Categories: ଜାତୀୟ

ସ୍ବାମୀ, ସନ୍ତାନଙ୍କ ଉପସ୍ଥିତିରେ ୭ ଫେରା ନେଲେ ମହିଳା: ପୂରା ଘଟଣା ଜାଣିଲେ..

ଭାଗଲପୁର,୨୬।୪: ବିଭିନ୍ନ ଚର୍ଚ୍ଚିତ ବିବାହ ଦେଖିଥିବେ କିମ୍ବା ଶୁଣିଥିବେ, କିନ୍ତୁ ବିହାରର ଭାଗଲପୁରରେ ଆୟୋଜିତ ହୋଇଛି ଏକ ନିଆରା ବିବାହ। ସାଧାରଣତଃ ମାତାପିତା ଏବଂ ସମ୍ପର୍କୀୟଙ୍କ ଉପସ୍ଥିତିରେ ବିବାହ ଅନୁଷ୍ଠିତ ହୋଇଥାଏ। କିନ୍ତୁ ଏଠାରେ ସ୍ବାମୀ ଏବଂ ସନ୍ତାନଙ୍କ ଉପସ୍ଥିତିରେ ସ୍ତ୍ରୀଙ୍କ ବିବାହ ଅନୁଷ୍ଠିତ ହୋଇଛି। ହଁ, ଆପଣ ଏହା ଶୁଣି ଟିକେ ଆଶ୍ଚର୍ଯ୍ୟ ଲାଗୁଥିବ କିନ୍ତୁ ଏହା ସତ୍ୟ। ଏହି ଘଟଣା ଭାଗଲପୁରର ସୁଲତାନଗଞ୍ଜରେ ଘଟିଛି। ୭ ବର୍ଷ ପୂର୍ବେ ଖାଗରିଆ ଜିଲାର ବାସିନ୍ଦା ସପନା କୁମାରୀ ସୁଲତାନଗଞ୍ଜର ପାଞ୍ଚ ନମ୍ବର ରାସ୍ତାର ବାସିନ୍ଦା ଉତ୍କଳ ମଣ୍ଡଳଙ୍କୁ ବିବାହ କରିଥିଲେ। ବିବାହ ପରେ କିଛି ଦିନ ପାଇଁ ସବୁକିଛି ଠିକ ଥିଲା, କିନ୍ତୁ ଏହା ପରେ ସପନା ନିଜର ଜଣେ ସମ୍ପର୍କୀୟଙ୍କୁ ପ୍ରେମ କରି ବସିଲେ। ତାଙ୍କ ସ୍ବାମୀ ଏହା ଜାଣିବା ପରେ ଅନେକ ଥର ବିରୋଧ କରିଥିଲେ, କିନ୍ତୁ ସପନା ତାଙ୍କ କଥା ଶୁଣିଲେ ନାହିଁ, ସେହି ଯୁବକଙ୍କ ପ୍ରତି ତାଙ୍କ ପ୍ରେମ ବଢିବାରେ ଲାଗିଲା। ପରିବାର ସଦସ୍ୟ ଏବଂ ସ୍ବାମୀଙ୍କ ବାରମ୍ବାର ବାରଣ ସତ୍ତ୍ୱେ ମଧ୍ୟ ସେ ପ୍ରେମକୁ ଭୁଲି ପାରିଲେ ନାହିଁ। ଏହା ଦେଖି ସପନାଙ୍କ ସ୍ବାମୀ ଉଭୟଙ୍କ ବିବାହ ପାଇଁ ସମ୍ମତି ଦେଇଥିଲେ ଏବଂ ସୁଲତାନଗଞ୍ଜର ବଡ ଦୁର୍ଗା ମଣ୍ଡପରେ ଉଭୟ ପରିବାରର ଉପସ୍ଥିତିରେ ତାଙ୍କ ସମ୍ପର୍କୀୟ ରାଜୁ କୁମାରଙ୍କୁ ବିବାହ କରିଥିଲେ ସପନା। ଏହି ସମୟରେ ମହିଳା ଜଣକ ତାଙ୍କର ଦୁଇ ଛୋଟ ପିଲାଙ୍କୁ ପ୍ରଥମ ସ୍ବାମୀଙ୍କ ପାଖରେ ଛାଡି ପ୍ରେମିକଙ୍କ ସହିତ ଚାଲିଗଲେ। ଲୋକମାନେ ଏହି ଅନନ୍ୟ ବିବାହ ବିଷୟରେ ଜାଣିବା ମାତ୍ରେ ବହୁ ସଂଖ୍ୟାରେ ଲୋକ ମନ୍ଦିରରେ ଭିଡ଼ ଜମାଇଥିଲେ। ସ୍ବାମୀଙ୍କ ଉପସ୍ଥିତିରେ ସ୍ତ୍ରୀ ନିଜ ପ୍ରେମିକ ସହିତ ୭ ଫେରା ନେଇଥିଲେ। ସପନାଙ୍କ ପୂର୍ବତନ ସ୍ବାମୀମୀ ଉତ୍କଳ ମଣ୍ଡଳ ଏହି ଦମ୍ପତିଙ୍କ ବିବାହିତ ଜୀବନକୁ ଅଭିନନ୍ଦନ ଜଣାଇଛନ୍ତି। ଏହି ସମୟ ମଧ୍ୟରେ ତାଙ୍କ ଆଖି ଓଦା ହୋଇ ଯାଇଥିଲା।

 

Share