ପାଟଣା,୮।୭(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ମଦ ନିଶାରେ ଜଣେ ବାପା ୭ ବର୍ଷର ଶିଶୁ କନ୍ୟାକୁ ସୋମବାର ବଳାତ୍କାର କରିଛନ୍ତି। ଏ ନେଇ ତାଙ୍କ ମା’ ମଙ୍ଗଳବାର ଥାନାରେ ଅଭିଯୋଗ କରିଥିଲେ। ଏହିଘଟଣାରେ ବୁଧବାର ବାପାଙ୍କୁ ଥାନା ଅଧିକାରୀ ସୋମନାଥ ଜେନା ଗିରଫ କରି କୋର୍ଟଚାଲାଣ କରିଛନ୍ତି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।
ସୂଚନାଯୋଗ୍ୟ, ମା’ ବିଲକୁ କାମ କରିବାକୁ ଯାଇଥିବା ବେଳେ ବାପା ମଦ ନିଶାରେ ଏଭଳି କାଣ୍ଡ ଘଟାଇଥିବା ନିଜେ ମା’ ଥାନାରେ ଅଭିଯୋଗ କରିଥିଲେ। ଥାନାରେ କେସ ନଂ. ୧୦୧/୨୦ରେ ଏକ ମାମଲା ରୁଜୁ କରି ପୋଲିସ ତଦନ୍ତ ଚଳାଇଥିଲା।
Posted inଅପରାଧ, ଆମ ଜିଲା ଖବର, କେନ୍ଦୁଝର, ରାଜ୍ୟ