Categories: ଫୁରସତ

କବର ପାଇଁ ଦେବାକୁ ପଡ଼େ ଭଡ଼ା

ଗୁଆଟେମାଲା ସିଟି: ଦୁନିଆର ବିଭିନ୍ନ ସ୍ଥାନରେ ଭିନ୍ନ ରୀତିନୀତି ରହିଥାଏ। ସେଥିମଧ୍ୟରୁ କିଛି ରୀତିନୀତି ବହୁତ ଅଜବ ହୋଇଥାଏ। ବିଦେଶରେ ଲୋକେ ମରିବା ପରେ ତାଙ୍କୁ କବର ଦିଆଯାଇଥାଏ। କିନ୍ତୁ ଏପରି ଏକ ସ୍ଥାନ ରହିଛି ଯେଉଁଠାରେ କବର ପାଇଁ ଭଡ଼ା ଦେବାକୁ ପଡ଼ିଥାଏ। ମଧ୍ୟଆମେରିକାର ଗୁଆଟେମାଲା ଦେଶରେ ଏପରି ରୀତିନୀତି ଦେଖିବାକୁ ମିଳେ। ସେଠାରେ ପ୍ରିୟଜନଙ୍କ ମୃତ୍ୟୁ ପରେ କବରସ୍ଥାନରେ କବର ଦିଆଯିବା ପରେ ଭଡ଼ା ଦେବାକୁ ପଡ଼ିଥାଏ। ଯଦି କେହି ଭଡ଼ା ଦେବାକୁ ସମର୍ଥ ନୁହେଁ, ତେବେ କବରରୁ ମୃତଦେହକୁ ବାହାର କରି ସାମୂହିକ ସ୍ଥାନରେ କବର ଦିଆଯାଏ। ତା’ ବଦଳରେ ଅନ୍ୟ ଏକ ମୃତଦେହକୁ ସେହି ସ୍ଥାନରେ କବର ଦିଆଯାଇଥାଏ। ପ୍ରକୃତରେ ଗୁଆଟେମାଲାରେ ସ୍ଥାନ ଅଭାବ ଯୋଗୁ ଅନେକ ମହଲାବିଶିଷ୍ଟ କବରସ୍ଥାନ କରାଯାଇ ଏପରି ନୀତି ଲାଗୁ କରାଯାଇଛି।

Share