ଥାନା ସମ୍ମୁଖରେ ଦୁଇ ଗୋଷ୍ଠୀ ମଧ୍ୟରେ ମାରପିଟ୍‌

ରାୟଗଡ଼ା,୧୭।୨୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହର ଶନିବାର ସନ୍ଧ୍ୟାରେ ଦୁଇ ଗୋଷ୍ଠୀ ମଧ୍ୟରେ ମାରପିଟ୍‌ ଘଟି ଅଶାନ୍ତ ହୋଇଛି। ଏଭଳିକି ଥାନା ସମ୍ମୁଖରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ଓ ପରେ ମାରପିଟ୍‌ ହୋଇଥିବା ଜଣାପଡିଛି। ଏହାପରେ ସହରର ଶାନ୍ତି ଶୃଙ୍ଖଳା ପାଇଁ ବିଭିନ୍ନ ସ୍ଥାନରେ ପୋଲିସ ମୁତୟନ ହୋଇଛନ୍ତି। ସୂଚନା ମୁତାବକ ସନ୍ଧ୍ୟାରେ ବିଦ୍ୟାନଗରରେ ଥିବା ଏକ ବେସରକାରୀ କାର୍ଯ୍ୟାଳୟରେ ଗଣ୍ଡଗୋଳ ସୂତ୍ରପାତ ହୋଇଥିଲା। ଉକ୍ତ କାର୍ଯ୍ୟାଳୟ ପରିସରରେ ଆକ୍ରମଣ ଅଭିଯୋଗ ହୋଇଛି। ଏହାପରେ ରାୟଗଡ଼ା ଥାନାରେ ଅଭିଯୋଗ କରିବାପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା। ସେହି ସମୟରେ ହଠାତ୍‌ ଥାନା ସମ୍ମୁଖରେ ପୁଣି ଦୁଇ ଗୋଷ୍ଠୀ ମଧ୍ୟରେ ମାରପିଟ୍‌ ହୋଇ ପରିସ୍ଥିତି ଉତ୍ତେଜନା ପୂର୍ଣ୍ଣ ହୋଇଥିଲା। ରାୟଗଡ଼ା ଥାନା ଆଇଆଇସି କେକେବିକେ କହଁରଙ୍କ ନେତୃତ୍ୱରେ ବିଭିନ୍ନ ସ୍ଥାନରେ ପାଟ୍ରୋଲିଂ ଚାଲିଥିବା ପରିଲିକ୍ଷିତ ହୋଇଛି।

Share