Posted inUncategorized

ଟ୍ରେନ୍‌ ଶୌଚାଳୟରେ ପଡ଼ି ମହିଳା ଯାତ୍ରୀଙ୍କ ଚାଳିଗଲା ଜୀବନ

ବ୍ରହ୍ମପୁର ଅଫିସ,୧୬।୧: ରେଳପଥ ପୋଲିସ ରବିବାର ରାତିରେ ଜଣେ ମହିଳା ଯାତ୍ରୀଙ୍କ ମୃତଦେହ କୋଣାର୍କ ଏକ୍ସପ୍ରେସ୍‌ର ଶୌଚାଳୟରୁ ଉଦ୍ଧାର କରିଛି। ମୃତ ମହିଳା ଜଣଙ୍କ ଗଞ୍ଜାମ ଜିଲା ଆସିକା ଥାନା ଅଧୀନ ଗଣ୍ଡାପଲି ଗ୍ରାମର ଗନ୍ତେଇ ଦାସଙ୍କ ସ୍ତ୍ରୀ ସୁନ୍ଦରୀ ଦାସ(୩୬)। ଏନେଇ ପୋଲିସ ଏକ ମାମଲା(ନଂ.୭/୨୨) ରୁଜୁ କରିଛି। ଶୌଚାଳୟରେ ଖସିପଡ଼ି ମହିଳାଙ୍କ ମୃତ୍ୟୁ ଘଟିଥିବା ପୋଲିସ ପ୍ରାଥମିକ ଅନୁସନ୍ଧାନରୁ ସନ୍ଦେହ କରୁଛି। ସୋମବାର ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଛି।

ଘଟଣାରୁ ପ୍ରକାଶ ଯେ, ଗନ୍ତେଇ ଦାସ ମହାରାଷ୍ଟ୍ର ପୁଣେରେ ଏକ କମ୍ପାନୀରେ କାମ କରି ସେଠାରେ ତାଙ୍କ ସ୍ତ୍ରୀ ସୁନ୍ଦରୀ ଦାସଙ୍କ ସହ ରୁହନ୍ତି। ସେମାନେ ଗତ ୨ଦିନ ତଳେ ପୁଣେରୁ କୋଣାର୍କ ଏକ୍ସପ୍ରେସ୍‌ରେ ବ୍ରହ୍ମପୁର ଅଭିମୁଖେ ବାହାରିଥିଲେ। ରବିବାର ରାତି ୧୦ଟାରେ ସୁନ୍ଦରୀ ଟ୍ରେନ୍‌ରେ ଥିବା ଶୌଚାଳୟକୁ ଯାଇଥିଲେ। ବହୁ ସମୟ ପର୍ଯ୍ୟନ୍ତ ସେ ଶୌଚାଳୟରୁ ବାହାରକୁ ନ ଆସିବାରୁ ଗନ୍ତେଇଙ୍କ ସନ୍ଦେହ ହୋଇଥିଲା। ଟ୍ରେନ୍‌ଟି ବ୍ରହ୍ମପୁର ଷ୍ଟେଶନରେ ପହଞ୍ଚିବା ପରେ ଶୌଚାଳୟ କବାଟ ଖୋଲିବା ବେଳେ ସେଠାରେ ସୁନ୍ଦରୀ ଅଚେତ ହୋଇ ପଡ଼ିଥିବା ଦେଖିଥିଲେ। ପରେ ସେ ବ୍ରହ୍ମପୁର ରେଳବାଇ ପୋଲିସକୁ ଜଣାଇଥିଲେ। ସୁନ୍ଦରୀ ବଞ୍ଚିଥିବା ଭାବି ଗନ୍ତେଇ ତାଙ୍କୁ ସେଠାରୁ ଉଦ୍ଧାରକରି ଏମ୍‌କେସିଜି ମେଡିକାଲରେ ଭର୍ତ୍ତି କରିଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମୁଁ ଇସ୍ତଫା ଦେଲେ ଖଡ୍‌ଗେଙ୍କର କିଛି ଲାଭ ହେବ ନାହିଁ, ଆଉ ୧୫ ବର୍ଷ ଅପେକ୍ଷା କରନ୍ତୁ: ଅମିତ ଶାହା

ନୂଆଦିଲ୍ଲୀ,୧୮।୧୨: ଆମ୍ବେଦକର ବିବାଦକୁ ନେଇ ଗୃହ ମନ୍ତ୍ରୀ ଅମିତ ଶାହା କଂଗ୍ରେସ ଉପରେ ବର୍ଷିଛନ୍ତି। ସମ୍ବିଧାନକୁ ନେଇ ବିତର୍କ ବେଳେ ରାଜ୍ୟ ସଭାରେ ସେ ଯାହା...

ଅପାଠୁଆ ସାକ୍ଷର

ସମୟ କ୍ରମେ ସବୁ ଆଜି ବଦଳି ଯାଇଛି, ବଦଳି ଯାଇଛି ଗାଁ ସ୍କୁଲର ଛପରଘର, ବଦଳି ଯାଇଛି ରାସ୍ତାଘାଟ, ବିଲବାଡି ନଈ, ନାଳର ଚେହେରା, ବଦଳି...

ସମ୍ପର୍କର ପରିସୀମା ଏତିକିରୁ ଏତିକି..

ସମସ୍ତଙ୍କୁ ନିଜର କରି ହସଖୁସିରେ ପରିବାର ଚଳାଇବା ସବୁ ଗୃହିଣୀଙ୍କ ଉଦ୍ଦେଶ୍ୟ ହୋଇଥାଏ। ଏଥିପାଇଁ କଥାବାର୍ତ୍ତା ଚାଲିଚଳଣ ଉପରେ ଦୃଷ୍ଟିଦେବାକୁ ହୁଏ। ହେଲେ ଅନେକ ସମୟରେ...

ମହାକାଶରେ ସ୍ବାସ୍ଥ୍ୟାବସ୍ଥା ବିଗିଡିଗଲେ, କେମିତି ହୁଏ ମହାକାଶଚାରୀଙ୍କ ଚିକିତ୍ସା: ଜାଣନ୍ତୁ ରୋଚକ କଥା…

ନୂଆଦିଲ୍ଲୀ,୨୫।୧୧: ମହାକାଶଚାରୀମାନେ ମହାକାଶକୁ ଯାଆନ୍ତି। ସେଠାରେ ସେମାନେ ଅନେକ ପ୍ରକାରର ଅନୁସନ୍ଧାନ କରନ୍ତି, କିନ୍ତୁ ଏଥିରେ ମଧ୍ୟ ଅନେକ ଅସୁବିଧା ହୋଇଥାଏ। ମହାକାଶଚାରୀମାନେ ମହାକାଶକୁ ଗଳେ,...

ଜିନତ୍‌ ଗଲା ଘଞ୍ଚ ଜଙ୍ଗଲ

ମୟୂରଭଞ୍ଜ,୨୫।୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଏନ୍‌କ୍ଲୋଜରୁ ବାହାରିଛି ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟକୁ ଅଣାଯାଇଥିବା ମହାବଳ ବାଘୁଣୀ ‘ଜିନତ୍‌’। ‘ଜିନତ୍‌’କୁ ଘଞ୍ଚ ଜଙ୍ଗଲରେ ଛଡ଼ାଯାଇଥିବା ଶିମିଳିପାଳ ଆରସିସିଏଫ୍‌...

ଆଇଜି ପାର୍କକୁ ଆସିଲେ ୨ ଚିତା ବାଘ

ରାଉରକେଲା,୨୩।୧୧(ବିପ୍ଳବ ରଞ୍ଜନ ଦାସ): ଆର୍‌ଏସ୍‌ପିର ଇନ୍ଦିରା ଗାନ୍ଧୀ ପାର୍କ ପ୍ରାଣୀ ଉଦ୍ୟାନକୁ ଗୋଟିଏ ଅଣ୍ଡିରା ଓ ଗୋଟିଏ ମାଈ ଚିତାବାଘ ଆସିଛନ୍ତି। ଗତ ୨୧ତାରିଖରେ କେନ୍ଦ୍ରୀୟ...

ପଳାଶୁଣୀ ଛକରେ ଛକି ବସିଥିଲା ମୃତ୍ୟୁ: ୫ମାସ ହେଲା ଶିଳାନ୍ୟାସରେ ଅଟକିଛି ଫୁଟ୍‌ ଓଭରବ୍ରିଜ୍‌

ଭୁବନେଶ୍ୱର,୨୧ା୧୧(ସତ୍ୟଜିତ୍‌ ରାଉତ): ଭୁବନେଶ୍ୱରରେ ରହୁଥିବା ପୁଅ ପାଖକୁ ଗଁାରୁ ଆସୁଥିଲେ ବାପା। ଦୁଇଟି ବ୍ୟାଗରେ ଭର୍ତ୍ତିକରି ଆଣିଥିଲେ ବିଭିନ୍ନ ପ୍ରକାର ପରିବା, ଚାଉଳ, ଲୁଗାପଟା ଆଦି...

ଟଙ୍କାରେ ପ୍ରଲୋଭିତ ହେଲେନି ଚାନ୍ଦବାଲିବାସୀ: ସୁଲତା

ଭଦ୍ରକ,୧୬ା୧୧(ସନାତନ ରାଉତ): ରଙ୍ଗ ବଦଳାଇଲେ ଲୋକଙ୍କ ଭଲପାଇବା ନେଇପାରିବେନି କି ସେମାନଙ୍କ ହୃଦୟ ପରିବର୍ତ୍ତନ କରିପାରିବେ ନାହିଁ। ଭଦ୍ରକ ଜିଲା ଧାମରାରେ ବିଜେଡି ପକ୍ଷରୁ ଆୟୋଜିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri