ଶିବମୋଗା, ୧୪ା୪: କର୍ନାଟକ ଶିବମୋଗା ଜିଲାର ସୋରାବା ଆସନରେ ଦୁଇଭାଇ ପରସ୍ପର ବିରୋଧରେ ପ୍ରାର୍ଥୀ ହୋଇଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ଏସ୍. ବାଙ୍ଗାରାପ୍ପାଙ୍କ ଦୁଇ ପୁଅ କୁମାର ବାଙ୍ଗାରାପ୍ପା ଏବଂ ମଧୁ ବାଙ୍ଗାରାପ୍ପା ଯଥାକ୍ରମେ ଭାଜପା ଏବଂ କଂଗ୍ରେସରୁ ଏହି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଯାଉଛନ୍ତି। ଏସ୍. ବାଙ୍ଗାରାପ୍ପା ୧୯୬୭ରୁ ୧୯୯୪ ପର୍ଯ୍ୟନ୍ତ ସୋରାବା ଆସନରୁ ପ୍ରତିନିଧିତ୍ୱ କରିଆସୁଥିଲେ। ଭାଜପାରୁ ପ୍ରାର୍ଥୀ ହୋଇଥିବା କୁମାର ସୋରାବାରୁ ପୁନର୍ବାର ନିର୍ବାଚିତ ହେବାକୁ ଚାହୁଁଥିବାବେଳେ ତାଙ୍କ ସାନଭାଇ ମଧୁ କଂଗ୍ରେସ ଟିକେଟରେ ପୁଣିଥରେ ସେହି ଆସନରୁ ଲଢ଼ିବେ। ୨୦୧୮ ନିର୍ବାଚନରେ କୁମାର ମଧୁଙ୍କୁ ୩,୨୮୬ ଖଣ୍ଡ ଭୋଟରେ ପରାସ୍ତ କରିଥିଲେ।