Advertisement

କୋହଲିଙ୍କ ବ୍ୟାଟିଂ ଦେଖିବା ପାଇଁ ଆମେରିକାରୁ ଲକ୍ଷ୍ନୌ ଆସିଥିଲେ ଜଣେ ପ୍ରଶଂସକ: ବିରାଟ ଭାଙ୍ଗିଦେଲେ ହୃଦୟ

ଲକ୍ଷ୍ନୌ,୨୯।୧୦: ଆଜି ଲକ୍ଷ୍ନୌର ଏକାନା କ୍ରିକେଟ ଷ୍ଟାଡିୟମରେ ଭାରତ ଏବଂ ଇଂଲଣ୍ଡ ଦଳ ମୁହାଁମୁହିଁ ହୋଇଛନ୍ତି। ଏହି ମ୍ୟାଚ୍‌ରେ ଇଂଲଣ୍ଡ ଦଳ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଏହି ନିଷ୍ପତ୍ତି ସଠିକ ପ୍ରମାଣିତ ହୋଇଥିଲା। କ୍ରିସ ୱୁକ ଶୁବମାନ ଗିଲଙ୍କୁ ୯ ରନ ଏବଂ ଶ୍ରେୟସ ଆୟରଙ୍କୁ ମାତ୍ର ୪ ରନରେ ପାଭିଲିୟନ୍‌କୁ ପଠାଇଥିଲେ। ମ୍ୟାଚର ଦାୟିତ୍ୱ ଗ୍ରହଣ କରିଥିବା ବୋଲର ଡେଭିଡ ୱିଲି ବିରାଟ କୋହଲିଙ୍କୁ ଶୂନରେ ଆଉଟ୍‌ କରିଥିଲେ। ଏହି ବିଶ୍ୱକପ୍‌ରେ ବିରାଟ କୋହଲିଙ୍କୁ ବହୁତ ଭଲ ଫର୍ମରେ ଦେଖିବାକୁ ମିଳିଥିଲା, କିନ୍ତୁ ଇଂଲଣ୍ଡ ବିପକ୍ଷରେ ଶୂନରୁ ଆଉଟ୍‌ ହେବା ପରେ କେବଳ ଟିମ ଇଣ୍ଡିଆ ପାଇଁ ନୁହେଁ ବରଂ ସମଗ୍ର ବିଶ୍ୱରେ କୋହଲିଙ୍କ ପ୍ରଶଂସକଙ୍କୁ ଝଟ୍‌କା ଲାଗିଥିଲା।
କୋହଲିଙ୍କ ଜଣେ ପ୍ରଶଂସକ ଲକ୍ଷ୍ନୌର ଏକାନା କ୍ରିକେଟ ଷ୍ଟାଡିୟମରେ ମଧ୍ୟ ଉପସ୍ଥିତ ଥିଲେ, ଯିଏ ବିରାଟ କୋହଲି ବ୍ୟାଟ ଦେଖିବା ପାଇଁ ଆମେରିକାରୁ ଆସିଥିଲେ, କିନ୍ତୁ ମ୍ୟାଚ ଆରମ୍ଭ ହେବାର କିଛି ମିନିଟ ମଧ୍ୟରେ ବିରାଟ ପାଭିଲିୟନକୁ ଫେରି ଆସିଥିଲେ। ଶୂନରେ ଆଉଟ ହୋଇ ବିରାଟ ତାଙ୍କ ହୃଦୟ ଭାଙ୍ଗିଦେଇଥିଲେ। ପଡ଼ିଆରେ ଉପସ୍ଥିତ କ୍ୟାମେରାମ୍ୟାନ ତାଙ୍କ କ୍ୟାମେରାକୁ ବିରାଟଙ୍କ ପ୍ରଶଂସକଙ୍କ ପାଖରେ ରଖାଯାଇଥିବା ପୋଷ୍ଟର ଆଡକୁ ବୁଲାଇଥିଲେ ଯେଉଁଥିରେ ଲେଖାଥିଲା ଯେ ମହାନ ବ୍ୟାଟ୍ସମ୍ୟାନ କିଙ୍ଗ କୋହଲିଙ୍କ ବ୍ୟାଟିଂ ଦେଖିବା ପାଇଁ ଆମେରିକାରୁ ୭,୭୩୨ ମାଇଲ ଯାତ୍ରା କରିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share