ବେଙ୍ଗାଲୁରୁ,୩୦।୩: କର୍ନାଟକର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏଥିରେ ଜଣେ କୃଷକ ବସ୍ରେ ଲାଗିଥିବା ପ୍ରଧାନମନ୍ତ୍ରୀ ମୋଦିଙ୍କ ଫଟୋ ସହିତ କଥାବାର୍ତ୍ତା କରୁଥିବା ଦେଖିବାକୁ ମିଳିଛି। କୃଷକ ଜଣଙ୍କ ମୋଦିଙ୍କୁ ବହୁତ ପ୍ରଶଂସା କରିଥିଲେ ଏବଂ ଫଟୋକୁ ଚୁମ୍ବନ ଦେଇଥିଲେ। ମୋହନଦାସ କାମାଥ ନାମକ ଜଣେ ୟୁଜର୍ସ ଚାଷୀଙ୍କ ଭିଡିଓ ଶେୟାର କରିଛନ୍ତି। ଏହାକୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମଧ୍ୟ ଟ୍ୟାଗ୍ କରାଯାଇଛି। ୟୁଜର୍ସମାନେ ଏହାକୁ ପ୍ରଧାନମନ୍ତ୍ରୀଙ୍କ ପାଇଁ ସାଧାରଣ ଲୋକଙ୍କ ପ୍ରେମ ବୋଲି କହିଛନ୍ତି।
ସୂଚନାଯୋଗ୍ୟ, କର୍ନାଟକରେ ବିଧାନସଭା ନିର୍ବାଚନ ମେ’ ୧୦ରେ ଗୋଟିଏ ପର୍ଯ୍ୟାୟରେ ହେବ ଏବଂ ଫଳାଫଳ ମେ’ ୧୩ରେ ଘୋଷଣା କରାଯିବ। କର୍ନାଟକରେ ୨୨୪ ସଦସ୍ୟବିଶିଷ୍ଟ ବିଧାନସଭା ଅଛି। ବର୍ତ୍ତମାନ ଭାଜପା ପାଖରେ ୧୧୯ଟି ଆସନ ଥିବାବେଳେ କଂଗ୍ରେସରେ ୭୫ଟି ଆସନ ରହିଛି। ଦୁଇଟି ଆସନ ଖାଲିଥିବାବେଳେ ଜେଡି(ଏସ୍)ର ୨୮ ବିଧାୟକ ଅଛନ୍ତି।
ନିର୍ବାଚନ ପାଇଁ ବିଜ୍ଞପ୍ତି ଏପ୍ରିଲ ୧୩ରେ ପ୍ରକାଶ କରାଯିବ। ନାମାଙ୍କନପତ୍ର ଦାଖଲ କରିବାର ଶେଷ ତାରିଖ ୧୦ ଏପ୍ରିଲ ରହିଛି। ନାମାଙ୍କନପତ୍ରର ଯାଞ୍ଚ ଏପ୍ରିଲ ୨୧ରେ ହେବ ଏବଂ ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ ୨୪ ଏପ୍ରିଲ ହେବ।
@narendramodi @PMOIndia @AmitShah @ANI @anandmahindra @republic @BJP4India A farmer in Karnataka has shown
his deep affection for and
gratitude to our beloved Prime Minister in an emotional video. pic.twitter.com/DR3g0FVE7M— MOHANDAS KAMATH (@MOHANDASKAMATH3) March 28, 2023