Categories: ଜାତୀୟ

ଜୟପୁରର ଅଟୋମୋବାଇଲ କମ୍ପାନୀର ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ

ଜୟପୁର, ୨୧।୧୦- ରାଜସ୍ଥାନର ରାଜଧାନୀ ଜୟପୁରର ଅମ୍ବରର କୁକସରେ ଅବସ୍ଥିତ ଏକ ଅଟୋମୋବାଇଲ କମ୍ପାନୀରେ ଭୟାଭହ ଅଗ୍ନିକାଣ୍ଡ ଘଟିଛି। ଖବରପାଇ ୨୨ଟି ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ଅଛନ୍ତି। ଖବରଲେଖା ସୁଦ୍ଧା କ୍ଷୟକ୍ଷତି ସମ୍ପର୍କରେ ସୂଚନା ମିଳିପାରି ନାହିଁ। ପୋଲିସ କମ୍ପାନୀର ଆଖପାଖ ଅଞ୍ଚଳରେ ରହୁଥିବା ଲୋକଙ୍କୁ ସତର୍କ କରାଇଛି।
ସୂଚନା ଯୋଗ୍ୟ ଯେ, ପୂର୍ବରୁ ଏସାର ଏହି କାରଖାନାରେ ଟ୍ରାକ୍ଟର ତିଆରି କରୁଥିଲା, କିନ୍ତୁ ବର୍ତ୍ତମାନ ରୟାଲ ଇନଫିଲ୍ଡ ସହିତ କିଛି କମ୍ପାନୀ ଏହାକୁ ଗୋଦାମ ଭାବରେ ବ୍ୟବହାର କରୁଛନ୍ତି।

Share