ବଟି ମାଗି ଗିରଫ ହେଲେ ମହିଳା ଖବରଦାତା

ଉମରକୋଟ, ୧୪।୧୨(ସ୍ବ.ପ୍ର.): ନବରଙ୍ଗପୁର ଜିଲା ରାଇଘର ବ୍ଲକରେ ଜଣେ କାର୍ଯ୍ୟରତ ମହିଳା ଖବରଦାତାଙ୍କୁ ବଟି ମାଗିବା ଓ ଜାତିଆଣ ଆକ୍ଷେପ ଅଭିଯୋଗରେ ରାଇଘର ପୋଲିସ ଗିରଫ କରିଛି। ଗିରଫ ଖବରଦାତା ହେଲେ ମାମୁନି ଚକ୍ରବର୍ତ୍ତୀ।

ସୂଚନାନୁଯାୟୀ, ମାମୁନି ରାଇଘର ଗୋନା ଅଞ୍ଚଳର ଜଗନ୍ନାଥ ନାୟକ ନାମକ ଜଣେ ଠିକାଦାରଙ୍କୁ ଖବର ପ୍ରସାରଣ ନ କରିବା ପାଇଁ ୧୦ହଜାର ଟଙ୍କା ବଟି ମାଗିଥିଲେ। ଗତ ୧୦ତାରିଖ ସାରେ ମାମୁନି ତାଙ୍କୁ ଟଙ୍କା ପାଇଁ ଫୋନ୍‌ କରିଥିଲେ। ଠିକାଦାର ଫୋନ ଛାଡି ବାହାରକୁ କୌଣସି କାମରେ ଯାଇଥିବାରୁ ତାଙ୍କ ସ୍ତ୍ରୀ ସୁମିତ୍ରା ନାୟକ(୩୦) ଫୋନ ଉଠାଇଥିଲେ। ସେ ଜଗନ୍ନାଥ ଘରେ ନ ଥିବା କହିଥିଲେ। ପରେ ମାମୁନି ସୁମିତ୍ରାଙ୍କୁ ଟଙ୍କା ମାଗିବା ସହ ଜାତିଆଣ ଆକ୍ଷେପ କରିଥିଲେ। ଏ ନେଇ ସୁମିତ୍ରା ସୋମବାର ରାଇଘର ଥାନାରେ ଅଭିଯୋଗ କରିଥିଲେ। ଏନେଇ ପୋଲିସ ଏକ ମାମଲା(ନଂ.୨୨୩/୨୧) ରୁଜୁ କରିଛି। ଉମରକୋଟ ଏସ୍‌ଡିପିଓ ଦିନେଶ ନାୟକଙ୍କ ନେତୃତ୍ୱରେ ସୋମବାର ରାଇଘର ସ୍ଥିତ ଜଣେ ବନ୍ଧୁଙ୍କ ଘରୁ ମାମୁନିଙ୍କୁ ଗିରଫ କରାଯାଇଛି।

 

Share