ଦିଲ୍ଲୀରେ ଟିକା ନେବାର କିଛି ଘଣ୍ଟା ପରେ ୫୧ ଅସୁସ୍ଥ ଜଣେ ଗୁରୁତର

ନୂଆଦିଲ୍ଲୀ,୧୭।୧: ଭାରତରେ ଶନିବାରଠାରୁ ସାର୍ବଜନୀକ କରୋନା ପ୍ରତିଷେଧକ ଟିକାକରଣ ଆରମ୍ଭ ହୋଇଛି। ଟିକା ନେବାର କିଛି ଘଣ୍ଟା ପରେ ଦିଲ୍ଲୀରେ ୫୧ ଜଣଙ୍କଠାରେ ଆଲର୍ଜି ଦେଖା ଦେବାରୁ ସେମାନେ ଅସୁସ୍ଥ ହୋଇ ପଡ଼ିଛନ୍ତି। ଜଣେ ବ୍ୟକ୍ତିଙ୍କ ଅବସ୍ଥା ଗୁରୁତର ହୋଇଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି। ଦିଲ୍ଲୀର ୧୧ ଜିଲାର ୮୧୧୭ ଜଣଙ୍କୁ ଟିକାଦାନ କରାଯିବାର ଯୋଜନା ଥିଲା। ତେବେ ୪୩୧୯ ଜଣଙ୍କୁ ଟିକାଦାନ କରାଯାଇଥିଲା। ୨ ଜିଲାରେ ଟିକାର କୌଣସି ପାର୍ଶ୍ୱ ପ୍ରତିକ୍ରିୟା ଘଟଣା ଘଟି ନ ଥିବାବେଳେ ଅନ୍ୟ ୯ଟି ଜିଲାରେ ଟିକା ନେବା ପରେ ବ୍ୟକ୍ତିମାନେ ଅସୁସ୍ଥ ହୋଇପଡ଼ିଥିବା ଘଟଣା ଘଟିଛି ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

Share