ଫାଷ୍ଟଫୁଡ଼ ଦୋକାନୀଙ୍କୁ ଗୁଳିମାଡ଼, ୨ ଜଣଙ୍କୁ କୋର୍ଟ ଚାଲାଣ

ଭବାନୀପାଟଣା/ସିନାପାଲି,୭।୧୦(ଉତ୍ତମ କୁମାର ଦାଶ/ମନଫୁଲ ମେହେର): ନୂଆପଡା ଜିଲା ସିନାପାଲି ଥାନା ଅନ୍ତର୍ଗତ କାପସି ଛକଠାରେ ରବିବାର ରାତିରେ ନିଳାମ୍ବର ମେହେର ନାମକ ଜଣେ ଫାଷ୍ଟଫୁଡ଼ ଦୋକାନୀଙ୍କୁ ଗୁଳିମାଡ଼ ହୋଇଛି। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ସିନାପାଲି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଓ ପରେ କଳାହାଣ୍ଡି ଜିଲା ଭବାନୀପାଟଣା ସ୍ଥିତ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ କିଛି ସମୟ ଚିକିତ୍ସା କରିବା ପରେ ମଧ୍ୟ ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ନ ଆସିବାରୁ ବିଳମ୍ବିତ ରାତିରେ ତାଙ୍କୁ ଛତିଶଗଡ଼ ରାଜ୍ୟ ରାୟପୁରକୁ ସ୍ଥାନାନ୍ତରିତ କରାଯାଇଛି। ଏହି ଘଟଣାରେ ମଙ୍ଗଳବାର ସିନାପାଲି ପୋଲିସ ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ଦ୍ୱୟ ହେଲେ ସ୍ଥାନୀୟ କାପସି ଗ୍ରାମର ନାସିର ଖାନ(୩୪) ଓ ଆଲୋକ ଦାସ (୨୭)ବୋଲି ସୂଚନା ମିଳିଛି।

ଅନ୍ୟପକ୍ଷରେ, ୨ ଆକ୍ରମଣକାରୀଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରି ପୀଡିତଙ୍କ ସ୍ତ୍ରୀ ସୋମବତୀ ମେହେର ଓ ସିନାପାଲି ମେହେର ଯୁବାମଞ୍ଚ ପକ୍ଷରୁ ଥାନାରେ ଏକ ଲିଖିତ ଦାବିପତ୍ର ପ୍ରଦାନ କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, କାପସି ଛକଠାରେ ନିଲାମ୍ବର ମେହେର ଏକ ଫାଷ୍ଟଫୁଡ଼ ଦୋକାନ କରିଥିଲେ। ସୋମବାର ରାତି ୮ଟାରେ କିଛି ଦୁର୍ବୃତ୍ତ ଦୋକାନକୁ ଆସି ନୀଳାମ୍ବର ଉପରକୁ ଗୁଳିମାଡ଼ କରିଥିଲେ। ଖବର ପାଇ ଘଟଣାସ୍ଥଳକୁ ସ୍ଥାନୀୟ ପୋଲିସ ପହଞ୍ଚି ଛାନଭିନ ଆରମ୍ଭ କରିଥିଲା। ପରେ ପୋଲିସ ଏହି ଘଟଣାରେ ୭ ଜଣଙ୍କୁ ଅଟକ ରଖି ଥାନାରେ ପଚରାଉଚରା କରିଥିଲା। ତଦନ୍ତ ପରେ ଘଟଣାରେ ସଂପୃକ୍ତ ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଅନ୍ୟମାନଙ୍କୁ ଛାଡି ଦେଇଥିବା ଜଣାପଡ଼ିଛି। ସେହିପରି ଗୁଳିମାଡ଼ର ଶିକାର ହୋଇଥିବା ନିଳାମ୍ବରଙ୍କ ସ୍ବାସ୍ଥ୍ୟବସ୍ଥା ଏବେ ସ୍ଥିର ଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ସିରିପାଇ ସରପଞ୍ଚଙ୍କୁ ବଡ଼ ଝଟ୍‌କା: ପଦ ଅସିଦ୍ଧ ଘୋଷଣା କଲେ କୋର୍ଟ

ରାୟଗଡ଼ା,୭।୧୦(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ଜିଲା କାଶୀପୁର ବ୍ଲକ୍‌ ଅନ୍ତର୍ଗତ ସିରିପାଇ ପଞ୍ଚାୟତର ସରପଞ୍ଚ ଇଚ୍ଛାମନ ମାଝିଙ୍କ ପଦ ରଦ୍ଦ ହୋଇଥିବା ଅତିରିକ୍ତ ଜିଲା ଦୌରାଜଜ୍‌...

ଭାଲୁ ଆକ୍ରମଣରେ ବୃଦ୍ଧଙ୍କ ମୃତ୍ୟୁ

କେନ୍ଦୁଝର,୭।୧୦ (ନରେଶ ଚନ୍ଦ୍ର ପଟ୍ଟନାୟକ): ଆନନ୍ଦପୁର ବନ୍ୟପ୍ରାଣୀ ଡିଭିଜନ ବ୍ରାହ୍ମଣୀପାଳ ରେଞ୍ଜ ହରିଚନ୍ଦନପୁର ବ୍ଲକ ବରେଇଗୋଡା ପଞ୍ଚାୟତ ତୁର୍କିପଦା ଗ୍ରାମରେ ଭାଲୁ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ...

ଧାନ ପରିବହନ ଗାଡିର କାଗଜପତ୍ର ଠିକ୍‌ ନ ଥିଲେ ହେବ କାର୍ଯାନୁଷ୍ଠାନ: କଟକଣା ପରେ ତେଜିଲା ଚାଷୀ ଅସନ୍ତୋଷ

ବରଗଡ,୭।୧୦(ପ୍ରେମାନନ୍ଦ ଖମାରୀ): ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାକୁ ଆଉ ମାତ୍ର ମାସେ ରହିଛି। ଆସନ୍ତା ଧାନ ସଂଗ୍ରହ ପ୍ରକ୍ରିୟାରେ ନୂଆ ସରକାରଙ୍କ ପ୍ରତିଶ୍ରୁତି ମୁତାବକ ଚାଷୀମାନେ...

୧୦ ତାରିଖରୁ ପର୍ଯ୍ୟଟକଙ୍କ ଲାଗି ଖୋଲିବ ଶିମିଳିପାଳ ଜାତୀୟ ଉଦ୍ୟାନ

ମୟୁରଭଞ୍ଜ,୭।୧୦: ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରତ୍ୟାବର୍ତନ କରିବାକୁ ପ୍ରସ୍ତୁତ ହେଉଥିଲା ବେଳେ ଆସନ୍ତା ପର୍ଯ୍ୟଟନ ଋତୁ ୨୦୨୪-୨୫ ପାଇଁ ଅକ୍ଟୋବର ୧୦ ତାରିଖରୁ ପର୍ଯ୍ୟଟକଙ୍କ ଲାଗି...

ଶ୍ୱଶୁର ଘରୁ ମିଳିଲା ଜ୍ୱାଇଁଙ୍କ ମୃତଦେହ, ହତ୍ୟା ଅଭିଯୋଗ ଆଣିଲେ ପରିବାର

ନିରାକାରପୁର, ୭।୧୦(ନିରାକାରପୁର ): ଶ୍ୱଶୁର ଘରୁ ଜ୍ୱାଇଁଙ୍କ ମୃତଦେହକୁ ଜଙ୍କିଆ ପୋଲିସ ଉଦ୍ଧାର କରିଛି । ମୃତ ବ୍ୟକ୍ତି ଜଣଙ୍କ ହେଲେ ଜଙ୍କିଆ ଥାନା ଅଧିନସ୍ଥ...

ନାବାଳିକାଙ୍କୁ ବଳାତ୍କାର ଉଦ୍ୟମ ମାମଲା: ଅଭିଯୁକ୍ତ ଅଟକ

ଦିଗପହଣ୍ଡି,୭।୧୦(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଅଞ୍ଚଳର ଜଣେ ୭ ବର୍ଷୀୟା ନାବାଳିକାଙ୍କୁ ବଳାତ୍କାର ଉଦ୍ୟମ କରିଥିବା ଅଭିଯୋଗରେ ସମ୍ପୃକ୍ତ ବୁଡୁ ସାହୁ ନାମକ ଜଣେ...

କେତେବେଳେ ବି ଘଟିପାରେ ବଡ଼ ଅଘଟଣ: ମୃତ୍ୟୁକୁ ଆମନ୍ତ୍ରଣ କରୁଛି ମୁକୁଳା ଟ୍ରାନ୍ସଫର୍ମର

ଥୁଆମୂଳ ରାମପୁର,୭।୧୦(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ଅନେକ ସ୍ଥାନରେ ଲାଗିଥିବା ଟ୍ରାନ୍ସଫର୍ମର ଏବେ ବିପଦପୂର୍ଣ୍ଣ ଅବସ୍ଥାରେ ପଡ଼ିରହିଛି। ବିଦ୍ୟୁତ ବିଭାଗର ଅବହେଳା...

ବାଇକ ଉପରେ ଚଢିଗଲା ଟ୍ରଲର, ଦୁର୍ଘଟଣାରେ ୩ ମୃତ

କେନ୍ଦୁଝର,୭।୧୦ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଘଟଗାଁ ଥାନା ଅନ୍ତର୍ଗତ ଢେଙ୍କିକୋଟସ୍ଥିତ ୨୦ନମ୍ବର ଜାତୀୟ ରାଜପଥ ଲଙ୍ଗଳକଣ୍ଟି ପେଟ୍ରୋଲ ପମ୍ପ ନିକଟରେ ମର୍ମନ୍ତୁଦ ସଡକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri