୟାଣାର ଶମ୍ଭୁ ସୀମାରେ ଆନ୍ଦୋଳନରତ ଜଣେ ମଧ୍ୟବୟସ୍କ ଚାଷୀ ଗୁରୁବାର ବିଷ ପିଇ ଆତ୍ମହତ୍ୟା କରିଛନ୍ତି। ତାଙ୍କୁ ଗୁରୁତର ଅବସ୍ଥାରେ ପଟିଆଲ ହସ୍ପିଟାଲ ନିଆଯାଇଥିବା ବେଳେ...

ଝିଅଙ୍କୁ ପଢ଼ାଖର୍ଚ୍ଚ ଦେବାକୁ ମା’ବାପା ଅନୁସାରେ ବାଧ୍ୟ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୦।୧: ମାଆବାପାଙ୍କଠାରୁ ପାଠପଢ଼ା ଖର୍ଚ୍ଚ ପାଇବା ଝିଅଙ୍କର ଅପରିହାର୍ଯ୍ୟ ଏବଂ ବୈଧ ଅଧିକାର। ମା’ବାପା ଏଥିପାଇଁ ସେମାନଙ୍କ ଆର୍ଥିକ ସମ୍ବଳ ସୀମା ମଧ୍ୟରୁ ଜରୁରୀ ପାଣ୍ଠି...

କେନ୍ଦ୍ର ମନ୍ତ୍ରୀ ଗଡ଼କରୀଙ୍କ ବଡ଼ ଘୋଷଣା: ଦୁର୍ଘଟଣାରେ ଆହତଙ୍କର ହେବ କ୍ୟାସଲେସ୍‌ ଚିକିତ୍ସା, ଜାଣନ୍ତୁ ଯୋଜନା ନେଇ ସବୁକିଛି…

ନୂଆଦିଲ୍ଲୀ,୯।୧: ମୋଦି ସରକାର ସଡକ ଦୁର୍ଘଟଣାରେ ପୀଡ଼ିତଙ୍କୁ ଆଶ୍ୱସ୍ତି ଦେବାର ଯୋଜନା କରୁଛନ୍ତି। ଏନେଇ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ ବଡ଼ ଘୋଷଣା କରିଛନ୍ତି। ସରକାର...

ସମଲିଙ୍ଗୀ ବିବାହ ଆବେଦନ ଖାରଜ, ସୁପ୍ରିମକୋର୍ଟ କହିଲେ…

ନୂଆଦିଲ୍ଲୀ,୯।୧: ସୁପ୍ରିମକୋର୍ଟ ସମଲିଙ୍ଗୀ ବିବାହ ମାମଲାରେ ଦେଇଥିବା ରାୟର ପୁନର୍ବିଚାର କରିବାକୁ ମନା କରିଦେଇଛନ୍ତି। ଏହାସହିତ କୋର୍ଟ ପୁନର୍ବିଚାର ଆବେଦନକୁ ଖାରଜ କରିଛନ୍ତି। ସୁପ୍ରିମକୋର୍ଟ କହିଥିଲେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri