ଆଲିଆଙ୍କୁ କାନଫୁଲ ଗିଫ୍ଟ ଦେଲେ ପ୍ରଶଂସକ, ଏହା ଦେଖି ଦୀପିକାଙ୍କୁ ମନେ ପକାଇଲେ ରଣବୀର

ମୁମ୍ବାଇ: ଅଭିନେତା ରଣବୀର ସିଂ ଏବଂ ଆଲିଆ ଭଟ୍ଟ ସେମାନଙ୍କର ଆଗାମୀ ଫିଲ୍ମ ‘ରକି ଔର୍‌ ରାନୀ କି ପ୍ରେମ କହାନୀ’ ଜୁଲାଇ ୨୮ ରେ ରିଲିଜ ହେବାକୁ ଯାଉଛି। ଫିଲ୍ମର ଟ୍ରେଲର ଏବଂ କିଛି ଗୀତ ରିଲିଜ ହୋଇଛି ଯେଉଁଥିରେ ରଣବୀର-ଆଲିଆଙ୍କ କେମିଷ୍ଟ୍ରି ଦର୍ଶକଙ୍କ ହୃଦୟକୁ ଜିଣୁଛି। ନିକଟରେ ଫିଲ୍ମର ଗୀତ ‘ହ୍ବାଟ୍‌ ଝୁମ୍‌କା’ ରିଲିଜ ହୋଇଛି, ଯାହା ୬୦ ଦଶକର ସୁପରହିଟ୍‌ ଫିଲ୍ମ ‘ମେରା ସାୟା’ର ‘ଝୁମ୍‌କା ଗିରା ରେ’ର ରିମେକ୍‌ ଅଟେ। ଏହି ଗୀତଟି ସେତେବେଳେ ଆଶା ଭୋଁସଲେ ଗାଇଥିବା ବେଳେ ବର୍ତ୍ତମାନ ଆଲିଆ-ରଣବୀରଙ୍କ ପାଇଁ ଅରିଜିତ ସିଂ ଗାଇଛନ୍ତି। ଏହି ସମୟରେ ରଣବୀର ଏବଂ ଆଲିଆ ସେମାନଙ୍କ ଫିଲ୍ମର ପ୍ରମୋଶନ ପାଇଁ ଦିଲ୍ଲୀରେ ପହଞ୍ଚିଥିଲେ। ଯେଉଁଠାରେ ଆଲିଆ ତାଙ୍କର ଜଣେ ପ୍ରଶଂସକଙ୍କଠାରୁ ଏକ ବିଶେଷ ଉପହାର ଗ୍ରହଣ କରିଥିଲେ।

ପ୍ରଶଂସକ ଆଲିଆଙ୍କୁ ଏହି କାନଫୁଲ ଉପହାର ଦେବା ମାତ୍ରେ ରଣବୀର ଦୀପିକାଙ୍କୁ ମନେ ପକାଇଥିଲେ। ସେ କହିଥିଲେ, ଏହି କାନଫୁଲ ମୋତେ ଦିଅ, ମୁଁ ତୁମ ଭାଉଜକୁ ଦେଲେ ସେ ଖୁସି ହେବେ। ଏହା ଶୁଣି ଇଭେଣ୍ଟରେ ଉପସ୍ଥିତ ଥିବା ସମସ୍ତ ଲୋକ ଜୋର୍‌ରେ ହସିଥିଲେ। ରଣବୀର-ଆଲିଆଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ବେଶ୍‌ ଟ୍ରେଣ୍ଡ୍‌ କରୁଛି।

Share