ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଏକ ମନ୍ଦିରରେ ମାଙ୍କଡ଼ ଓ ମହିଳାଙ୍କୁ ଝିଡ଼ା ହୋଇଥିବା ଦେଖିବାକୁ ମିଳୁଛି। ମାଙ୍କଡ଼ ହଠାତ୍ ମହିଳାଙ୍କ ଆଖିରେ ଚଷମା ଦେଖି ତାହାକୁ ଟାଣି ନେଉଛି। ଏହାକୁ ଆଣିବା ପାଇଁ ମହିଳା ଓ ମାଙ୍କଡ଼ ମଧ୍ୟରେ ଝଗଡ଼ା ହେଉଛି। ମାଙ୍କଡ଼ ଚଷମା ନ ଦେବାକୁ ପ୍ରସ୍ତୁତ ଆଉ ମହିଳା ଆଣିବାକୁ। ଏଭିତରେ ଉଭୟଙ୍କ ମଧ୍ୟରେ ଖୁବ୍ ଝଗଡ଼ା ହେଉଛି । ଶେଷରେ ମାଙ୍କଡ଼ ହାତରୁ ଚଷମା ପଡ଼ିଯାଇଛି। ମହିଳା ଜଣକ ଚଷମା ଆଣୁଛନ୍ତି। ଭିଡିଓକୁ ସଞ୍ଜୁ-.୧୨୯୦ ଟୁଇଟର ହ୍ୟାଣ୍ଡେଲରେ ଶେୟାର କରାଯାଇଛି। ଭିଡିଓଟି ଭାଇରାଲ ହେବାରେ ଲାଗିଛି।